ମହାକାଳପଡା ତହସିଲଦାର୍‌ ଗିରଫ

ମହାକାଳପଡା, ୧୦/୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତହସିଲଦାରଙ୍କ ଆୟଠାରୁ ୧୯୦ ପ୍ରତିଶତ ସମ୍ପତ୍ତି ଅଧିକ ଥିବା ସୂଚନା ମିଳିଛି। ଗୁରୁବାର ଚଢାଉ ବେଳେ ଶିବଙ୍କଠାରୁ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ୪ କୋଠା, ୭ଟି ପ୍ଲଟ୍ , ୧୮ ଲକ୍ଷ ଜମା ଟଙ୍କା ଏବଂ ନଗଦ ଦେଢ ଲକ୍ଷ ଟଙ୍କା ଜବତ ହୋଇଥିଲା।

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ଥାନରେ ଇଣ୍ଟରନେଟ ସେବା ବନ୍ଧ

ଇସଲାମାବାଦ,୧୦/୧୦: ପାକିସ୍ତାନରେ 3G/4G ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍‌ ବନ୍ଦ ରହିଛି। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେହେରିକ-ଏ-ଲବୈକ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ହୋଇଛି। ଫଳରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍‌ କରାଯାଇଛି। ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବାବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

ସଂପୂର୍ଣ୍ଣ ପଢନ୍ତୁ

ଆଫଗାନିସ୍ତାନ ବିଦେଶମନ୍ତ୍ରୀ ଭାରତ‌ ଆସିବା ପରେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ

କାବୁଲ ୧୦/୧୦: କମ୍ପିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ, କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ଜଣାଯାଇଛି। କାବୁଲରେ ଦୁଇଟି ଜୋରଦାର ବିସ୍ଫୋରଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିବା ପରେ ପାକିସ୍ତାନ ଏଭଳି କରିଛି। ଜଣ।ପଡିଛି ଯେ, ପାକିସ୍ତାନୀ ଲଢ଼ୁଆ ବିମାନଗୁଡ଼ିକ ଆଫଗାନିସ୍ତାନର ରାଜଧାନୀ ଭିତରେ ଥିବା ଟିଟିପି ଆଡ୍ଡାଗୁଡ଼ିକୁ ଟାର୍ଗେଟ […]

ସଂପୂର୍ଣ୍ଣ ପଢନ୍ତୁ

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ, ୧୦/୧୦: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ ହୋଇଛି। କର୍ତ୍ତୃପକ୍ଷ ସୁନାମୀ ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ଭୂକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ। ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ରହିଛି। ଇଣ୍ଡେନେସିଆର ବିଭିନ୍ନ ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ

ରାଉରକେଲା ରେଳ ଷ୍ଟେସନରୁ ୨ ମାଓବାଦୀ ଗିରଫ

ରାଉରକେଲା, ୧୦/୧୦:ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ରାଉରକେଲା ରେଳ ସୁରକ୍ଷା ବାହିନୀ ଝାଡ଼ଖଣ୍ଡର ଲାଟେହାର ଏବଂ ପାଲାମୁ ଜିଲ୍ଲାରୁ ଦୁଇଜଣ ୱାଣ୍ଟେଡ୍ ନକ୍ସଲଙ୍କୁ ଗିରଫ କରିଛି। ଉଭୟଙ୍କୁ ଆର୍‌ପିଏଫ୍‌ ପୋଷ୍ଟରେ କଡ଼ା ପଚରାଉଚରା କରାଯାଉଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଲେସଲିଗଞ୍ଜ ଥାନା ଅନ୍ତର୍ଗତ ଦେଓରା ଗ୍ରାମର ବାସିନ୍ଦା ବ୍ରିକ୍ସ ଯାଦବଙ୍କ ପୁଅ ଅବଧେଶ କୁମାର ଏବଂ ଝାଡ଼ଖଣ୍ଡର ଲାଟେହାର ଜିଲ୍ଲାର ମାନିକା ଥାନା ଅନ୍ତର୍ଗତ ମାନିକା ଗ୍ରାମର ବାସିନ୍ଦା ରାଧେଶ୍ୟାମ ଯାଦବଙ୍କ ପୁଅ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ମହିଳା କଂଗ୍ରେସରେ ୧୦ ଉପସଭାନେତ୍ରୀ ଓ ୨୨ ସାଧାରଣ ସମ୍ପାଦିକାଙ୍କୁ ନିଯୁକ୍ତି

