Assembly

ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍, Odisha Legislative ASSEMBLY ଉଦଘାଟିତ

ଭୁବନେଶ୍ୱର :  ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ Odisha Legislative ASSEMBLY ଉଦଘାଟିତ ।  ଉଦଘାଟନ କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ଅଧିକ ସ୍ୱଚ୍ଛ ଓ ଦକ୍ଷ ଶାସନ ଦିଗରେ ଯାତ୍ରାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ ହେବ । ଓଡ଼ିଶା ସରକାର NICT ବିଭାଗ ଓ ଭାରତ ସରକାର NICର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ୍ ପ୍ରସ୍ତୁତ ହୋଇଛି । ବିଧାନସଭାର କାର୍ଯ୍ୟ ଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଓ […]

ସଂପୂର୍ଣ୍ଣ ପଢନ୍ତୁ
Bjd 1

ପଶ୍ଚିମ ଓଡ଼ିଶାରେ ବଡ଼ ପାୱାର ଶୋ’ କରିବ ବିଜେଡି, ୧୮ରେ ବରଗଡରେ ବିରାଟ ଚାଷୀ ସମାବେଶ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିରୋଧରେ ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ପଞ୍ଜିକରଣ, କଟଣି ଛଟଣି, ,ସାରର ଅଭାବ ବିକ୍ରି ଭଳି ପ୍ରସଙ୍ଗ ଚାଷୀଙ୍କ ଚିନ୍ତା ବଢାଇଛି। ତେଣୁ ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି ବିଜେଡି । ଆଜି ଶଙ୍ଖ ଭବନରେ ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି କୃଷକ ସାମୁଖ୍ୟର ବୈଠକ ବସିଥିଲା ।  ଆଗାମୀ ୧୮ରେ ବରଗଡରେ ବିରାଟ ଚାଷୀ ସମାବେଶ କରି ପଶ୍ଚିମଓଡିଶାରେ ନିଜର ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛି ବିଜୁ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 08 125224 750

୫୧୦ ଲିଟର ବେଆଇନ ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ

ଭଦ୍ରକ: ଭଦ୍ରକ ଅବକାରୀ ବିଭାଗକୁ ବଡ଼ ସଫଳତା। ଏଠାରେ ଚଢ଼ାଉ କରି ୫୧୦ ଲିଟର ବେଆଇନ ଦେଶୀ ମଦ ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିବା ନେଇ ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବାଇକ୍‌ ଏବଂ ଏକ ସ୍କୁଟି ଜବତ କରାଯାଇଛି । ସୂଚନା ମୁତାବକ, ଭଦ୍ରକ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ତତ୍ତ୍ଵାବଧାନରେ […]

ସଂପୂର୍ଣ୍ଣ ପଢନ୍ତୁ
Aiims Bhubaneswar 1068x601

ନିଯୁକ୍ତି ଜାଲିଆତି: ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍‌ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍‌ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ ଜଗତସିଂହପୁରର ଏକ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏମ୍‌ସର ବିଭିନ୍ନ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ରହିଥିଲା। ଏହାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ସଂପୂର୍ଣ୍ଣ ପଢନ୍ତୁ
Ks

‘ଯିଏ ସଲ୍‌ମାନ୍‌ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ

ନୂଆଦିଲ୍ଲୀ : ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କ କାନାଡା ସ୍ଥିତ ରେସ୍ତୋରାଁ କପସ୍‌ କାଫେ ଉପରେ ୨ ଥର ଗୁଳିମାଡ ହୋଇ ସାରିଛି । ଏହି ମାମଲାରେ ସାମ୍ନାକୁ ଏକ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, କାଫେ ଉପରେ ଗୁଳିମାଡ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରାଯାଇଛି। ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ନିକଟତର ହେବା କପିଲ୍‌ ଜୀବନ ପ୍ରତି ବିପଦ ବୋଲି ପ୍ରାଥମକି ତଦନ୍ତରୁ ଖବର ଜଣାପଡିଛି । ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର […]

