Zzz

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଏଏସଆଇ

ବ୍ରହ୍ମପୁର: ଗିରଫ ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ସେ ହେଉଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍‌ଆଇ ବବିତା ସୁନା। ଏଏସ୍‌ଆଇ ବବିତା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। କେସ୍‌ ନମ୍ବର ୭/୨୫ରେ ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ମହିଳା ଥାନାରେ ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ମାମଲା ଦାଏର […]

ସଂପୂର୍ଣ୍ଣ ପଢନ୍ତୁ
1 750x430

ସ୍ଵଚ୍ଛ ଓ ଉତ୍ତମ ସରକାରର ଦର୍ପଣ ହେଉଛି ରାଜସ୍ୱ ବିଭାଗ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଭୂମି […]

ସଂପୂର୍ଣ୍ଣ ପଢନ୍ତୁ
Minister Shares How Pm Tracked Op Sindoor Night Airstrikes 768x432

ରାତି ଅନିଦ୍ରା ହୋଇ ଅପରେଶନ ସିନ୍ଦୁର ଟ୍ରାକ୍ କରୁଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେଶନ ସିନ୍ଦୁର ବିମାନ ଆକ୍ରମଣକୁ ରାତିସାରା ନୀରିକ୍ଷଣ କରୁଥିଲେ। ଏଥିସହିତ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଖାତିର ନ କରି କିପରି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କଲା, ତାହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ସିଂହ, ମେ ୭ ତାରିଖ ରାତିରେ ଘଟଣା ବିଷୟରେ କହିଥିଲେ, ଯେତେବେଳେ ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ନଅଟି ସ୍ଥାନରେ ଆକ୍ରମଣ କରି ଜୈଶ-ଏ-ମହମ୍ମଦ […]

ସଂପୂର୍ଣ୍ଣ ପଢନ୍ତୁ
Census 1

ମାର୍ଚ୍ଚ ୨୦୨୭ରୁ ଜନଗଣନା: ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏହି ଦିଗରେ ପଦକ୍ଷେପ ନେଇଛନ୍ତି। ସୂଚନା ଅନୁଯାୟୀ, ସମଗ୍ର ଦେଶରେ ଜାତିଗତ ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରୁ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଜନଗଣନା ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ବିପର୍ଯ୍ୟୟ ପ୍ରଶମନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ: ପି. କେ. ମିଶ୍ର

ଜେନେଭା: ସ୍ବିଜରଲ୍ୟାଣ୍ଡର ଜେନେଭାଠାରେ ଜାତିସଂଘ ପକ୍ଷରୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଅଷ୍ଟମ ବୈଶ୍ବିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ ନରୱେର ଅନ୍ତର୍ଜାତୀୟ ବିକାଶ ଉପମନ୍ତ୍ରୀ ସୁଶ୍ରୀ ଷ୍ଟାଇନ ରେନେଟ ହେହିମଙ୍କ ସହ ଫଳପ୍ରଦ ଆଲୋଚନା […]

ସଂପୂର୍ଣ୍ଣ ପଢନ୍ତୁ
Bengaluru Stampede Many Feared Dead During Rcb Victory Celebrations Near Chinnaswamy Stadium

ଆରସିବିର ବିଜୟ ଶୋଭାଯାତ୍ରା ଫିକା ପଡ଼ିଲା: ଦଳାଚକଟାରେ ୭ ମୃତ, ୨୦ରୁ ଅଧିକ ଆହତ

ବେଙ୍ଗାଲୁରୁ: ଆରସିବି ଦଳ ଆଇପିଏଲ ୨୦୨୫ କପ୍ ଜିତିଛି ଏବଂ ଏହା ପରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସମଗ୍ର ଦଳକୁ ସମ୍ମାନିତ କରାଯାଉଛି। କିନ୍ତୁ, ଏହି ସମ୍ମାନ ସମୟରେ ଏପରି କିଛି ଘଟିଛି, ଯାହା କେହି ଆଶା କରି ନଥିଲେ। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦଳାଚକଟାରେ ୨୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଚିକିତ୍ସା ଲାଗି […]

ସଂପୂର୍ଣ୍ଣ ପଢନ୍ତୁ
Expressway Main

ବିହାରକୁ ମିଳିଲା ବଡ ଉପହାର: ରକ୍ସୌଲରୁ ହଳଦିଆକୁ ଯୋଡ଼ିବ ଏକ୍ସପ୍ରେସୱେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରକ୍ସୌଲରୁ ହଳଦିଆ ପର୍ଯ୍ୟନ୍ତ ଏକ ନୂତନ ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ପ୍ରାୟ ୫୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟ ଏହି ଏକ୍ସପ୍ରେସୱେର ରୁଟ୍ ଚୂଡ଼ାନ୍ତ କରିଛି। ସରକାର ଏହି ଏକ୍ସପ୍ରେସୱେକୁ ଆଗାମୀ ତିନି ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୮ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଏକ୍ସପ୍ରେସୱେ ବିହାରର ୮ଟି ପ୍ରମୁଖ ଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ
Zz

ସେନା କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ, ଗଣମାଧ୍ୟମକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ଥିବା ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କାର୍ଯ୍ୟରତ ସେନା କର୍ମଚାରୀ , ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବା ଉଚିତ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ମାର୍ଗଦର୍ଶିକାରେ କୁହାଯାଇଛି ଯେ ନିକଟରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ଯେଉଁ ସେନା କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ଘର କେଉଁଠି ଓ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 06 04 At 12.25.07 Pm 750x430

ଜୁନ୍ ୬ରୁ ଆରମ୍ଭ ହେବ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ‘

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆସନ୍ତା ୬ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର (ବିଏଫ୍ଏଫ୍) ଦ୍ୱିତୀୟ ସଂସ୍କରଣ। ଚାରିଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଏହି କାର୍ଯ୍ୟକ୍ରମଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ। ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ୨୦୨୪ରେ ’ଭୁବନେଶ୍ୱର ଫିଲ୍ମ […]

ସଂପୂର୍ଣ୍ଣ ପଢନ୍ତୁ
Z

ମଧ୍ୟପ୍ରଦେଶରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୯ ଜୀବନ; ୨ ଗୁରୁତର

ଝାବୁଆ: ମଧ୍ୟପ୍ରଦେଶର ଝାବୁଆ ଜିଲ୍ଳାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ସିମେଣ୍ଟ୍‌ରେ ଭର୍ତ୍ତି ହୋଇଥିବା ଏକ ଟ୍ରକ୍‌ଟି ଏକ କାର୍‌ ଉପରେ ଓଲଟି ପଡ଼ିବାକୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣ ମୃତଙ୍କ ବ୍ୟତୀତ ଆହୁରି ଦୁଇ ଜଣ ଗୁରୁତର ଆଘାତ ପାଇଁ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏହି ଘଟଣା ଜିଲ୍ଲା‌ର ମେଘନଗରଠାରେ ହୋଇଛି। ସୂଚନା ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଇଛି। ରାତି […]

ସଂପୂର୍ଣ୍ଣ ପଢନ୍ତୁ