Bsf Jawan

ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ, ୩ ସପ୍ତାହ ହେଲା ଅଟକ ରଖିଥିଲା

ନୂଆଦିଲ୍ଲୀ: ଭାରତ ଫେରିଲେ ପାକିସ୍ତାନରେ ଅଟକ ଥିବା ବିଏସ୍‌ଏଫ୍‌ ଯବାନ। ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ଶ’ଙ୍କୁ ପ୍ରାୟ ୩ ସପ୍ତାହ ପରେ ଛାଡ଼ିଲା ପାକିସ୍ତାନ। ଭୁଲ୍‌ବଶତଃ ସୀମା ପାର୍‌ କରିଥିବାରୁ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା। ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଅଟାରୀ ସୀମାରେ ପାକ୍‌ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ ଯବାନ ପୂର୍ଣ୍ଣମ ଶ’ଙ୍କୁ ପାକିସ୍ତାନ ବୁଧବାର ଭାରତକୁ ହସ୍ତାନ୍ତର କରିଛି। ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଥିବା ସ୍ପଷ୍ଟ କରିଛି ବିଏସଏଫ। ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ
Nityananda Ganda.1

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ପରୀକ୍ଷା ଫଳ ପ୍ରକାଶନ ନେଇ ଚାଲିଛି ସମସ୍ତ ପ୍ରକ୍ରିୟା । ଆଶା କରେ ଖୁବ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମେ ମାସ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ନେଇ ସୂଚନା ରହିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ […]

ସଂପୂର୍ଣ୍ଣ ପଢନ୍ତୁ
Digha Temple 750x430

ଦୀଘା ‘ଜଗନ୍ନାଥ ଧାମ’ ନିଷ୍ପତ୍ତି ପ୍ରସଙ୍ଗ: ଗଜପତିଙ୍କୁ ଚିଠି ଲେଖି ଦୋଷ ଛଡ଼ାଇଲା ଇସ୍କନ

ପୁରୀ: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ କିଛି ଦିନ ହେବ ବାଦ ବିବାଦ ଚାଲିଥିଲା। ଶ୍ରୀମନ୍ଦିରରୁ ବଳକା ଦାରୁ ଅଂଶ ନିଆଯାଇ ଚତୁର୍ଦ୍ଧା ବିଗ୍ରହ ନିର୍ମାଣ ପରେ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ହେଲା। ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ବଙ୍ଗଳା ଚ୍ୟାନେଲକୁ ଦେଇଥିବା ଏହି ପ୍ରତିକ୍ରିୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସେପଟେ ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ନିଆଁରେ ଘିଅ ଢାଳିଲା। ଏନେଇ ଦୀଘାକୁ ‘ଜଗନ୍ନାଥ […]

ସଂପୂର୍ଣ୍ଣ ପଢନ୍ତୁ
Meet

ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ

ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ୩ସେନାର ମୁଖ୍ୟ । ବୁଧବାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏ.ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରାଇଛନ୍ତି । ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି । ଯାହା ଆତଙ୍କବାଦ ପ୍ରତି ଭାରତର କାର୍ଯ୍ୟାନୁଷ୍ଠାକୁ ଏକ ଚମତ୍କାର […]

ସଂପୂର୍ଣ୍ଣ ପଢନ୍ତୁ
Apaharan

ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ, ସାଲିଆସାହିରୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ବର : ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ। ଅପହରଣର ୩ ଘଣ୍ଟା ଭିତରେ ଶିଶୁପୁତ୍ରକୁ ଭୁବନେଶ୍ବର ସାଲିଆସାହିରୁ ଉଦ୍ଧାର କରିଛି ପୋଲିସ । ଭୁବନେଶ୍ବର ଭୋଇନଗରରୁ ଶିଶୁ ଅପହରଣ ଅଭିଯୋଗ ହୋଇଥିଲା। ୪ବର୍ଷର ଶିଶୁପୁତ୍ର ଘର ବାହାରେ ଖେଳୁଥିବା ବେଳେ ଧରମ ମାମୁ ଅପହରଣ କରି ନେଇଥିଲା । ଗିରଫ ଅଭିଯୁକ୍ତ ହେଲେ ଅଭିଷେକ ଦିଗଲ ଓରଫ ସୋନୁ। ବେଙ୍ଗାଲୁରୁରେ ଅଭିଯୁକ୍ତ ସହିତ ଶିଶୁର ବାପାମାଆଙ୍କ ଦେଖାହେଇଥିଲା। ଅଭିଯୋଗକାରିଣୀ ଗୋରିତା ସିଂ, ସୋନୁକୁ ଧରମ ଭାଇ […]

ସଂପୂର୍ଣ୍ଣ ପଢନ୍ତୁ
Pat

ମେ ୨୮ରେ ଆସିବ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ରାୟ

ବଲାଙ୍ଗୀର:ମେ ୨୮ରେ ଆସିବ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ରାୟ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ରାୟ ମେ ୨୮ରେ ଆସିବ। ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ। ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ରାୟ ଆଜି ଶେଷ ଶୁଣାଣି ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି ପାଟଣାଗଡ଼ ଏଡିଜେ। ଆଜି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Att

