ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲା ଇରାନ

ତେହେରାନ : ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ପାଇଁ ଗୁପ୍ତଚର କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣଙ୍କୁ ଆଜି ଇରାନ ମୃତ୍ୟୁଦଣ୍ଡ ଦେଇଛି। ଜୁନ୍ ୧୪ ଏବଂ ଜୁନ୍ ୨୩ ତାରିଖରେ ମଧ୍ୟ ସମାନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସଂଘର୍ଷ ସମୟରେ ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହରେ ଇରାନରେ ୭୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନୀ ଗୁପ୍ତଚର ଏବଂ ସୁରକ୍ଷା ବାହିନୀ ଅଧିକାଂଶ […]

ସଂପୂର୍ଣ୍ଣ ପଢନ୍ତୁ
Cbse 1 1140x570 1 750x430

CBSEର ବଡ଼ ନିଷ୍ପତ୍ତି, ଏଣିକି ବର୍ଷକୁ ୨ ଥର ହେବ ଦଶମ ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ,୨୫।୬: ଯଦି ଆପଣଙ୍କ ପିଲାମାନେ ଦଶମ ଶ୍ରେଣୀ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏବେ ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ସୁଯୋଗ ମିଳିବ। ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରମାନଙ୍କ ଉପରେ ଚାପ କମ କରିବା ଏବଂ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାର ଦ୍ୱିତୀୟ ସୁଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଲେଣି ଆତଙ୍କବାଦୀ

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୨୦୧୯ରେ ହେପାଜତକୁ ନେଇଥିବା ନେଇ ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ (ଟିଟିପି) ସହିତ ଏନକାଉଣ୍ଟର ସମୟରେ ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ସେନା ଅନୁଯାୟୀ, ମେଜର ମୋଇଜ୍ ଆବାସ ଶାହଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା ଦକ୍ଷିଣ ୱାଜିରିସ୍ତାନର ସରଗୋଧା ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ବିରୋଧରେ ଏକ ଅପରେସନ୍ କରୁଥିଲା। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ମୋଦୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ମୋଦୀ ସରକାର ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡକୁ ଏକ ବଡ଼ ଉପହାର ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପୁଣେ ମେଟ୍ରୋର ଲାଇନ-୨ ପାଇଁ ୩,୬୨୬ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ୫,୯୪୦ କୋଟି ଟଙ୍କାର ସଂଶୋଧିତ ଝରିଆ ମାଷ୍ଟର ପ୍ଲାନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଆଜି କ୍ୟାବିନେଟ୍ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା-ଟମାଟୋ ମାଡ଼: କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ। ବୁଧବାର ଶହ ଶହ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତାପ ଦାବି କରି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକାଇଥିଲା। ଫଳରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ […]

ସଂପୂର୍ଣ୍ଣ ପଢନ୍ତୁ

ଧାମରା ଚାନ୍ଦନୀପାଳରେ ହେବ ସି ବିଚ୍: ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଧାମରା ଗସ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଧାମରାଠାରେ ଥିବା ଚାନ୍ଦନୀପାଳଠାରେ ବିଶାଳ ସମୁଦ୍ର ବେଳା ଭୂମିର ବିକାଶ ହେବ। ଏଠାରେ ସି ବିଚ୍ ନିର୍ମାଣ କରାଯିବ। ଏହାର ସୌନ୍ଦର୍ଯ୍ୟ କାରଣ କରାଯିବା। ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ସୁଯୋଗ ଦିଆଯିବ। ଧାମରା ହେବା ପର୍ଯ୍ୟଟନର ହବା୍। ଏହି ଲକ୍ଷ୍ୟ ନେଇ ପୂର୍ବରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର କ୍ଷେତ୍ରୀୟ ତଦନ୍ତ ହୋଇଥିଲା। ଆଜି ପୁଣି ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମହିଳା ଟିମ୍: ଓଡ଼ିଶାରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି

ଭୁବନେଶ୍ବର: ରାଜ୍ୟର ପ୍ରତି ୫ କି.ମି ଦୂରତାରେ ଜଣେ ଶିଶୁ ଅତ୍ୟାଚାରର ଶିକାର। ପ୍ରତି ୧୦ କିମିରେ ଜଣେ ଶିଶୁ ନିଖୋଜ। ଲୋକେ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ। ଓଡ଼ିଶାରେ ମହିଳା ନିର୍ଯାତନାର ଏକ ଚିତ୍ର ବାଣ୍ଟିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲୁ। ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ସମୟ ନ ଦେବା ମହିଳାଙ୍କ ପ୍ରତି ତାଙ୍କର ସମ୍ବେଦନଶୂନ୍ୟତାକୁ ପ୍ରମାଣ କରୁଛି। ଗଣଦୁଷ୍କର୍ମ ମାମଲାର ତଥ୍ୟ ଅନୁଧ୍ୟାନ ପାଇଁ ଆସିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀ ଗଣ୍ଡରେ ମଗରଙ୍କ ପାଇଁ ବିପଦରେ ଘଡ଼ିଆଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳଙ୍କ ପାଇଁ ଏବେ ବିପଦ ସାଜିଛନ୍ତି ମଗର। ଏହି ଗଣ୍ଡରେ କ୍ରମାଗତ ଭାବରେ ମଗର ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମଗରଙ୍କ ଆକ୍ରମଣରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ପୂର୍ବରୁ ଘଡ଼ିଆଳ ଗବେଷକ ଯେଉଁ ଆଶଙ୍କା କରିଥିଲେ ତାହା ସତ ହେଉଛି। ଫଳରେ ଏହି ଗଣ୍ଡରେ ମଗର ସଂଖ୍ୟା କମାଇବା ଜରୁରି ହୋଇପଡ଼ିଛି। ସୂଚନା ମୁତାବକ, ସାତକୋଶିଆ ଗଣ୍ଡରେ ମଗରଙ୍କ ସଂଖ୍ୟା ବଢ଼ିବାରେ […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି

ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି। ନେସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ଆଜି ଆକସ୍ମିକ ପରଲୋକ ଘଟିଛି। ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ। ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ […]

ସଂପୂର୍ଣ୍ଣ ପଢନ୍ତୁ

ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା

ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି। ବିଭିନ୍ନ କାଗଜପତ୍ର ଅନଲାଇନରେ ଡାଉନଲୋଡ, ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ, ସ୍ଲଟ୍ ସ୍ଥିତି ଜାଣିବା,  ନିଜର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ପ୍ରମାଣୀକୃତ […]

ସଂପୂର୍ଣ୍ଣ ପଢନ୍ତୁ