ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ଭୁବନେଶ୍ଵର, ୭/୧୨: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚାଲୁଥିବା କ୍ଲବ ଏବଂ ପବଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଲାଗିରହୁଛି। ମନୋରଞ୍ଜନ ସମୟରେ କୌଣସି ଅଘଟଣ ଘଟିଲେ କିମ୍ବା ଅଗ୍ନିକାଣ୍ଡ ଘଟିଲେ ତାହାର […]

ସଂପୂର୍ଣ୍ଣ ପଢନ୍ତୁ

ଗାଁ କଳିରୁ ପୋଡାଜଳା , ମେଳି ଓ ଉତ୍ତେଜନା

ମାଲକାନଗିରି, ୭/୧୨: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା ଗାଁର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି । ଖୋଦ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । କଡ଼ା ସୁରକ୍ଷା ଭିତରେ ଗତକାଲି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଛି ।ରାତି ତମାମ ମାଲକାନଗିରି ଏମଭି ୨୬ ଗାଁରେ […]

ସଂପୂର୍ଣ୍ଣ ପଢନ୍ତୁ

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ମାମଲାରେ ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର, ୮/୧୨ :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାକୁ ସମବେଦନା ଜଣାଇଛନ୍ତି। ପୀଡିତାଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ଦାବି ପୂରଣର ପ୍ରତିଶ୍ରୁତି ପ​‌ରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି। ଘଟଣାସ୍ଥଳରେ […]

ସଂପୂର୍ଣ୍ଣ ପଢନ୍ତୁ

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି, ୮/୧୨: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ। ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍‌ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଦାସ ଙ୍କ ସମାଧିପୀଠ ରେ ସାରଦା ଏକାଡେମୀ 1971 ବ୍ୟାଚ ର ବନ୍ଧୁମିଳନ

ଝଙ୍କଡ଼, ୭/୧୨: ଦୀର୍ଘ ପଞ୍ଚାବନ ବର୍ଷର ବ୍ୟବଧାନପରେ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର 1971 ମସିହା ମାଟ୍ରିକବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନେ ଦୀର୍ଘ 55 ବର୍ଷପରେ, ସର୍ବପ୍ରଥମଥର ପାଇଁ ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ ଗତ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ସାରଳା ଦାସ ସ୍ମୃତିଭବନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନାହିଁ, ଆବଶ୍ୟକୀୟ ସୁବିଧା ସୁଯୋଗ !!

ଝଙ୍କଡ଼, ୭/୧୨: ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ, ୭/୧୨: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରାଯାଇଛି। ଗିରଫ ଯୁବକ ହେଲେ ଫୁଲବାଣୀ ସହର କୁମ୍ଭାରପଡାର ରାକେଶ ବେହେରା ଓରଫ ଛୋଟୁ(୨୪)। ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଶନିବାର ଫୁଲବାଣୀ ଟାଉନ ଥାନାରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ ୭/୧୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଆସନ୍ତା ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀମାନେ ବୋର୍ଡ ୱେବସାଇଟ୍‌ରେ ଅନଲାଇନ ଦ୍ବାରା ଫର୍ମପୂରଣ କରିପାରିବେ।ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ରହିଥିବାବେଳେ ଜାନୁଆରୀ ୧୦ ତାରିଖରେ ଆଡମିଟ୍‌ କାର୍ଡ ପ୍ରଦାନ କରାଯିବ। ତେବେ ଏହି ପରୀକ୍ଷା ମୋଟ ଦୁଇଟି ସିଟିଂରେ ହେବ। ପୂର୍ବାହ୍ଣ ୯ଟାରୁ ୧୧ଟା […]

ସଂପୂର୍ଣ୍ଣ ପଢନ୍ତୁ

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ୭/୧୨ : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଅଭିଯୋଗ ଆଣି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଶନିବାର ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀମତୀ ମଲ୍ଲିକ କହିଲେ, ରାଉରକେଲାର ନାବାଳିକାଙ୍କୁ ନେଇ ରାଜସ୍ଥାନରେ ବିକ୍ରି କରାଯାଇଛି। ସେଠାରେ ସେମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷକଙ୍କ ଆନ୍ଦୋଳନ ୩ୟ ଦିନରେ ପହଞ୍ଚଲା

ଭୁବନେଶ୍ୱର, ୭/୧୨ : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ ଓଡିଶା ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ତୃତୀୟ ଦିନରେ ମହାସଂଘକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା) ପକ୍ଷରୁ ସମର୍ଥନ ଜଣାଯାଇଛି। ୪୨୦୦ ଗ୍ରେଡ଼ ପେ, ୬ ବର୍ଷରେ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଉଛି। ସରକାର ଦାବି ନ ଶୁଣିବା ପର୍ଯ୍ୟନ୍ତ ସ୍କୁଲ ଫେରିବେନି ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ରାଜ୍ୟର […]

ସଂପୂର୍ଣ୍ଣ ପଢନ୍ତୁ