Recent Photo 1724555080

ଫେବ୍ରୁଆରୀ ୮ରେ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା

ଭୁବନେଶ୍ଵର: ବଡ ଖବର । ଫେବ୍ରୁଆରୀ ୮ରେ ମିଳିବ ପ୍ରଥମ କିସ୍ତି ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରେ ‘ସୁଭଦ୍ରା’ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ କରାଯିବ । ଏହାର ଏକ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୩ ଓ ୪ ତାରିଖରେ ବ୍ୟାଙ୍କ ଯାଇ ଏନପିସିଆଇ ଚେକ୍‌ କରିପାରିବେ । ଏଥିସହ ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Image 1735060810

କେନ୍ଦ୍ର ଟିକସରୁ ଓଡ଼ିଶାକୁ ମିଳିବ ୬୪୪୦୮କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

୨୦୨୫-୨୬ କେନ୍ଦ୍ର ବଜେଟକୁ ଏକ ଐତିହାସିକ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ସମାଜର ସବୁ ବର୍ଗଙ୍କ ପାଇଁ ଏଥିରେ କିଛିନା କିଛି ଭଲଖବର ରହିଛି ବୋଲି କହିଛନ୍ତି । କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୬୪୪୦୮କୋଟି ଟଙ୍କା ପାଇବ ଯାହାକି ୨୦୨୪-୨୫ ଆଥିକ ବର୍ଷ ତୁଳନାରେ ୯୧୭୬କୋଟି ଟଙ୍କା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବଜେଟ୍ […]

ସଂପୂର୍ଣ୍ଣ ପଢନ୍ତୁ
Weef

ଆମେରିକା ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ: କାନାଡା-ଚୀନ୍-ମେକ୍ସିକୋ ଏକଜୁଟ

ୱାଶିଂଟନ/ଅଟୱା: ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଅଧିକ ଶୁଳ୍କ ଲାଗୁ କରିବା ପରେ ଏକ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରୁଡୋ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁର ଜବାବରେ ତାଙ୍କ ସରକାର ୧୫୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବେ। ଏହା ସହିତ, ଟ୍ରୁଡୋ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 02 114604 750x430

ଖାଇବାକୁ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ମାଡ଼ !

ଭୁବନେଶ୍ଵର: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ନିର୍ଦ୍ଧୁମ ଛେଚିଲେ ୨ ଯୁବକ । ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ହୋଟେଲ ମାଲିକ । ପୋଲିସ ହୋଟେଲରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ଏକ ହୋଟେଲକୁ ଗତକାଲି କିଛି ଗ୍ରାହକ ଖାଇବାକୁ ଆସିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ
2 170 1738499833549

ବରିଷ୍ଠ ଆଇନଜୀବୀଙ୍କ ଉପରେ ଏସିଡ୍ ମାଡ଼: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରେ ଏସିଡ୍ ମାଡ଼ କରିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡିର ଡାକାଜୁ ଭେଙ୍କେଟ ରାଓ ଏବଂ ବିଶାଖାପାଟଣାରଡୁଡା ସତୀଶ। ଉଭୟଙ୍କଠାରୁ ଏକ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମସାହି ବାସିନ୍ଦା ହେଉଛନ୍ତି ଆଇନଜୀବୀ ପି ରାମା ରାଓ। ଗତ ୨୦୨୪ ନଭେମ୍ବର ୯ ତାରିଖରେ […]

ସଂପୂର୍ଣ୍ଣ ପଢନ୍ତୁ
Srew

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ । ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ଏହି ପରିମାଣର ଟଙ୍କା ଉଠାଇନେଇଥିବା ସେ କହିଛନ୍ତି । ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନାରେ ମାମଲା […]

ସଂପୂର୍ଣ୍ଣ ପଢନ୍ତୁ
Modi

ଇନ୍ଦିରା ଗାନ୍ଧି ସରକାରରେ ୧୨ ଲକ୍ଷ ଆୟରୁ ୧୦ ଲକ୍ଷ ଟିକସ ଦେବାକୁ ପଡ଼ୁଥିଲା : ମୋଦୀ

ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ବିପୁଳ ପରିମାଣରେ ଟିକସ ଆଦାୟ କରାଯାଉଥିଲା । ନେହେରୁଙ୍କ ସମୟରେ ଆୟର ଏକ ଚତୁର୍ଥାଂଶ ଟିକସ ଦେବାକୁ ପଡ଼ୁଥିବାବେଳେ ଇନ୍ଦିରା ଗାନ୍ଧିଙ୍କ ସମୟରେ ସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କୁ ୯୭.୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା । ସେ କହିଛନ୍ତି ଯେ ତାଙ୍କ ସରକାର ୧୨ […]

ସଂପୂର୍ଣ୍ଣ ପଢନ୍ତୁ
Online Game

ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ, ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ

କଣ୍ଟାବାଞ୍ଜି: ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ ।  ୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ ହୋଇଛି।  ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ଭଡ଼ା ଘରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ। କଣ୍ଟାବାଞ୍ଜି ସହର […]

ସଂପୂର୍ଣ୍ଣ ପଢନ୍ତୁ
Aap (1)

ଦିଲ୍ଲୀ ନିର୍ବାଚନ: ବିଜେପିରେ ମିଶିଲେ ଇସ୍ତଫା ଦେଇଥିବା AAPର ସମସ୍ତ ୮ ବିଧାୟକ

ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା ସମସ୍ତ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ସେମାନେ ବିଜେପିର ହାତ ଧରିଛନ୍ତି । ଏହି ବିଧାୟକମାନେ ଶୁକ୍ରବାର ହିଁ ଦଳରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟାରେ ଆପ୍ ନେତା ବିଜେପିରେ ମିଶିବା କେଜ୍ରିୱାଲଙ୍କ ପାଇଁ ସମସ୍ୟା ଆଣିପାରେ । ବିଜେପିରେ ମିଶିଥିବା ଆମ୍ ଅଦମୀ ପାର୍ଟିର ନେତାମାନେ ହେଲେ ତ୍ରିଲୋକପୁରୀ ବିଧାୟକ ରୋହିତ […]

ସଂପୂର୍ଣ୍ଣ ପଢନ୍ତୁ
Naveenp

ବଜେଟକୁ ନେଇ ଅସନ୍ତୋଷ ଜାହିର କଲେ ନବୀନ

ଭୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି। ଅନ୍ୟପଟେ ଏହାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି, ଆଜି ଦେଶର ଯୁବପିଢ଼ି […]

ସଂପୂର୍ଣ୍ଣ ପଢନ୍ତୁ