ଟି-୨୦ ବିଶ୍ବକପ୍‌: ପାକିସ୍ତାନ ଚିତ୍‌ପଟାଙ୍ଗ୍‌; ୬୧ ରନ୍‌ରେ ଭାରତ ବିଜୟୀ

ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଆଜିର ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ। ୨୦୨୬ ଟି-୨୦ ବିଶ୍ୱକପର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ଦୁଇ ପାରମ୍ପରିକ କ୍ରିକେଟ ପ୍ରତିଯୋଗୀ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିଛନ୍ତି। ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଛି। ଏହାସହ ଭାରତ ଲଗାତାର ୩ଟି ମ୍ୟାଚ ଜିତି ବିଜୟ ଧାରା ଆଗକୁ ନେଇଛି। ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ : “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

ଭୁବନେଶ୍ବର :  ଓଡ଼ିଶାରେ ସାଇବର ସୁରକ୍ଷାକୁ ଆହୁରି ସୁଦୃଢ଼ ଏବଂ ସଂଗଠିତ କରାଯିବା ସହ ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ “ଅପରେସନ୍ ସାଇବର କବଚ” ଆରମ୍ଭ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗତ ୧୧ ଫେବୃଆରୀରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ଅଭିଯାନ ସମ୍ପର୍କରେ ଘୋଷଣା କରିଥିଲେ। ବେନାମୀ ବ୍ୟାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଘର ସାହିତ୍ୟ ସମ୍ମାନ ପାଇବେ ପଦ୍ମଶ୍ରୀ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ

ଝଙ୍କଡ : ଜିଲ୍ଲା ର ପୁରାତନ ସାହିତ୍ୟ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଝଙ୍କଡ଼ ଶାରଳା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାର୍ଚ୍ଚ ୧୫ ତାରିଖ ରେ ଏହି ବାର୍ଷିକୋତ୍ସବ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଳିପଦା ମୁନି ଗୋସାଇଁ ମଠ ଆଦିକବି ସାରଳା ଦାସଙ୍କ ସମାଧି […]

ସଂପୂର୍ଣ୍ଣ ପଢନ୍ତୁ

ବାୟା ଅବଧୂତ ମହାବିଦ୍ୟାଳୟର ୩୯ତମ ବାର୍ଷିକ ସାରସ୍ୱତ ଉତ୍ସବ: ସାହିତ୍ୟ ହିଁ ସମାଜର ପ୍ରତିଫଳନ

ଝଙ୍କଡ଼  : “ସାହିତ୍ୟକୁ ବାଦ୍ ଦେଇ ଏକ ସୁନ୍ଦର ସମାଜର ପରିକଳ୍ପନା ଅସମ୍ଭବ। ଜୀବନକୁ ଶାନ୍ତ, ସରଳ ଓ ସୁନ୍ଦର ଭାବେ ଗଢ଼ିବା ସହ ମଣିଷର ଦୁଃଖ ହରଣ କରି ହସ ଭରିଦେବାର ଅମୋଘ ଶକ୍ତି ସାହିତ୍ୟ ପାଖରେ ରହିଛି।” ବାୟା ଅବଧୂତ ମହାବିଦ୍ୟାଳୟର ୩୯ତମ ବାର୍ଷିକ ସାରସ୍ୱତ ଉତ୍ସବରେ ଯୋଗଦେଇ ଅତିଥି ଓ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଇଂ ପ୍ରଭାକର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ

ରଘୁପତି ଆଇଡିଆଲ ସ୍କୁଲ ଅଫ ଏଜୁକେସନର ୨୦ତମ ବାର୍ଷିକ ମହୋତ୍ସବ ‘ସମ୍ପର୍କ’ ଅନୁଷ୍ଠିତ

ଝଙ୍କଡ଼/ତିର୍ତ୍ତୋଲ  : ତିର୍ତ୍ତୋଲ ବ୍ଲକ ନାଉସିରାସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ ପରିସରରେ, ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ରଘୁପତି ସ୍ୱାଇଁଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘ରଘୁପତି ଆଇଡିଆଲ ସ୍କୁଲ ଅଫ ଏଜୁକେସନ’ର ବିଂଶତମ ବାର୍ଷିକ ମହୋତ୍ସବ ‘ସମ୍ପର୍କ-୨୦୨୬’ ଗତ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଉମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଛାତ୍ରନେତା ଦେବପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ଗତିକୃଷ୍ଣ ଶତପଥୀ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚଭୂତରେ ଲୀନହେଲା ପଣ୍ଡିତ ଦିବ୍ୟସୁନ୍ଦରଙ୍କ ପାର୍ଥିବ ଶରୀର

