ବୁଡିଲା ମାଛଧରା ବୋଟ୍: ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା ରାଜ୍ୟ
Spread the love

ପଟ୍ଟାମୁଣ୍ଡାଇ, ୧୦/୧୦ : ସମୁଦ୍ରରେ ବୁଡିଲା ମାଛଧରା ବୋଟ୍ , ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ସାତଭାୟା ନିକଟ ସମୁଦ୍ରରେ ତାରିଣୀ -୨ ବୋଟ୍‌ରେ ପାଣି ପଶିଯିବାରୁ ବୋଟ୍‌ଟି ବୁଡିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ଦୁର୍ଘଟଣା ଘଟି ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଚାଲିଆସିଥିଲେ । ତେବେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡିଯାଇଛି ।

Leave a Reply

Your email address will not be published. Required fields are marked *