ସଂପୂର୍ଣ୍ଣ ପଢନ୍ତୁ
Si

ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ କରାଯାଇଛି। ପ୍ରଫେସର ସ୍ୱାଇଁ ପାଞ୍ଚ ବର୍ଷ ଅଥବା ସେ ୭୦ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ କୁଳପତି ଭାବରେ ପଦଭାର ଗ୍ରହଣ କରିବେ। ପୁରୀ ଜିଲ୍ଲାର ରୁଷିପଡ଼ା ଗାଁର ନିବାସୀ ପ୍ରଫେସର ସ୍ୱାଇଁ ଶିକ୍ଷା କ୍ଷେତ୍ରରେ ୪୩ ବର୍ଷର ଅନୁଭବ […]

ସଂପୂର୍ଣ୍ଣ ପଢନ୍ତୁ
Mukesh Mahalinga 680x430 1

‘ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ପାଇଁ ୧.୫୭ କୋଟି ଔଷଧ ଯୁକ୍ତ ମଶାରି ଯୋଗାଇବେ କେନ୍ଦ୍ର ସରକାର’

ଭୁବନେଶ୍ବର: ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାବେଳେ, ଏହି ସମୟରେ ମଶା ଜନିତ ରୋଗ ବ୍ୟାପିବାର ବହୁ ଆଶଙ୍କା ଥାଏ । ଏନେଇ ରାଜ୍ୟରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି । ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୧.୫୭ କୋଟି ଔଷଧ […]

ସଂପୂର୍ଣ୍ଣ ପଢନ୍ତୁ
Lq7abaogc0u2ydsr8be8

ଆୟକର ବିଲ-୨୦୨୫କୁ ଫେରାଇନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ୍ ଆଣିବେ। ଫେବୃଆରୀ ୨୦୨୫ ରେ ଲୋକସଭାରେ ଏହା ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ ଗ୍ରହଣ କରିବା ପରେ, ସରକାର ଏବେ ଏକ ନୂତନ ବିଲ୍ ଆଣିବେ। କେନ୍ଦ୍ର ସରକାର ୧୩ ଫେବୃଆରୀ ୨୦୨୫ରେ ଲୋକସଭାରେ ଏହି ନୂତନ ବିଲ୍ ଆଗତ କରିଥିଲେ ଏବଂ ସେହି ଦିନ […]

ସଂପୂର୍ଣ୍ଣ ପଢନ୍ତୁ
Sonali

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ କାଗଜି ପଲାଇ ।  ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କ ସହ ବିବାଦ ମାମଲାରେ ହାଜର ହେଲା ପୁଅ ।  ଶିଶୁ ମଙ୍ଗଳ କମିଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ ଉପସ୍ଥିତ ହେଲା ନାବାଳକ ପୁଅ  ।  ବାପା ପାଇଁ ଅନୁରୋଧ କରିଛି ପୁଅ । ମାଆର ନିଷ୍ପତ୍ତି ବିରୋଧରେ ପୁଅ କୃଷ୍ଣ ପ୍ରସାଦ ଥାନା ଅଧିକାରୀଙ୍କୁ ଚିଠି ଲେଖିଛି  ।  ବାପା […]

ସଂପୂର୍ଣ୍ଣ ପଢନ୍ତୁ
Ar

କେନ୍ଦ୍ର କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦ କୋଟି ୩୩ ଲକ୍ଷ ଲୋକ ଉପକୃତ ହେବେ। ଏହା ବ୍ୟତୀତ, ସରକାର ସୁଲଭ ଏଲପିଜି ସିଲିଣ୍ଡର ପାଇଁ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ସ୍ଥିର କରିଛନ୍ତି। କେନ୍ଦ୍ର ସରକାର ରକ୍ଷା ବନ୍ଧନରେ […]

ସଂପୂର୍ଣ୍ଣ ପଢନ୍ତୁ