1200 675 23376059 Thumbnail 16x9 Kanasa 750x430 1

କଣାସରେ ଥମୁନି ଝାଡ଼ାବନ୍ତି: ପୁଣି ୩ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି। ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଜାଗୁଳେଇପଦରରୁ ପୁଣି ୩ଜଣ ଝାଡ଼ାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ମ୍ୟାପିଂ […]

ସଂପୂର୍ଣ୍ଣ ପଢନ୍ତୁ
F1f78357 46f6 4f20 8997 E3db95e92eab

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ଦାସ ସ୍ୱାଇଁ ମହାପାତ୍ରଙ୍କ ସାରଳା ମନ୍ଦିର ପରିଦର୍ଶନ

ଜଗତସିଂହପୁର/ଝଙ୍କଡ଼ :  ଶ୍ରୀକ୍ଷେତ୍ର ପୁରୀର  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ଦାସ ସ୍ୱାଇଁ ମହାପାତ୍ର, ଗତ ସୋମବାର ଦିନ ମଧ୍ୟାହ୍ନରେ , ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚିବା ପରେ, ତାଙ୍କୁ ମାଆଙ୍କ ପଣ୍ଡା ସେବକ ମାନେ, ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ। ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ସେ ନିଜର ପରିବାରର ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ବେଢ଼ା ପରିକ୍ରମା ଓ ପାର୍ଶ୍ଵ ଦେବଦେବୀଙ୍କର ଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ
Ab94b4f7 Cb82 4bf4 Aa01 6126e46e2d8e

କୋର୍ଟଙ୍କ ଆଦେଶକୁ ଅବମାନନା, ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରୀ

ମାଲକାନଗିରି, ୩।୨ : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପର୍-ୱାନା ଜାରି କଲେ ମାଲକାନଗିରି ଏସଡିଜେଏମ । ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ଏସଡିଜେଏମ ଏହି ଫଇସଲା ଶୁଣାଇଛନ୍ତି। ଖବର ଅନୁଯାୟୀ ଗତ ୨୦୧୯ ଡିସେମ୍ବର ୨୭ରେ ସନ୍ଦେହ ଜନକ ଭାବେ ନିଖୋଜ […]

ସଂପୂର୍ଣ୍ଣ ପଢନ୍ତୁ
Recent Photo 1708096115

ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଇତିମଧ୍ୟରେ ଖଣ୍ଡଗିରିରେ ନାଗା ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳୁଛି। ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ତିଆରି କରି […]

ସଂପୂର୍ଣ୍ଣ ପଢନ୍ତୁ
S6

ପୋଷଣ ୨.୦ କାର୍ଯ୍ୟକ୍ରମ: ଉପକୃତ ହେବେ ଓଡ଼ିଶାର ୩୬ଲକ୍ଷରୁ ଅଧିକ ଶିଶୁ, ମହିଳା

ଭୁବନେଶ୍ୱର,୩।୨: ଚଳିତବର୍ଷ କେନ୍ଦ୍ର ବଜେଟ୍‌ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଦୂରଦୃଷ୍ଟି ରଖିଛନ୍ତି ତାହା ଏହି ବଜେଟ୍‌ ମାଧ୍ୟମରେ ପୂରଣ ହୋଇପାରିବ। କେନ୍ଦ୍ର ବଜେଟ୍‌ରେ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ହୋଇଛି। ଏଥିରେ ଓଡ଼ିଶାର ୩୬ଲକ୍ଷରୁ ଅଧିକ ଶିଶୁ ଓ ଗର୍ଭବତୀ ମହିଳା ଉପକୃତ ହେବେ। ପିଏମ୍‌ ଧନଧାନ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Images

ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିସନ

ଭୁବନେଶ୍ବର: ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିସନ । ଗସ୍ତ ସମୟରେ କମିସନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କ’ଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିସନଙ୍କ ସମ୍ମୁଖରେ ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରାଜ୍ୟ ସରକାର ଉପସ୍ଥାପନ କରିବେ। ଏହି ଦାବିକୁ ରାଜ୍ୟ କ୍ୟାବିନେଟରେ […]

ସଂପୂର୍ଣ୍ଣ ପଢନ୍ତୁ
3w574kzbkvybgymako8e

ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଯେ, ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ହଜାର୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି। ଯାହାକି ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ। ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି […]

ସଂପୂର୍ଣ୍ଣ ପଢନ୍ତୁ
9l0jqrkm1ptfojxndjr0

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବିରୋଧରେ ‘ଠେଙ୍ଗା ଅଭିଯାନ’ ଆରମ୍ଭ କଲେ ବାବୁ ସିଂ

ଭୁବନେଶ୍ୱର: ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ ‘ଠେଙ୍ଗା ଅଭିଯାନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ସେ ମହିଳାଙ୍କର ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ଯାହାକୁ ସେ ‘ଠେଙ୍ଗା ବାହିନୀ’ ନାମରେ ନାମିତ କରିଛନ୍ତି। ଏହି ବାହିନୀ ଯାତ୍ରା ଦଳ ଉପରେ କଡା ନଜର ରଖିବ। କଳାକାରମାନେ ଯଦି କୌଣସି ପ୍ରକାରର ଅଶ୍ଳୀଳତା ଅବଲମ୍ବନ କରନ୍ତି ତେବେ ଏହି ବାହିନୀ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ
P2qgxlzrbz46yqnl4hlq

ମଦ ଦୁର୍ନୀତିରେ ବଡ଼େ ମିଆଁ ଏବଂ ଛୋଟେ ମିଆଁ ଉଭୟ ଜେଲ୍ ଗଲେ: ଶାହା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜୱାସନ ବିଧାନସଭା କ୍ଷେତ୍ରରେ ପହଞ୍ଚିଥିଲେ | ଏହି ସମୟରେ ସେ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲେ। ଅମିତ ଶାହ ଦିଲ୍ଲୀବାସୀଙ୍କୁ କହିଥିଲେ ଯେ ଭୋଟ ଦେବା ସମୟରେ କମଳ ବଟନକୁ ଏତେ ଜୋରରେ ଦବାନ୍ତୁ ଯେ ଦୁର୍ନୀତିର ଶିଶମହଲର ସମସ୍ତ କାଚ ଭାଙ୍ଗିଯିବ। ନିର୍ବାଚନ ପ୍ରଚାରର […]

ସଂପୂର୍ଣ୍ଣ ପଢନ୍ତୁ
Dollar Rupee Copy 616174bb7ee17 2 8

ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୭କୁ ଖସିଲା ଟଙ୍କା

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଅର୍ଥାତ୍ ଟଙ୍କାର ସ୍ଥିତିରେ କ୍ରମାଗତ ଭାବେ ଅବନତି ହେବାରେ ଲାଗିଛି। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ସୋମବାର ଡଲାର ପିଛା ଟଙ୍କା ୫୫ ପଇସା ହ୍ରାସ ପାଇ ୮୭.୧୭ (ଅସ୍ଥାୟୀ) ରେ ବନ୍ଦ ହୋଇଛି। ପ୍ରଥମ ଥର ପାଇଁ ଡଲାର ପିଛା ଟଙ୍କା ୮୭ ତଳକୁ ଖସିଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ନାମା ସ୍ୱାକ୍ଷର […]

ସଂପୂର୍ଣ୍ଣ ପଢନ୍ତୁ