୧୭ ଦିନ ମଧ୍ୟରେ ଭାରତ ପୁଣି ଆକ୍ରମଣ କରିବ: ପାକିସ୍ତାନୀ ନେତାଙ୍କ ଭବିଷ୍ୟବାଣୀ

ଇସଲାମାବାଦ: ଅପରେସନ ସିନ୍ଦୁର ପରେ ଭାରତ ପାକିସ୍ତାନର ଆକ୍ରମଣର କଡ଼ା ଜବାବ ଦେଇଛି । ପାକିସ୍ତାନ ସେହି ଯନ୍ତ୍ରଣାକୁ ଭୁଲି ପାରୁନାହିଁ। ଏପରିସ୍ଥଳେ ପାକିସ୍ତାନୀ ନେତାମାନେ ଭାରତ ପୁଣି ଆକ୍ରମଣ କରିବ ବୋଲି ଭୟ କରିବା ଆରମ୍ଭ କରିଛନ୍ତି। ଯୁଦ୍ଧବିରତି ପରେ ମଧ୍ୟ ପାକିସ୍ତାନୀ ନେତାମାନେ କହୁଛନ୍ତି ଯେ, ଭାରତ ପୁଣି ଥରେ ପାକିସ୍ତାନ ଉପରେ ଆକ୍ରମଣ କରିବ। ଏପରି ମନ୍ତବ୍ୟରୁ ବୁଝାପଡୁଛି, ଯୁଦ୍ଧବିରତି ପରେ ମଧ୍ୟ ପାକିସ୍ତାନରେ ଭାରତ ପ୍ରତି ଭୟ ରହିଛି। ପାକିସ୍ତାନର ନ୍ୟୁଜ୍ […]

ସଂପୂର୍ଣ୍ଣ ପଢନ୍ତୁ
School

ବିଧାୟକ-ସାଂସଦ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିଶ କରିପାରିବେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି

ଭୁବନେଶ୍ୱର  : ବିଧାୟକମାନେ ହେଉଛନ୍ତି ଲୋକ ପ୍ରତିନିଧି । ଅନେକ ସମୟରେ ଲୋକ ପ୍ରତିନିଧିଙ୍କ ପାଖରେ ବିଭିନ୍ନ ସମସ୍ୟାକୁ ନେଇ  ଶିକ୍ଷକମାନେ ଯାଇଥାନ୍ତି ଏବଂ ଗୁହାରି କରିଥାନ୍ତି  ।  ଏଣିକି ବିଧାୟକ-ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ । ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।  ସେମାନଙ୍କୁ କେଉଁ ବିଦ୍ୟାଳୟରେ ଥଇଥାନର ଆବଶ୍ୟକତା ରହିଛି ତାଙ୍କୁ ବଦଳି କରିପାରିବେ । ବିଧାୟକମାନେ […]

ସଂପୂର୍ଣ୍ଣ ପଢନ୍ତୁ
Archana Nag

ଆଇନଜୀବୀ ଭାବେ ସ୍ୱୀକୃତି ପାଇଁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ, ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅର୍ଚ୍ଚନା ନାଗଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ମେ ୧୦ରେ ଆଇନଜୀବୀ ଭାବେ ସ୍ୱୀକୃତି ପାଇବା ପାଇଁ ଏକ ଆବେଦନ କରିଛନ୍ତି। ଅର୍ଚ୍ଚନା ଏହି ଆବେଦନପତ୍ରରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ସେ ଜାଣିଶୁଣି ଭୁଲ ସୂଚନା ଦେଇଥିବା ପରିଷଦ ଦାବି କରିଛି। ଅର୍ଚ୍ଚନା ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Tr

ଚୀନ ପରେ ତୁର୍କୀ ଉପରେ ଭାରତର ଡିଜିଟାଲ୍‌ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ଚୀନ ପରେ ଏବେ ତୁର୍କୀ ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିଛି ଭାରତ। ଭାରତର ‘ଅପରେସନ୍‌ ସିନ୍ଦୂର’କୁ ଭୁଲ୍‌ ଭାବେ ଚିତ୍ରଣ କରୁଥିବା ଚୀନର ଗଣମାଧ୍ୟମ ସଂସ୍ଥା ‘ଗ୍ଲୋବାଲ୍ ଟାଇମ୍ସ’ର ଏକ୍ସ ଆଉଉଣ୍ଟ୍‌କୁ ଭାରତରେ ବନ୍ଦ୍‌ କରିବା ପରେ ଏବେ ତୁର୍କୀର ପାଳି ପଡ଼ିଛି। ତୁର୍କୀର ସରକାରୀ ଚ୍ୟାନେଲ୍ ଟିଆରଟି ୱାର୍ଲ୍ଡର ଆକାଉଣ୍ଟଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସମ୍ପ୍ରତି ଭାରତ ସରକାର ଅନେକ ପୁରୁଣା ପାକିସ୍ତାନୀ ହ୍ୟାଣ୍ଡେଲ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିବା ପରେ ଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