ଆଜି ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର, ୧/୧୧: ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ କେନ୍ଦ୍ର ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭିସି‌ରେ ଯୋଗ ଦେଇ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି। ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ମାତ୍ରାରେ ସୁଯୋଗ ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୧/୧୧: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ଚଳିତବର୍ଷ ଆରମ୍ଭରେ ତାଙ୍କ ଆଖି ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ରାଜସ୍ୱ ସେବାକୁ ମଧ୍ୟସ୍ଥ ମୁକ୍ତ, ଦୁର୍ନୀତିମୁକ୍ତ କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୧/୧୧: ରାଜ୍ୟର ୧୩ ଜିଲ୍ଲାର ୪୪ ତହସିଲରେ ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟକୁ ଆଭାସୀ ଜରିଆରେ ଶନିବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ଏହି କାର୍ଯ୍ୟାଳୟ ଖୋଲାଯିବ ବୋଲି ଲୋକ ସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମ ବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।କାର୍ଯ୍ୟକ୍ରମରେ ରାଜସ୍ୱ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଯାତ୍ରା: ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ର

କଟକ, ୧/୧୧: କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତଥର ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ପୂର୍ବ ବର୍ଷଗୁଡ଼ିକରେ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଉଥିଲା। ହେଲେ ଗତବର୍ଷ ଏହାକୁ ନେଇ କିଛି ବିବାଦ ଉପୁଜିଥିଲା। ଏପରି କି ପୁଲିସ ରାତି ୧୦ଟା ପରେ କଳାକାରଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲା। ତେଣୁ ଚଳିତ ଥର […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀକାକୁଲମର ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିର ଦଳାଚକଟା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଓଡ଼ିଆ ଯୁବତୀ

ଶ୍ରୀକାକୁଲମ,୧/୧୧: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରୁପାଙ୍କ ମରଶରୀରକୁ ଗାଁକୁ ଅଣାଯାଇଛି। ୨୧ ବର୍ଷୀୟା ରୁପା ହେଉଛନ୍ତି ଆର. ଡିଲେସୁଙ୍କ ଝିଅ। ଡିଲେସୁ ବିବାହ କରିବାର ୨୦ ବର୍ଷ ପରେ ଏକମାତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା, ୧/୧୧: ଶରତ କର ଅନିମା କର ଫାଉଣ୍ଡେସନ ଆନୁକୂଲ୍ୟରେ ବିଶିଷ୍ଟ ସମାଜବାଦୀ ନେତା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ୍ତ କିଶୋର ଦାସଙ୍କ ୧0୬ ତମ ଜନ୍ମ ଜୟନ୍ତୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଣ୍ଡି ଗ୍ରାମରେ ପାଳିତ ହୋଇଯାଇଛି l ଶିକ୍ଷାବିତ ତଥା ସୁ ସାହିତ୍ୟିକ ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ପୂର୍ବତନ ଆୟକର କମିଶନର ଶୋଭନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଶ୍ରୀ କର କହିଲେ ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀରାଧା ପାଦ ଦର୍ଶନ ତିଥିରେ ରାଧା ଦେବୀଙ୍କ ଇହଲୀଳା ସମ୍ବରଣ

ମାହାଙ୍ଗା, ୧/୧୧: ଅଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନ ତିଥିରେ ଶତାୟୁ ଧର୍ମପ୍ରାଣା ମହିଳା ରାଧା ଦେବୀଙ୍କ ପରଲୋକ ଘଟିଛି l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ରାଧାଦେବୀଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ l ଏକ ଶୋଭାଯାତ୍ରାରେ ରାଧା ଦେବୀଙ୍କ ପାର୍ଥିବ ଶରୀରକୁ ନିକଟସ୍ଥ ବିରୂପା ନଦୀ ତଟକୁ ନିଆଯାଇ ଥିଲା l […]

ସଂପୂର୍ଣ୍ଣ ପଢନ୍ତୁ

ସୁଦାନ ହସ୍ପିଟାଲରେ ୪୬୦ ଲୋକଙ୍କୁ ହତ୍ୟା

କାଇରୋ, ୧/୧୧: ସୁଦାନର ଅର୍ଦ୍ଧସାମରିକ ବାହିନୀ ସପ୍ତାହକ ମଧ୍ୟରେ ଉତ୍ତର ଡାର୍ଫୁର ପ୍ରାଦେଶିକ ରାଜଧାନୀ ଦଖଲ କରିବା ପରେ ରୋଗୀଙ୍କ ସମେତ ଶହ ଶହ ଲୋକଙ୍କୁ ଡାକ୍ତରଖାନାରେ ହତ୍ୟା କରିଥିବା ଜାତିସଂଘ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି ଯେ, ମଙ୍ଗଳବାର ଏଲ୍-ଫାଶେର ସହରର ରାପିଡ୍ ସପୋର୍ଟ ଫୋର୍ସର ଯୋଦ୍ଧାମାନେ ସାଉଦି ଡାକ୍ତରଖାନାରେ ୪୬୦ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଥିବା ଜଣାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ‘ସୁଭଦ୍ରା ଏକତା ପଦଯାତ୍ରା

ଭୁବନେଶ୍ବର,୧/୧୧: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ସୁଭଦ୍ରା ଏକତା ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଆରମ୍ଭ ହୋଇ ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳାମାନେ ଆତ୍ମନିର୍ଭରଶୀଳ ଓ ସଶକ୍ତ ହୋଇପାରିଲେ ଏକ ସମୃଦ୍ଧ ରାଜ୍ୟର ଭିତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଅଡୁଆରେ ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର, ୧/୧୧: ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସ୍‌ପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମକଦ୍ଦମାକୁ ଯୋଡ଼ି ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରି କେଉଁ ପରିସ୍ଥିତିରେ ଓ […]

ସଂପୂର୍ଣ୍ଣ ପଢନ୍ତୁ