ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା

ମୁମ୍ବାଇ : ଲୋକସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟର ଅବସ୍ଥା ଶୋଚନୀୟ। ଗୋଟିଏ ପଟେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକପାଖିଆ କରି ମେଣ୍ଟର ସହଯୋଗୀମାନେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଏକାକୀ ଲଢ଼ିବା ପାଇଁ ଘୋଷଣା କଲାଣି ଉଦ୍ଧବ ଠାକରେଙ୍କ ଶିବସେନା। ଚଳିତ ବର୍ଷ ମହାରାଷ୍ଟ୍ରର ମୁମ୍ବାଇ, ଥାନେ, […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ୍ ଲୋକାର୍ପିତ, ୧୮୦୦ ମସିହାରୁ ଦସ୍ତାବିଜ ସଂରକ୍ଷିତ

କଟକ ୧୧।୧: ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ଅଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାୟପାଳିକାର ଭିତ୍ତିଭୂମି ବିକାଶ ଲାଗି ଅର୍ଥର ଅଭାବ ରହିବନାହିଁ । ଏହାସହିତ ସାଧାରଣ ଲୋକଙ୍କୁ କିପରି ତ୍ୱରିତ ନ୍ୟାୟ ମିଳିପାରିବ, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବାସୀ ଭାରତୀୟ ସମ୍ମିଳନୀ ଭାରତ ତଥା ଓଡ଼ିଶାରେ ନିବେଶ ପାଇଁ ପ୍ଲାଟଫର୍ମ ତିଆରି କରିଛି : କେ.ଭି. ସିଂହଦେଓ

ଭୁବନେଶ୍ବର ୧୧।୧: ପୂର୍ବ ବିଜେଡ଼ି ସରକାର ଓଡ଼ିଶାକୁ ନିବେଶ ଆଣିବା ପାଇଁ ଅନ୍ୟ ରାଜ୍ୟ ଓ ବିଦେଶକୁ ଯାଉଥିଲେ । କିନ୍ତୁ ଏବେ ବିଜେପି ସରକାର ସମୟରେ ନିବେଶକ ମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆସୁଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ପୂର୍ବ ସରକାର ବେଳେ ସ୍ବାକ୍ଷର ହୋଇଥିବା ଏମଓୟୁ ଭିତରୁ ଆଜି ଯାଏଁ କେତେ ଗ୍ରାଉଣ୍ଡେଡ ହୋଇଛି ? ହେଲେ ଏବେ ପ୍ରବାସୀ ଭାରତୀୟ ମାନେ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍‌ ଥିଲେ ଦୀପାଳି-ଆକାଶ?

ଭୁବନେଶ୍ବର : ଦୀପାଳି ଦାସ ଓ ତାଙ୍କ ଭାଇ ଆକାଶ ଦାସଙ୍କୁ କାଉଣ୍ଟର କରିଛି ବିଜେପି। ବାପା ନବ କିଶୋର ଦାସ ହତ୍ୟା ବେଳେ କାହିଁକି ଓ କାହା ପ୍ରରୋଚନାରେ ଦୀପାଳି ଓ ଆକାଶ ଚୁପ୍‌ ଥିଲେ,ତାହା ଆମେ ଦେଖିଛୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ଆଜି ସକାଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ

ଦିନେ ବଢିଲା ଏକାମ୍ର କାନନରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ, ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର ୧୧।୧: ଗୋଟିଏ ଦିନ ବଢିଲା ପୁଷ୍ପ ପ୍ରଦର୍ଶନୀ । ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏ ନେଇ ଘୋଷଣା କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ତେବେ ୧୧ ତାରିଖରେ ସରିବାକୁ ଥିବା ଏହି ପ୍ରଦର୍ଶନୀ ଗୋଟିଏ ଦିନ ବଢ଼ାଇ ୧୨ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦୀପାଳି ଦାସ

