Ee

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୨ ଭାଇ ଗିରଫ

ନୂଆପଡା: ଭିଜିଲାନ୍ସ ଜାଲରେ ୨ ଭାଇ । ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଧରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟ ଭାଇଙ୍କ ବିରୋଧରେ ୭ ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ହାଇମାଷ୍ଟ ଲାଇଟ ଲଗାଇବା, ରାସ୍ତା ଲାଇଟ୍ ମରାମତି କରିବା, ପାର୍କ […]

ସଂପୂର୍ଣ୍ଣ ପଢନ୍ତୁ
Cm2 2

ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଘଟଣାରେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ । ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ପିଲାମାନଙ୍କ ଭରସା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଲେ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନେପାଳ ଦୂତାବାସର ଦୁଇ ଅଧିକାରୀ । ସରକାରଙ୍କ କାର୍ଯ୍ୟନୁଷ୍ଠାନ ଉପରେ ସନ୍ତୋଷ ବ୍ୟକ୍ତକରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ।  ନେପାଳର ପିଲାମାନେ ହେଉଛନ୍ତି ଆମ ପିଲା, ପୁରା ସମ୍ମାନର ସହ ପିଲାମାନେ […]

ସଂପୂର୍ଣ୍ଣ ପଢନ୍ତୁ
Ww

ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣା, ମିଳିଲା ବକେୟା ଦରମା

ବଲାଙ୍ଗିର: ଖବର ବାଜିଲା ପରେ ଶିକ୍ଷକଙ୍କୁ ଦରମା ଦେବାକୁ ଶିକ୍ଷା ବିଭାଗର ଚେତା ପଶିଲା । ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣାରେ ଶିକ୍ଷକଙ୍କୁ ବକେୟା ଦରମା ଦେଲା ଶିକ୍ଷା ବିଭାଗ । ୩୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ରିଲିଜ କଲା ବିଭାଗ । ପୁଇଁତଳା ବ୍ଲକର ୭୨ ଶିକ୍ଷକ ଦରମା ପାଇନଥିବା ଅଭିଯୋଗ ହୋଇଥିଲା । ଏହା ପରେ ଜଣେ ଶିକ୍ଷକ ମଜୁରୀ ପାଇଁ ପ୍ରଧାନ ଶିକ୍ଷକଙ୍କୁ ଛୁଟି […]

ସଂପୂର୍ଣ୍ଣ ପଢନ୍ତୁ
Shi

ଏୟାରଇଣ୍ଡିଆର ଦୟନୀୟ ସେବାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ଚୌହ୍ବାନ

କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏୟାରଇଣ୍ଡିଆର ବିମାନ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିମାନର ସିଟ୍‌ଗୁଡ଼ିକର ଖରାପ ସ୍ଥିତିକୁ ନେଇ ଶିବରାଜ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଶିବରାଜ କହିଛନ୍ତି, ସେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ଏୟାରଇଣ୍ଡିଆ ବିମାନ ଏଆଇ୪୩୬ରେ ତାଙ୍କୁ ଟିକେଟ ମିଳିଥିଲା। ବିମାନର ସିଟ୍ ସଂଖ୍ୟା ୮ସି ତାଙ୍କୁ ଆବଣ୍ଟିତ ହୋଇଥିଲା। କିନ୍ତୁ ସେ ଯେତେବେଳେ ସିଟ୍‌ ନିକଟରେ […]

ସଂପୂର୍ଣ୍ଣ ପଢନ୍ତୁ
Bija

କିଟ୍ ପ୍ରସଙ୍ଗରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କିଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଣେ ଏନେଇ ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକ କହିଛନ୍ତି, କିଟରେ ଘଟିଥିବା ଘଟଣା ନିନ୍ଦନୀୟ। ସେ ଆହୁରି କହିଛନ୍ତି, ମୁଁ ମୁଖ୍ୟ ଶାସନ ସଚିବ ଥିବା ବେଳେ ଜମି ଜବରଦଖଲ ନେଇ ଅଭିଯୋଗ ଆସିଥିଲା। ତାର ତଦନ୍ତ ଲାଗି ବି ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବ ବିଜେଡି ସରକାର ସମୟରେ କିଟକୁ ଅହେତୁକ […]

