କାଇରୋ, ୧/୧୧: ସୁଦାନର ଅର୍ଦ୍ଧସାମରିକ ବାହିନୀ ସପ୍ତାହକ ମଧ୍ୟରେ ଉତ୍ତର ଡାର୍ଫୁର ପ୍ରାଦେଶିକ ରାଜଧାନୀ ଦଖଲ କରିବା ପରେ ରୋଗୀଙ୍କ ସମେତ ଶହ ଶହ ଲୋକଙ୍କୁ ଡାକ୍ତରଖାନାରେ ହତ୍ୟା କରିଥିବା ଜାତିସଂଘ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି ଯେ, ମଙ୍ଗଳବାର ଏଲ୍-ଫାଶେର ସହରର ରାପିଡ୍ ସପୋର୍ଟ ଫୋର୍ସର ଯୋଦ୍ଧାମାନେ ସାଉଦି ଡାକ୍ତରଖାନାରେ ୪୬୦ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଥିବା ଜଣାଯାଇଛି।
