ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ପାରିତ

ନିକଟରେ ତେଲେଙ୍ଗାନା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ସେବେଠାରୁ ଏହି ମାନ୍ୟତା ପାଇଁ କଂଗ୍ରେସ ଦଳ ଭିତରେ ସମର୍ଥନ ବଢ଼ିବାରେ ଲାଗିଛି। ରାଜ୍ୟସଭାରେ କଂଗ୍ରେସ ଉପନେତା ପ୍ରମୋଦ ତିୱାରୀ କହିଛନ୍ତି ଯେ ସେ ତେଲେଙ୍ଗାନା ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହି ସଂକଳ୍ପକୁ ଗ୍ରହଣ କରିବାକୁ ମୁଁ କେନ୍ଦ୍ରକୁ ଅନୁରୋଧ କରୁଛି। ମନମୋହନଜୀ ଆମ ଦେଶର ଜଣେ ମହାନ […]

ସଂପୂର୍ଣ୍ଣ ପଢନ୍ତୁ

୨୦୨୯ ବେଳକୁ ଦେଶରେ ଟୁରିଜିମ୍ ହବ୍ ହେବ ଓଡ଼ିଶା

ଭୁବନେଶ୍ବର: ଏବେ ଓଡିଶାର ପର୍ଯ୍ୟଟନସ୍ଥଳୀ ଗୁଡିକ ଆଉ ଲୁକ୍କାଇତ ହୋଇରହିବନି । ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । କାରଣ ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏଭଳି କିଛି ଦୃଢ଼ୋକ୍ତି ବାଢିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା କହିଛନ୍ତି ଯେ, ଓଡ଼ିଶା। ଏବେ ପର୍ଯ୍ୟଟନ କ୍ଷେତ୍ରରେ ୧୭ ନମ୍ବର ସ୍ଥାନରେ ଅଛି । […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଆସୁଛି। ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍‌ ଆସିବ ବୋଲି ଜଣାପଡ଼ିଛି। […]

ସଂପୂର୍ଣ୍ଣ ପଢନ୍ତୁ

୩ ଜଣ ଆଇପିଏସ ଅଫିସରଙ୍କୁ ମିଳିଲା ଡିଜିପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟ ସରକାର ୩ ଜଣ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେମାନେ ହେଲେ ୧୯୯୩ ବ୍ୟାଚ୍ ର ଆଇପିଏସ  ବିନୟତୋଷ ମିଶ୍ର , ରାଓସାହେବ ପଞ୍ଜାବ୍ରୋ କୋଚେ ଏବଂ ଶୁଶାନ୍ତ କୁମାର ନାଥ । ୧୯୯୩ ବ୍ୟାଚର ଆଇପିଏସ ବିନୟତୋଷ ମିଶ୍ର ଓ ଆର ପି କୋଚେଙ୍କୁ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଓଡିଶା କ୍ୟାଡ଼ରର ସେହି ସମାନ ବ୍ୟାଚର ଆଇପିଏସ କେନ୍ଦ୍ରୀୟ ଡେପୁଟେସନରେ ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ

ଆମେରିକୀୟ କୋର୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି। ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ତହବୁର ହୁସେନ ରାଣାକୁ ଖୁବଶୀଘ୍ର ଭାରତକୁ ଅଣାଯିବ। ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ତହବୁର ରାଣାର ପ୍ରତ୍ୟର୍ପଣ ପାଇଁ ଆମେରିକା ସବୁଜ ସଙ୍କେତ ଦେଇଛି। ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମେରିକୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଣାକୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରକାଶ […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରି ବାବୁ କମ୍ଭାମପତି

ଭୁବନେଶ୍ବର: ଜାନୁଆରୀ ୩ ତାରିଖରେ ଶପଥ ଗ୍ରହଣ କରିବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ଏନେଇ ଆସନ୍ତାକାଲି ଭୁବନେଶ୍ୱର ଆସିବେ ନୂଆ ରାଜ୍ୟପାଳ । ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସୂଚନା ଅନୁଯାୟୀ ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଗୁରୁବାର ଅପରାହ୍ଣ ୩ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ । ଏହା ପରେ ସେ ପୁରୀ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରି ୧୫ ସୁଦ୍ଧା ସରିବ ଇ-କେୱାଇସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଜାନୁଆରି ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ କାରଣରୁ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ। ଏହି କ୍ରମରେ ନିକଟରେ ଗୋଆରେ ଥିବା କିଛି ଲୋକଙ୍କ ଇ-କେୱାଇସି କରାଯାଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା

ଭୁବନେଶ୍ଵର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଇ-କେୱାଇସି ଡାଟାବେସ୍‌କୁ ଆଧାର କରି ଏହି କାର୍ଡ ଦିଆଯିବ । ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ ନା କୁ ସରକାର ବିଚାରକୁ ନେବେ। ଏପର୍ଯ୍ୟନ୍ତ ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫେବୃଆରୀରୁ ଆୟୁଷ୍ମାନ ଲାଗୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ବିରୋଧରେ ମୋହନ ଭାଗବତଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ଦଳ ଦେଲା ଜବାବ

ଦୁଇ ଦିନ ତଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ବିଜେପି ନାଁରେ କିଛି ଅଭିଯୋଗ ଆଣିଥିବା ବେଳେ ସେଗୁଡ଼ିକୁ ଆରଏସଏସ କେମିତି ନଜରରେ ଦେଖୁଛି ବୋଲି ମୋହନ ଭାଗବତଙ୍କୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ। ଅନ୍ୟପକ୍ଷରେ ଆଜି ଏହାକୁ କାଉଣ୍ଟର କରି ଦିଲ୍ଲୀ ବିଜେପି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି ଓ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ପ୍ରବାସୀ ଭାରତୀୟ ଦିବସ, ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ରାଜଧାନୀରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା ହୋଇଛି । ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନ କରିବେ । ଏହା ସହ ବୈଦେଶିକ ମନ୍ତ୍ରୀ ଏସ […]

ସଂପୂର୍ଣ୍ଣ ପଢନ୍ତୁ