ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର ୨।୧: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ନବୀନ । ଏହାସହ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି । ଚିଠିରେ ନବୀନ ଲେଖିଛନ୍ତି, ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଛି ଚାଷୀଙ୍କ ବର୍ଷକର ଅମଳ ଧାନ। ଏହା ଚାଷୀଙ୍କ ଆତ୍ମାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲିଠୁ କୃଷି ଓଡ଼ିଶା-୨୦୨୫ ଆରମ୍ଭ, ଯୋଗ ଦେବେ ୧୦ ହଜାର କୃଷକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡ଼ିଆରେ “କୃଷି ଓଡ଼ିଶା – ୨୦୨୫”ର ଆୟୋଜନ ହେବାକୁ ଯାଉଛି । ଏହି ସମାରୋହ ଆସନ୍ତାକାଲି ଦିନ ୧୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉଦଘାଟନ ହେବ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦବୋଧନ […]

ସଂପୂର୍ଣ୍ଣ ପଢନ୍ତୁ

ଆଦିବାସୀ ମେଳା ୨୦୨୫ ପ୍ରସ୍ତୁତି, ଲେଜର୍ ଶୋରେ ଆଦିବାସୀ ପରମ୍ପରା ଓ ସ୍ଵାଧୀନତା ସଂଗ୍ରାମର ଝଲକ୍

ଭୁବନେଶ୍ଵର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ପ୍ରଥମ କରି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ରଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ […]

ସଂପୂର୍ଣ୍ଣ ପଢନ୍ତୁ

୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ, ବାଲେଶ୍ଵର- ସମ୍ବଲପୁର- ଗଞ୍ଜାମ- ଜୟପୁରକୁ କରିବ ସଂଯୋଗ

କଟକ: ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗରୋଡ। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ ତିଆରି ପାଇଁ ସରକାରଙ୍କ ଯୋଜନା। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡକୁ ୨୪ଘଣ୍ଟାରେ ପରିକ୍ରମା କରିହେବ । ବାଲେଶ୍ଵର-ସମ୍ବଲପୁର-ଗଂଜାମ-ଜୟପୁରକୁ ସଂଯୋଗ କରି ହେବ ଗ୍ରାଣ୍ଡ ରିଙ୍ଗରୋଡ। ମୋଟୁରୁ ମୟୁରଭଞ୍ଜ ତିରିଂକୁ ଯୋଡ଼ିବା ପାଇଁ ଏକ ରାସ୍ତା ହେବ। ରାଜ୍ୟର ବାଣିଜ୍ୟିକ ଉନ୍ନତିକୁ ଦୃଷ୍ଟିରେ ରଖି ନିର୍ମାଣ ହେବ ରାସ୍ତା କଟକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଆସନ୍ତା ତିନି ବର୍ଷରେ ରାସ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି। ଯେଉଁମାନେ ପୂର୍ବରୁ ଦାୟିତ୍ୱ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ। ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାୱାରରୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି; ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ଭୁବନେଶ୍ୱର ବିମାନ ବନ୍ଦରରେ ପଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ। ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଆଜି ରାଜ୍ୟପାଳ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଫେରିବେ। ଆସନ୍ତାକାଲି ରାଜଭବନରେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଶପଥ ନେବା କାର୍ଯ୍ୟକ୍ରମ ରହିଛି। ଗତ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌, ରହିଛି ଅତ୍ୟାଧୁନିକ ସୁବିଧା

ଭୁବନେଶ୍ବର : ବହୁ ପ୍ରତିକ୍ଷା ପରେ ଓଡ଼ିଶା ମାଟିରେ ପାଦ ଦେଲା ଗୋଟିଏ ଇଲେକ୍ଟ୍ରି ଡବଲ ଡେକର ବସ୍‌। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍‌କୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କାରଣ ଏଥିରେ ରହିଛି ଓଡ଼ିଶାର କଳା, ସଂସ୍କୃତିର ଝଲକ । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି। ଗତ ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

ଭୁବନେଶ୍ବର : ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରୁଛନ୍ତି ରାଜ୍ୟ ସରକାର। ଗତକାଲି ରାତିରେ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଥିବାବେଳେ ଆଜି ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୩୮ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି। କାରାବରଣ କରିଥିବା ସବୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ ହଜାରରୁ ୨୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ବି ପୁରୀରେ ପ୍ରବଳ ଭିଡ଼, ପିପିଲି ଟୋଲ ଗେଟ୍‌ରେ ସ୍ଥିତି ଅସମ୍ଭାଳ

ପୁରୀ : ଆଜି ବି ଅର୍ଥାତ ଜାନୁଆରୀ ୨ ତାରିଖରେ ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି ଦିନ ହେଲା ପୁରୀରେ ଲାଗିଛି ପ୍ରବଳ ଭିଡ଼। ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ବିଜେପି-କଂଗ୍ରେସକୁ ମିଳିବେ ନୂଆ ମୁଖିଆ! ନବୀନ ବାଛିପାରନ୍ତି ନୂଆ ସେନାପତି

ଭୁବନେଶ୍ବର : ନୂଆବର୍ଷରେ ନୂଆ ମୁଖିଆ ଦେଖିବ ରାଜ୍ୟ ବିଜେପି ଏବଂ କଂଗ୍ରେସ। ବିଜେଡିରେ ନବୀନ ସୁପ୍ରିମୋ ଥିଲେ ବି ସାମ୍ନାକୁ ଆଣିପାରନ୍ତି ନୂଆ ନେତୃତ୍ୱ। ବିଜେପିର ସାଂଗଠନିକ ପର୍ବ ଶେଷ ପର୍ଯ୍ୟାୟରେ ଥିବାବେଳେ ଖୁବଶୀଘ୍ର ଘୋଷଣା ହେବ ସଭାପତିଙ୍କ ନାମ। କୁହାଯାଉଛି ନିର୍ବାଚନୀ ସଫଳତା ପାଇଁ ମନମୋହନଙ୍କୁ ପୁଣିଥରେ ଦାୟିତ୍ୱ ମିଳିପାରେ। ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ସେପଟେ ପିସିସି ସଭାପତି ପାଇଁ କସରତ ଆରମ୍ଭ ହୋଇଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