ନୂଆବର୍ଷରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼; ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ: ନୂଆବର୍ଷରେ ଜଗା ଦର୍ଶନ କରିବାକୁ ଛୁଟୁଛି ଭକ୍ତଙ୍କ ସୁଅ । ବିଶ୍ବାସ ରହିଛି ଯେ, ନୂଆ ବର୍ଷର ଆରମ୍ଭରେ ଜଗାର ଦର୍ଶନ କଲେ ବର୍ଷଟା ଯାକ ସୁଖ ଶାନ୍ତିରେ କଟିବ । ହେଲେ ପ୍ରବଳ ମାତ୍ରାରେ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି ଭକ୍ତମାନେ । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର:  ଓଡ଼ିଶାବାସୀ ରାଜ୍ୟରେ ପରିବର୍ତ୍ତନ ଆଣି ରାଜ୍ୟରେ ବିଜେପି ସରକାର ଆଣିଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଫାଇଦା ‌ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବିଜେପି କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବେ। ଆଜି ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିକଶିତ ଓଡ଼ିଶାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ। ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ରାଜ୍ୟରେ ବିଜେପିକୁ […]

ସଂପୂର୍ଣ୍ଣ ପଢନ୍ତୁ

ପାରିବାରିକ କଳହର କରୁଣ ପରିଣତି; ମା’ ଓ ୪ ଭଉଣୀଙ୍କୁ ମାରିଦେଲେ ଯୁବକ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସେ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି। ମୃତକମାନେ ହେଉଛନ୍ତି, ଅର୍ଶଦଙ୍କ ମା’ ଅସମା, ଭଉଣୀ ଅଲଶିୟା (୧୯), ରହମୀନ (୧୮), […]

ସଂପୂର୍ଣ୍ଣ ପଢନ୍ତୁ

ଜିରୋ ନାଇଟ୍‌ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗିର: ଜିରୋ ନାଇଟ୍‌ ବେଳେ ବୁଲିଲା ଖଣ୍ଡା। ବଲାଙ୍ଗିର ଟାଉନ ଥାନା ତୁଳସୀନଗରରେ ୨ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ। ୨ ଗୁରୁତରଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାଇକରେ ଦୁଇଜଣ ଆସି ଗଣ୍ଡଗୋଳ କରିଥିଲେ। ଏହାପରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇ ଗୁରୁତର ହେଲେ ମଧୁସୂଦନ ବଗର୍ତି ଓ ଅଗ୍ନି କୁମାର ବିଶି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ […]

ସଂପୂର୍ଣ୍ଣ ପଢନ୍ତୁ

୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ, ଗୋଟିଏ ବର୍ଷରେ ୮୨ କୋଟି ଠକେଇ

ଭୁବନେଶ୍ୱର: ସାମ୍ନାକୁ ଆସିଲା କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ। କମ୍ୟୁନିଟି ପଲିସିକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ। ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ। ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ କରିଛି। ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି। ୨୦୨୩ ରେ ୫୨ ଟି ମର୍ଡର କେସ […]

ସଂପୂର୍ଣ୍ଣ ପଢନ୍ତୁ
Winter

ଆଗକୁ ବଢିବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ନୂଆବର୍ଷରେ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ। ଏହାର ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିବ ବୋଲି ଆକଳନ କରାଯାଇଛି। ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ। ଆଜିଠାରୁ ଆଭ୍ୟନ୍ତରୀଣ […]

ସଂପୂର୍ଣ୍ଣ ପଢନ୍ତୁ

ଗହଳି ଉପରେ ଗାଡ଼ି ଚଢ଼ାଇବା ପରେ ଗୁଳି ମାରିଲେ ଡ୍ରାଇଭର: ୧୦ ମୃତ, ୩୦ ଆହତ

ଜମି ଥିଲା ପ୍ରବଳ ଗହଳି। ନୂଆବର୍ଷ ପାଳନ କରୁଥିଲେ ଲୋକେ। ଏହି ସମୟରେ ଦ୍ରୁତଗତିରେ ମାଡ଼ି ଆସିଲା ଏକ ପିକ୍‌ଅପ୍‌ ଟ୍ରକ୍‌। କେହି କିଛି ଭାବିବା ପୂର୍ବରୁ ତାହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରେ ବ୍ରେକ୍ ଦେଇଥିଲେ ଡ୍ରାଇଭର। ଆଉ ତଳକୁ ଓହ୍ଲାଇ କରିଥିଲେ ଗୁଳିମାଡ଼। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଆମେରିକାର ନ୍ୟୁ ଓଲିନ୍‌ସ ସହରରେ ବୁଧବାର ଭୋର ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଯୁବକ

କାମାକ୍ଷନଗର : ନୂଆବର୍ଷରେ ବିଭତ୍ସ ହତ୍ୟାକାଣ୍ଡ  l ଗାଁ ଦାଣ୍ଡରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ  l ପରଜଙ୍ଗ ଥାନା ବସୋଈ ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ l ସୂଚନା ଅନୁସାରେ, ବସୋଈ ଗ୍ରାମର ରାକେଶ ସେଠୀ ନାମକ ଜଣେ ଯୁବକ ଗାଁ ଛକରୁ ଚିକେନ ଧରି ଘରକୁ ଫେରୁଥିବା ବେଳେ ସେହି ଗାଁର ମକୁ ବିଶ୍ୱାଳ ତାକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ହତ୍ୟା କରିଛି  l ଗାଁ ଦାଣ୍ଡରେ ମୃତ ରାକେଶର ପାଦ, […]

ସଂପୂର୍ଣ୍ଣ ପଢନ୍ତୁ

ଜିରୋ ନାଇଟ ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ୪ ଗୁରୁତର

ଖଲ୍ଲିକୋଟ: ନୂଆବର୍ଷ ଆରମ୍ଭରୁ ଅଘଟଣ । ଧୁମଧାମରେ ଜିରୋ ନାଇଟ୍‌ ସେଲିବ୍ରେସନ ଚାଲିଥିବାବେଳେ ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍‌ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼। ଖଲ୍ଲିକୋଟରେ ଜିରୋ ନାଇଟରେ ଏହି ଗୁଳିକାଣ୍ଡ ଘଟିଛି। ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ ଗୁଳିକାଣ୍ଡ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ଏହି ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ଥାନା ସ୍ଥାନାନ୍ତର କରାଯାଇଛି। ଗତକାଲି ଗଣ୍ଡାପଲ୍ଲୀ […]

ସଂପୂର୍ଣ୍ଣ ପଢନ୍ତୁ

ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଦିଗବଳୟରେ ଉଇଁଛନ୍ତି ନୂତନ ସୂର୍ଯ୍ୟ। ଇଂରାଜୀ ନବବର୍ଷ ୨୦୨୫କୁ ସ୍ୱାଗତ ଜଣାଇବା ପରେ ଆଜି ନୂଆ ସକାଳରେ ନୂଆ ଆଶା ଓ ଆକାଂକ୍ଷା ନେଇ ବିଭିନ୍ନ ସ୍ଥାନରେ ସକାଳର ପ୍ରଥମ ସୂର୍ଯ୍ୟକୁ ଦର୍ଶନ କରିଛନ୍ତି ଲୋକେ। ଏହି ଅବସରରେ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରମୁଖ । ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି […]

ସଂପୂର୍ଣ୍ଣ ପଢନ୍ତୁ