ଭୁବନେଶ୍ବର, ୧୦/୧୦ : ସୁଦୃଢ଼ ହେବ ରାଜ୍ୟ ମହିଳା କଂଗ୍ରେସ। ଏଥିପାଇଁ ଉପସଭାପତି, ସାଧାରଣ ସମ୍ପାଦିକା, ସମ୍ପାଦିକା ଓ ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରିଛି ମହିଳା କଂଗ୍ରେସ। ୧୦ ଜଣ ଉପସଭାପତି, ୨୨ ଜଣ ସାଧାରଣ ସମ୍ପାଦିକା, ୪୫ଜଣ ସମ୍ପାଦିକା ଏବଂ ୪ଜଣ ସ୍ବତନ୍ତ୍ର ପରାମର୍ଶଦାତାଙ୍କ ନାଁ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଅନୁମୋଦନ କରିଛନ୍ତି। ଉପସଭାପତି ପଦରେ ୧୦ ମହିଳା ସଙ୍ଗଠକଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯେଗିତା

ଭୁବନେଶ୍ଵର, ୧୦/୧୦: ଭାରତୀୟ ଦୌଡ଼କୁଦ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଓଡ଼ିଶା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ୧୪ ପର୍ଯ୍ୟନ୍ତ ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା ସର୍ବମୋଟ ୭୫ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ସର୍ବାଧିକ କ୍ରୀଡ଼ାବିତ୍‌ (୧୪୭ ଜଣ) ହରିୟାଣା ରାଜ୍ୟରୁ ଅଂଶଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ

ବୁଡିଲା ମାଛଧରା ବୋଟ୍: ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ପଟ୍ଟାମୁଣ୍ଡାଇ, ୧୦/୧୦ : ସମୁଦ୍ରରେ ବୁଡିଲା ମାଛଧରା ବୋଟ୍ , ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ସାତଭାୟା ନିକଟ ସମୁଦ୍ରରେ ତାରିଣୀ -୨ ବୋଟ୍‌ରେ ପାଣି ପଶିଯିବାରୁ ବୋଟ୍‌ଟି ବୁଡିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ଦୁର୍ଘଟଣା ଘଟି ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ […]

ସଂପୂର୍ଣ୍ଣ ପଢନ୍ତୁ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍‌ଆଇ କାର୍ତ୍ତିକ ଜେନା ନିଲମ୍ବିତ

ଭଦ୍ରକ, ୧୦/୧୦ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ପାଇଁ ଅସଲି ପୁଲିସ୍ ନକଲି ପୁଲିସ୍‌କୁ ପଠାଇ ନିଲମ୍ବିତ ହୋଇଛନ୍ତି । ଗ୍ରାମାଞ୍ଚଳ ଥାନାର ସବ ଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁରେ ପାରିବାରିକ କଳହକୁ ନେଇ ଅଭିଯୋଗ ହୋଇଥିଲା । ତେବେ ଦାୟିତ୍ବରେ ଥିବା ପୁଲିସ୍‌ ଏସ୍‌ଆଇ ନିଜେ ନଯାଇ ତଦନ୍ତ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା ଛକ ଗଜଲକ୍ଷ୍ମୀ ପୂଜା ରେ ଆଧ୍ୟାତ୍ମିକ ପ୍ରବଚନ

ଝଙ୍କଡ଼, ୯/୧୦: ବିଗତ କୁମାର ପୂର୍ଣ୍ଣିମା ଦିନ ଠାରୁ ତିର୍ତ୍ତୋଲ ବ୍ଲକ ସଅଁରା ଛକ ରେ ସ୍ଥାନୀୟ ଅଞ୍ଚଳର ବଣିକ ସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ପାଳନ ଅବସରରେ ଗତ ଗୁରୁବାର ସନ୍ଧ୍ୟା ରେ ଆୟୋଜିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇ , ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ତଥା ପ୍ରଚଣ୍ଡ ପ୍ରଗଲଭ ପ୍ରବକ୍ତା ବାବା ଦିବାକର ଦାସ ମହାରାଜ, ମହାପ୍ରଭୂ ଶ୍ରୀଜଗନ୍ନାଥ ଙ୍କର ଲୀଳା ମାହାତ୍ମ୍ୟ ଓ […]

ସଂପୂର୍ଣ୍ଣ ପଢନ୍ତୁ