ମାହାଙ୍ଗା  : ବିରୂପା-ଗେଙ୍ଗୁଟି ଦୁଆବ ଅଞ୍ଚଳର ଅରିଲୋଶାସନ ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା, ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟଙ୍କର ଶନିବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଜଣେ ମିଷ୍ଟଭାଷୀ, ପରୋପକାରୀ ଏବଂ ଜ୍ଞାନୀ ପୁରୁଷ ଭାବେ ତାଙ୍କର ବିୟୋଗ ସମଗ୍ର ଅଞ୍ଚଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ଶୋକର ଛାୟା ଖେଳାଇ ଦେଇଛି। ସ୍ୱର୍ଗତ ଆଚାର୍ଯ୍ୟ ଜଣେ ବିଶିଷ୍ଟ ‘ପାଣି ସାହିତ୍ୟ’ ଗବେଷକ, ସୁବକ୍ତା ଓ ଧୂରୀଣ ପ୍ରବଚକ ଭାବେ ବେଶ ପରିଚିତ ଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସ୍ ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ୧୩ ଶହ ଚାଷୀଙ୍କୁ ଧାନ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଛି

ପାରାଦୀପ : ପାରାଦୀପ ରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ଜୀବିକା କାର୍ଯକ୍ରମ ହିତାଧିକାରୀଙ୍କ ମଧ୍ୟରେ ପ୍ରଭାବ ସୃଷ୍ଟି କରିଛି।ଜଗତସିଂହପୁର ଜିଲ୍ଲାରେ, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲର ସିଏସଆର କାର୍ଯ୍ୟକଳାପ ଆଇଏସପି ପ୍ରକଳ୍ପର ଡିଆଇଜେଡ୍ ଗ୍ରାମ,ମୁଖ୍ୟତଃ ଗଡକୁଜଙ୍ଗ, ନୂଆଗାଁ,ଢିଙ୍କିଆ ଏବଂ ଅନ୍ୟ କେତେକ ନିକଟବର୍ତ୍ତୀ ଗ୍ରାମ ଉପରେ ଧ୍ୟାନ ଦେଇଛି। ବିଶେଷ କରି କୃଷକ ମାନଙ୍କୁ ଶସକ୍ତ କରିବା ଉଦ୍ଦେଶ୍ୟ ରଖି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିଶେଷଜ୍ଞଙ୍କ ସହଯୋଗରେ ଗ୍ରାମ ସ୍ତରରେ ଦକ୍ଷତା ବିକାଶ ଏବଂ ତାଲିମ […]

ସଂପୂର୍ଣ୍ଣ ପଢନ୍ତୁ

୫ ମାସ ପରେ ପୋଲିସକୁ ମିଳିଲା ବଡ଼ ସଫଳତା: ବୃନ୍ଦାବନରୁ ଗିରଫ ହେଲା ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା କଏଦୀ

କଟକ  : ଚୌଦ୍ୱାର ଜେଲରୁ ଫେରାର ହୋଇଥିବା କଏଦୀଙ୍କୁ ଧରିବାରେ କଟକ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ଅକ୍ଟୋବର ମାସରେ ଦଶହରା ସମୟରେ ଜେଲର କଡ଼ା ସୁରକ୍ଷା ବଳୟକୁ ଚ୍ୟାଲେଞ୍ଜ କରି ଚମ୍ପଟ ମାରିଥିବା ଦୁଇ କଏଦୀଙ୍କ ମଧ୍ୟରୁ ଜଣକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଦଶହରା ଉତ୍ସବ ଚାଲିଥିବା ସମୟରେ ଦୁଇଜଣ କଏଦୀ ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପୋଲିସ ପ୍ରଶାସନ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଜିଲ୍ଲାପାଳଙ୍କ ଅଡୁଆ ବଢ଼ାଇଲେ ସାଂସଦ ଦେବାଶିଷ: ରାଜ୍ୟସଭା ସଚିବାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ

କଟକ (ବ୍ୟୁରୋ): କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟକ୍ରମରେ ଶିଷ୍ଟାଚାର ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ‘ବିଶେଷାଧିକାର ଭଙ୍ଗ’ (Privilege Notice) ନୋଟିସ ଜାରି କରାଯାଇଛି। ଘଟଣାର ପୃଷ୍ଠଭୂମି: ଗତ ଜାନୁଆରୀ ୨୩ ତାରିଖରେ କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଭବ୍ୟ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ଉପରାଷ୍ଟ୍ରପତି ତଥା […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ବର ଝାରପଡ଼ାରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ; ଲୋକେ ଭୟଭୀତ

ଭୁବନେଶ୍ବର: ରାଜଧାନୀର ଝାରପଡ଼ା ଅଞ୍ଚଳସ୍ଥିତ ଏକ ଆପାର୍ଟମେଣ୍ଟରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଆଖପାଖ ଅଞ୍ଚଳରେ ଆତଙ୍କ ଓ ଉତ୍କଣ୍ଠାର ବାତାବରଣ ସୃଷ୍ଟି ହୋଇଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅଗ୍ନିଶମ କର୍ମୀମାନେ ବିଭିନ୍ନ ଗାଡ଼ି ନେଇ ଘଟଣାସ୍ଥଳରେ ପହଞ୍ଚି ତୀବ୍ରତାର ସହ ନିଆଁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ଆପାର୍ଟମେଣ୍ଟରେ ହଠାତ୍ କିପରି ନିଆଁ ଲାଗିଲା ସେ ବିଷୟରେ କାରଣ ଏପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