Ala

ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଅଲାରନାଥ

ପୁରୀ : ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ ।  ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ ।  ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ରହ୍ମଗିରିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ‌ପୁଲିସ ମୁତୟନ ହେବେ । ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍‌ସନ ଫୋର୍ସ ସାଦା ପୋଷାକରେ ରହିବେ ।  ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟ, […]

ସଂପୂର୍ଣ୍ଣ ପଢନ୍ତୁ
Indigo

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ଉଡାଣ

ଭୁବନେଶ୍ୱର: ବିଲ୍ଡିଂ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍ ଆସେଟ୍ସ ଆଣ୍ଡ୍ ନେଟୱାର୍କ (B-MAAN) ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ସିଧାସଳଖ ବିମାନ ଚଳାଚଳ କରିବ। ଏହି ସେବା ଅନ୍ତର୍ଜାତୀୟ ସଂଯୋଗ ବୃଦ୍ଧି କରିବା ଏବଂ ପର୍ଯ୍ୟଟନ ସହ ବାଣିଜ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

ସଂପୂର୍ଣ୍ଣ ପଢନ୍ତୁ
Man

୨୦ରୁ କମ୍‌ ଓ ୨୮ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଚଲାଇ ପାରିବେନି ଏସି

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେନ୍ଦ୍ର ସରକାର ଏୟାର କଣ୍ଡିସନର(ଏସି) ବ୍ୟବହାର ସମ୍ପର୍କରେ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର କହିଛନ୍ତି ଯେ, ଏବେ ଏସି ତାପମାତ୍ରା ମାନକୀକରଣ କରାଯିବ। ସେ କହିଛନ୍ତି, ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ହ୍ରାସ ଏବଂ ପରିବେଶ ସନ୍ତୁଳନକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀଙ୍କ କହିବାନୁସାରେ, […]

ସଂପୂର୍ଣ୍ଣ ପଢନ୍ତୁ
Brown Surar Arrest

ଭୁବନେଶ୍ୱରରୁ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଭୁବନେଶ୍ୱରରେ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୧୯ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି।  ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ଏସଟିଏଫର ଏକ ଟିମ୍ ମଙ୍ଗଳବାର ଭୁବନେଶ୍ୱର ଉପକଣ୍ଠ ସ୍ଥିତ କୁଆଖାଇ ନଦୀ କୂଳରେ ଚଢାଉ କରି ଏହି ଡ୍ରଗ୍ସ ଜବତ କରିଛି।  ଗିରଫ ଡ୍ରଗ୍ସ ବ୍ୟବସାୟୀ ଭୁବନେଶ୍ୱରର କେସୁରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଏସଟିଏଫର ଏକ ଟିମ୍ ଅଭିଯୁକ୍ତ ଦ୍ୱାରା ବ୍ୟବହୃତ […]

ସଂପୂର୍ଣ୍ଣ ପଢନ୍ତୁ
Maha

ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ :  ଶ୍ରୀକ୍ଷେତ୍ର ଆଜି ଚଳଚଞ୍ଚଳ ହୋଇ ଉଠିଛି ।   ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।  ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି । ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ ଦେଉଛନ୍ତି । ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ । […]

ସଂପୂର୍ଣ୍ଣ ପଢନ୍ତୁ
Sdfew

ମୁଁ ନିଜେ ତାକୁ ଦଣ୍ଡ ଦେବି; ରାଜାଙ୍କ ପରିବାର ଆଗରେ ଏଭଳି କହିଲେ ସୋନମର ଭାଇ

ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଯେତେ ଯେତେ ଆଗକୁ ବଢ଼ୁଛି, ସେତେ ସେତେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ରାଜାଙ୍କ ପତ୍ନୀ ସୋନମ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତ ପୁଲିସର ପଚରାଉଚରା ମଧ୍ୟରେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ, ଅଭିଯୁକ୍ତମାନେ ସୋନମଙ୍କୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କହୁଥିବା ବେଳେ ସୋନମ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏବେ ସୋନମଙ୍କ ପରିବାର ସଦସ୍ୟମାନେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Nityananda Ganda 1

ଆଗକୁ ସ୍କୁଲରେ ଆଡ଼ମିଶନ ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ: ମନ୍ତ୍ରୀ

ଭୁବନେଶ୍ବର: ଏଥର ସ୍କୁଲରେ ଆଡ଼ମିଶନ ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ସ୍କୁଲ ଡ୍ରପ୍‌ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ
Gadi

ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା

ପୁରୀ : ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ  ।  ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଘଟିଛି ହତ୍ୟା  ।   ସ୍ନାନ ପୂର୍ଣ୍ଣିମା ପାଇଁ ୭୦ପ୍ଲାଟୁନ ରୁ ଅଧିକ ଫୋର୍ସ ମୁତୟନ ରହିଥିବାବେଳେ ଦିବା ଲୋକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ସୂଚନା ମିଳିଛି  ।   ମୃତକ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ ।   ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ  ।

ସଂପୂର୍ଣ୍ଣ ପଢନ୍ତୁ
Wbplgccdmejpeugn2nmw

ରାଜା ରଘୁବଂଶୀ ହତ୍ୟା କରିଥିବା କଥାକୁ ଶେଷରେ ସ୍ବୀକାର କଲେ ସୋନମ

ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ସିଲଂ କୋର୍ଟରେ ହାଜର କରାଯିବାର ପ୍ରକ୍ରିୟା ଚାଲିଛି। କୋର୍ଟରୁ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡ ନେଇ ଅପରାଧସ୍ଥଳକୁ ନେଇଯିବାର ବ୍ୟବସ୍ଥା କରିଛି। ସେଠାରେ ରାଜାଙ୍କ ହତ୍ୟାର ରି-କ୍ରିଏସନ କରିବେ ହତ୍ୟାକାରୀ। ଏହା ପୂର୍ବରୁ ମେଘାଳୟ ପୁଲିସ ରାଜା ରଘୁବଂଶୀ ହତ୍ୟା ମାମଲା ସହିତ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି। ମେଘାଳୟ ପୁଲିସ ସୂଚନା ଦେଇ କହିଛି ଯେ ରାଜାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Gol

ପୁଣି ବଢିଲା ସୁନା ଦର

ଭୁବନେଶ୍ୱର: କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର। ଗତ କିଛି ଦିନ ଲଗାତାର ସୁନା ଦର କମିଚାଲିଥିଲା। ହେଲେ ଏବେ ସୁନା ଦର ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୁଣି ଲକ୍ଷେ ଟପିଯିବ କି ସୁନ ମୂଲ୍ୟ ନେଇ ଗ୍ରାହକଙ୍କ ମନରେ ଛନକା। ଜୁନ୍‌ ୧୧ ଅର୍ଥାତ୍‌ ବୁଧବାର ବୃଦ୍ଧି ପାଇଛି ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୮,୪୦୦ ଟଙ୍କା ରହିଛି । ଗତକାଲି ଏହା […]

ସଂପୂର୍ଣ୍ଣ ପଢନ୍ତୁ