ଶିକ୍ଷା ଦେଲେ ଜନସାଧାରଣ: ମୁଣ୍ଡ ନୁଆଁଇ ଶୁଳ୍କ ହଟାଇଲେ ଟ୍ରମ୍ପ୍‌

ୱାଶିଂଟନ, ୧୫/୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ କୃଷି ଆମଦାନୀ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଏକ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଗୋମାଂସ, ଟମାଟୋ, କଫି ଏବଂ କଦଳୀ ଭଳି ଉତ୍ପାଦଗୁଡ଼ିକ ପାରସ୍ପରିକ ଶୁଳ୍କରୁ ମୁକ୍ତ ରହିବେ। କିନ୍ତୁ ସମ୍ପୂର୍ଣ୍ଣ ଶୁଳ୍କରୁ ମୁକ୍ତ ରହିବେ ନାହିଁ। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଜନସାଧାରଣଙ୍କ ଅସନ୍ତୋଷ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଆମେରିକା ଉପରେ ବିନାଶକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ‘ଲୋଗୋ’ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ / ୧୧: ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଆଜି ଉନ୍ମୋଚିତ ହୋଇଛି। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଲୋଗୋକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ପିଲାଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଲୋଗୋ ଓଡ଼ିଆ ସଂସ୍କୃତି ତଥା ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି। ଲୋଗୋର […]

ସଂପୂର୍ଣ୍ଣ ପଢନ୍ତୁ

ଶିମିଳିପାଳରେ ଆଜିଠାରୁ ବାଘ ଗଣନା ଆରମ୍ଭ

ବାରିପଦା, ୧୫/୧୧: ଶିମିଳିପାଳରେ ଆଜିଠୁ ବାଘ ଗଣନା ଆରମ୍ଭ ହୋଇଛି। ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଅଖିଳ ଭାରତୀୟ ବ୍ୟାଘ୍ର ଆକଳନ-୨୦୨୬ ଆରମ୍ଭ ହୋଇଛି। NTCA ପ୍ରୋଟୋକଲ୍ ଅନୁଯାୟୀ ଆକଳନ ଦୁଇଟି ପର୍ଯ୍ୟାୟରେ କରାଯିବ, ପ୍ରଥମ ପର୍ଯ୍ୟାୟ ହେଉଛି ପର୍ଯ୍ୟାୟ-୧ ଏବଂ ଅନ୍ୟ ପର୍ଯ୍ୟାୟ-୩ ବ୍ୟାଘ୍ର ସଂରକ୍ଷଣ ସ୍ତରରେ।ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ। ଏଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ, ୩ […]

ସଂପୂର୍ଣ୍ଣ ପଢନ୍ତୁ

୧୯ରେ ମିଳିବ ପିଏମ-କିଷାନର ୨୧ତମ କିସ୍ତି

ନୂଆଦିଲ୍ଲୀ, ୧୫/୧୧: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ଆସନ୍ତା ୧୯ ତାରିଖ (ବୁଧବାର) ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ବାବଦ ଅର୍ଥ ଯୋଜନା ଅନ୍ତର୍ଭୁକ୍ତ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହେବ। ପିଏମ୍‌-କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। […]

ସଂପୂର୍ଣ୍ଣ ପଢନ୍ତୁ

ଜନଜାତୀୟ ଗୌରବ ଦିବସ ଅବସର ରେ ୬୦୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୧: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର […]

ସଂପୂର୍ଣ୍ଣ ପଢନ୍ତୁ

କୋଟିଆ ସୀମାନ୍ତରେ ନିର୍ମାଣ ହେବ ତନଖି ଫାଟକ

ସେମିଳିଗୁଡା, ୧୫/୧୧: ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ କୋରାପୁଟ ଜିଲାର ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ରାଜ୍ୟ ସରକାର ତନଖି ଫାଟକ ଶୀଘ୍ର ସ୍ଥାପନ କରିବେ। ଏଥିପାଇଁ ଯୋଜନା ସରିଛି ବୋଲି କହିଛନ୍ତି ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ। ନିକଟରେ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରିବାକୁ କିଛି କାର୍ଯ୍ୟକ୍ରମ ଆୟୋଜନ କରିବା ପରେ ବ୍ଲକ ପ୍ରଶାସନ ଏଭଳି ଆଭିମୁଖ୍ୟ ଆପଣାଇଛି।କୋରାପୁଟ ଜିଲାର ବିବାଦୀୟ କୋଟିଆ ପଞ୍ଚାୟତ ସମସ୍ୟାର ସମାଧାନ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି କାର୍ଯ୍ୟାଳୟରେ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୫/୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ନୂଆପଡାର ନବ ନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

୫ ବନ୍ଧୁକ ଜବତ ସହ ଦୁଇ ବେପାରୀ ଗିରଫ

ଭୁବନେଶ୍ଵର ୧୫/୧୧: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ୍ ।ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ଓ ୫ ବନ୍ଧୁକ ଜବତ ହୋଇଛି। ୯ ଜୀବନ୍ତ ଗୁଳି ସମେତ ୨ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନେ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର ବୋଲି ଜଣାପଡିଛି। […]

ସଂପୂର୍ଣ୍ଣ ପଢନ୍ତୁ

ସବୁ ବନ୍ଦରରେ ରହିବେ କୋଷ୍ଟ ଗାର୍ଡ

ଭୁବନେଶ୍ଵର, ୧୫/୧୧ : ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ। ଏ ନେଇ ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ଆଇଜି ଇକ୍‌ବାଲ ସିଂ ଚୌହ୍ବାନ୍। ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍ ମୁତୟନ ହେବେ । ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ସିପ୍ ସଂଖ୍ୟା ବଢିବ। ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଓ କୋଷ୍ଟ ଗାର୍ଡ ଶାଖା ଖୋଲିବ। ଧାମରା ବନ୍ଦରରେ କୋଷ୍ଟ ଗାର୍ଡର ଡ୍ରୋନ୍ ୟୁନିଟ୍ ରହିବ। ଏ ନେଇ କୋଷ୍ଟ ଗାର୍ଡ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

ଭେଣ୍ଟିଲେଟର୍‌ରେ ହ୍ୟୁମାନ : କାନ୍ଦି କାନ୍ଦି ସହାୟତା ମାଗିଲେ ମା’

ଭୁବନେଶ୍ବର, ୧୫ / ୧୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମର୍ଜେନ୍ସି ବିଭାଗରେ ପ୍ରାରମ୍ଭିକ ଚିକିତ୍ସା ପରେ ମେଡିକାଲ ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି। ଇକ୍‌ମୋ ବିଶେଷଜ୍ଞ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ୩୬ ବର୍ଷୀୟ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏହି ସମୟରେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ […]

ସଂପୂର୍ଣ୍ଣ ପଢନ୍ତୁ