ଭୁବନେଶ୍ବର ୧୧।୧: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡ଼ି ନେତ୍ରୀ ଦୀପାଳି ଦାସ । ନବୀନଙ୍କୁ ଭେଟିବା ପରେ ଦୀପାଳି କହିଛନ୍ତି, ନବୀନ ପଟ୍ଟନାୟକ ଆମ ପରିବାର ସହ ପରିବାର ହୋଇ ଠିଆ ହୋଇଥିବାରୁ ଧନ୍ୟବାଦ ଦେଲି । ସେ କହିଲେ ଷ୍ଟ୍ରଙ୍ଗ ରୁହ, ଡାର୍ଟି ପଲିଟିକ୍ସରୁ ଆଗକୁ ଯିବାକୁ ବାଟ ଦେଖାଇଲେ । ଆଗାମୀ ଦିନରେ ତାଙ୍କ ମାର୍ଗଦର୍ଶନରେ କାମ କରିବୁ ବୋଲି ଦୀପାଳି କହିଛନ୍ତି । ସେପଟେ ପ୍ରେସମିଟ୍ କରି ଦୀପାଳି ବିଜେପିକୁ ଟାର୍ଗେଟ୍ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡୁରେ ବଲାଙ୍ଗିରର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗିର ୧୧।୧: ପୁଣି ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ । ତାମିଲନାଡୁ ରାଜ୍ୟ ଚେନ୍ନାଇ ନିକଟରେ ରେଳ ଧାରଣରୁ ବଲଙ୍ଗିର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ବଲାଙ୍ଗିର ଟାଉନ ଥାନା ହାତୀଶାଳପଡାର ୨୪ ବର୍ଷ ବୟସ୍କ ଉମେଶ ପାଣ୍ଡେ ଏବଂ ୨୫ ବର୍ଷ ବୟସ୍କ କୁନୁ ବନଛୋର ପେଟପଟଣା ପାଇଁ ଗତ ୧ ତାରିଖରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ଚେନ୍ନାଇ ନିକଟସ୍ଥ ଏକ ରେଲୱେ ଷ୍ଟେସନରୁ ରେଲୱେ ପୋଲିସ ଫୋନ୍ କରି ପରିବାର […]

ସଂପୂର୍ଣ୍ଣ ପଢନ୍ତୁ

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୃତ ସହଦେବ ନାୟକଙ୍କ ପରିବାର, ପରିବାରକୁ ଦେଲେ ୫୦ହଜାର ଟଙ୍କା ସହାୟତା

ଭୁବନେଶ୍ବର ୧୧।୧: ଚଳିତ ଜାନୁଆରୀ ୮ ତାରିଖ ସକାଳେ ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଭୁବନେଶ୍ୱର ମହାନଗର ନିଗମ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଭୁବନେଶ୍ୱରରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ହତ୍ୟାର ଶିକାର ହୋଇଥିବା ସହଦେବ ନାୟକଙ୍କ ପତ୍ନୀ ଓ ଦୁଇ ଝିଅ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି […]

ସଂପୂର୍ଣ୍ଣ ପଢନ୍ତୁ

ମହାକୁମ୍ଭ ମେଳା ପାଇଁ ସ୍ବତନ୍ତ୍ର ବସ୍ ସେବା, ପୁରୀରୁ ଅଯୋଧ୍ୟାକୁ ଗଡିବ ସ୍ବତନ୍ତ୍ର ବସ୍

ପୁରୀ ୧୧।୧: ମହାକୁମ୍ଭ ମେଳା ୨୦୨୫ ପାଇଁ ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀରୁ ଅଯୋଧ୍ୟା ଗଡିବ ସ୍ବତନ୍ତ୍ର ବସ୍ । ରବିବାର ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚ୍ଚୁଆଲ ମାଧ୍ୟମରେ ଏହି ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ । ମାଳତିପାଟପୁର ଠାରେ ଏହି ବସ୍ ସେବାର ଶୁଭାରମ୍ଭ ହେବ ।

ସଂପୂର୍ଣ୍ଣ ପଢନ୍ତୁ

କୋର୍ଟରେ ଚାକିରି କରାଇଦବାକୁ କହି ୨୦ଜଣଙ୍କୁ ଚୂନ ଲଗାଇଲେ ସ୍ବାମୀ-ସ୍ତ୍ରୀ

ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଠକି ନେଇଥିଲେ ୨୦ ଲକ୍ଷରୁ ଅଧିକ ଟଙ୍କା। 420 ଦମ୍ପତିଙ୍କ ମାୟା ଜାଲରେ ଫସିଛନ୍ତି ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ। ଏ ନେଇ ଅଭିଯୋଗ ହେବା ପରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍‌ ପଢ଼ିଛନ୍ତି। ତଥାପି […]

ସଂପୂର୍ଣ୍ଣ ପଢନ୍ତୁ