ସଂପୂର୍ଣ୍ଣ ପଢନ୍ତୁ
640 480 23520191 827 23520191 17

ସାନ ଯା’ଙ୍କୁ ବଡ ଯା’ ଲିଭର ଦେବା ଘଟଣା, ସାନ ଯା’ଙ୍କ ମୃତ୍ୟୁ

ସମ୍ବଲପୁର: ଝାଙ୍କରପାଲି ଅଞ୍ଚଳର ସାନ ଯାଆକୁ ବଡ ଯାଆ ଲିଭର ଦେବା ଘଟଣା । ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସାନ ଯାଆର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତକାଲି ରାତିରେ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ମହିଳାଙ୍କ ସ୍ବାମୀ । ସୂଚନା ଅନୁସାରେ, ଝାଙ୍କରପାଲି ଅଞ୍ଚଳର ଜଣେ ମହିଳାଙ୍କ ପେଟରେ ସେପଟିକ୍‌ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର […]

ସଂପୂର୍ଣ୍ଣ ପଢନ୍ତୁ
Lo

ଆନ୍ତଃରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗର ୭ ଗିରଫ, ୨୪ ଟି ସୁନା ଚେନ୍ ଜବତ

ତାଳଚେର : ତାଳଚେର ପୋଲିସ ହାତରେ ଆନ୍ତଃରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗ । ୭ଜଣଙ୍କୁ ଗିରଫ ସହ ୨୪ଟି ସୁନା ଚେନ୍ ଜବତ କରିଛି ପୋଲିସ । ଜବତ ଚେନର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ।ମହିଳାଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରୁ ମହିଳାଙ୍କ ବେକରୁ ସୁନା ଚେନ ଛିଡାଇ ଚମ୍ପଟ ମାରୁଥିଲେ ଏହି ଗ୍ୟାଙ୍ଗ  ।  ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା […]

ସଂପୂର୍ଣ୍ଣ ପଢନ୍ତୁ
Ani 20241127184 0 1732717617326

ଆମ ସମ୍ପର୍କ ଫେଭିକଲ ଭଳି ଅତୁଟ, କେବେ ତୁଟିବନି: ସିନ୍ଦେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସିନ୍ଦେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଫଡନବିସଙ୍କ ସହିତ ତାଙ୍କ ସମ୍ପର୍କ ଫେଭିକଲ ଅଠା ଭଳି। କେବେ ଭାଙ୍ଗିବ ନାହିଁ। ଗତ ଗୁରୁବାର ସେ ଯେଉଁ ଇସାରା କରିଥିଲେ ତାହା ଶାସକ ମେଣ୍ଟ ପାଇଁ ନ ଥିଲା। ତାଙ୍କୁ ହାଲୁକାରେ ନ ନେବାକୁ ସେ ଯେଉଁ ଚେତାବନୀ ଦେଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
Aja

କଂଗ୍ରେସ ନେତାଙ୍କୁ ଭେଟିବେ ରାଜ୍ୟ ପ୍ରଭାରୀ ଅଜୟ ଲଲୁ

ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତାଙ୍କ ସହ ବିଧାୟକଙ୍କୁ ଭେଟିବେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଅଜୟ ଲଲୁ । ପିସିସି ସଭାପତିଙ୍କ ଉପସ୍ଥିତିରେ ସବୁ ନେତାଙ୍କୁ ଭେଟିବେ ଅଜୟ । ରାଜ୍ୟ କଂଗ୍ରେସର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । କାହିଁକି କଂଗ୍ରେସ କ୍ଷମତାକୁ ଆସୁନି, କ’ଣ କଲେ କଂଗ୍ରେସ ଆଗେଇବ ସେନେଇ ଆଲୋଚନା କରିବେ ରାଜ୍ୟର ନୂଆ ପ୍ରଭାରୀ । ଗତ ଫେବୃଆରୀ ୧୪ ତାରିଖରେ ଅଜୟଙ୍କୁ ରାଜ୍ୟର ନୂଆ କଂଗ୍ରେସ ପ୍ରଭାରୀ ଦାୟିତ୍ଵ […]

ସଂପୂର୍ଣ୍ଣ ପଢନ୍ତୁ
Vdmwcwwunywuyf3ipemp

କିଟର ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗ, ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ ଏଇ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି। ଖୁବ୍ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି, ତାହା […]

ସଂପୂର୍ଣ୍ଣ ପଢନ୍ତୁ