ବାଲିଘର ସାହିତ୍ୟ ସମ୍ମାନ ପାଇବେ ପଦ୍ମଶ୍ରୀ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ : ଜିଲ୍ଲା ର ପୁରାତନ ସାହିତ୍ୟ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଝଙ୍କଡ଼ ଶାରଳା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାର୍ଚ୍ଚ ୧୫ ତାରିଖ ରେ ଏହି ବାର୍ଷିକୋତ୍ସବ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଳିପଦା ମୁନି ଗୋସାଇଁ ମଠ ଆଦିକବି ସାରଳା ଦାସଙ୍କ ସମାଧି ପୀଠ ପରିସର ଆଦିକବି ଭବନ ରେ ଅନୁଷ୍ଠିତ ହେବ l ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ ବାଲିଘର ସାହିତ୍ୟ ସମ୍ମାନ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯିବ l ବାଲିଘର କବିତା ସମ୍ମାନ ଧନଞ୍ଜୟ ସ୍ବାଇଁ ଙ୍କୁ, ଗଳ୍ପ ସମ୍ମାନ ଇଂ ବିଷ୍ଣୁ ସାହୁଙ୍କୁ, ପ୍ରବନ୍ଧ ସମ୍ମାନ ପ୍ରଫେସର ଡ଼ ଅଦ୍ଵୈତ ପାତ୍ରଙ୍କୁ, ଉପନ୍ୟାସ ସମ୍ମାନ ସତ୍ୟବତୀ ସ୍ବାଇଁ ଙ୍କୁ, ଗୀତି କବିତା ସମ୍ମାନ ଇଂ ତୋଫାନ ଜେନାଙ୍କୁ, ସମାଜସେବା ସମ୍ମାନ ରାଜ ରତନ ସିଂ ଙ୍କୁ, ଯୁବ ପ୍ରତିଭା ସମ୍ମାନ ଶ୍ରୀସିକ୍ତା ଶୁଭଦର୍ଶନୀ ନାୟକଙ୍କୁ ପ୍ରଦାନ କରାଯିବ l ଡ଼ ଗଙ୍ଗାଧର ମିଶ୍ର, ଡ଼ ବିଷ୍ଣୁପ୍ରିୟା ଦାସ, ଡ଼ ପ୍ରତାପ କୁମାର୍ ମହାପାତ୍ର, ଭଗବାନ ସାହୁ, ପ୍ରେମାନନ୍ଦ ଖଣ୍ଡୁଆଳ ଓ ବୈଜୟନ୍ତୀ ସାହୁଙ୍କୁ ବାଲିଘର ସମ୍ମାନ- ୨୦୨୬ ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଛି l ଏହି ବାଲିଘର ର ୩୬ ତମ ବାର୍ଷିକ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ପ୍ରାବନ୍ଧିକ ଡ଼ ଆଦିକନ୍ଦ ସାହୁ, ସାହିତ୍ୟକ ଇଂ ଡ଼ ପ୍ରଭାକର ସ୍ୱାଇଁ ଓ ମେଜର ଡ଼ ସୁମିତ୍ରା ମିଶ୍ର ଯୋଗ ଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି l ପ୍ରସ୍ତୁତି ବୈଠକରେ ଅନୁଷ୍ଠାନ ର ସମ୍ପାଦକ କୈଳାସ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟl ଉମାକାନ୍ତ ନାୟକ, ସଂଗଠନ ସମ୍ପାଦକ ଅମରଜ୍ୟୋତି ସାହୁ, ବଂଶୀଧର ବେହେରା, ଗୀତା ଦାସ, ଗଣେଶ ମହାନ୍ତି, ପଣ୍ଡିତ ନାଗମଣି କର, ରାଜ କିଶୋର ସେଠୀ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ଅନୁଷ୍ଠାନର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଏହି ବାର୍ଷିକୋତ୍ସବ କୁ ସରସ ସୁନ୍ଦର କରିବା ପାଇଁ ସୁଚିନ୍ତିତ ମତ ପ୍ରଦାନ କରିଥିଲେ l କବି ବିଜୟ ଖଟେଇ ଧନ୍ୟବାଦ୍ ଦେଇଥିଲେ l

Leave a Reply

Your email address will not be published. Required fields are marked *