ବଡ଼ଚଣା, ୨୪/୯: ଗତ କାଲି ବିଳମ୍ୱବି ରାତିରେ କେହି ଦୃବୁତ୍ତ କାଞ୍ଜିଆ ଗ୍ରାମରେ ଥିବା ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳଙ୍କ ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ସହିତ ନଗଦ ଅର୍ଥ ଲୁଟିନେଇଥିବା ବଡ଼ଚଣା ଥାନାରେ ଅଭଯୋଗ ହୋଇଛି l ସୂଚନା ଅନୁସାରେ ଉକ୍ତ ଗାଁର ଶୁଧାଂଶୁ ଶେଖର ବିଶ୍ୱାଳ ମଙ୍ଗଳବାର ଘରେ କେହି ନଥିବା ବେଳେ ସେ ଖାଦ୍ୟ ଖାଇ ଶୋଇଥିଲେ l ତେବେ ଏହି ସମୟରେ କେହି ଦୃବୁତ୍ତମାନେ ଆସି ତାଙ୍କ ଘର ପଛପଟ ଝରକା ଭାଙ୍ଗି ସେହିବାଟେ ଘରକୁ ପଶିଥିଲେ l ଯେଇଁ ଘରେ କେହିନଥିଲେ ସେହି ଘରେ ଥିବା ଆଲମାରୀକୁ ଭାଙ୍ଗିଦେଇଥିଲେ ଏବଂ ସେଥିରେ ଥିବା 4 ସୁନା ବାହୁଟି, ଶଙ୍ଖା 2 ହଳ, ଲକେଟ 2ଟା, କାନଫୁଲ ଦୁଇ ହଳ, ସୁନା ଚେନ ଗୋଟିଏ, 10 ଗ୍ରାମ ଖୁଚୁରା ସୁନା, ରୁପା ପାଉଝି 4 ହଳ ସହିତ ନଗଦ 12500 ଟଙ୍କା ନେଇଯାଇଥିବା ଶ୍ରୀ ବିଶ୍ୱାଳ ଥାନାରେ ଲିଖିତ ଅଭଯୋଗ କରିଛନ୍ତି l ତେବେ ଘର ମାଲିକ ସକାଳେ ଉଠିଲା ପରେ ଅପରଘର ଲୋକେ ତୁମ ଝରକା ଭଙ୍ଗା ଯାଇଥିବା କହିବାରୁ ସେ ଜାଣିଥିଲେ l ପରେ ବଡ଼ଚଣା ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୠଜୁ କରି ସାଇଣ୍ଡିଫିକ ଟିମ ସହିତ ଘଟନାସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ତେବେ ଦୃବୁତ୍ତମାନେ ଏଠାରୁ ଚୋରି କରିବା ପରେ ପାଖରେ ଥିବା କିଛି ଘର ଉପରେ ନଜର ପକାଇଥିଲେ କିନ୍ତୁ କୌଣସି ଅସୁବିଧା ହୋଇନଥିବା ଥାନାଧିକାରି ସୁରେନ୍ଦ୍ର ଜେନା ସୂଚନା ଦେଇଛନ୍ତି l ପ୍ରକାଶ ଥାଉକି ଗତ 4 ମାସ ମଧ୍ୟରେ ପାଖାପାଖି 9ଟି ଚିରି ହୋଇଥିବା ବେଳେ ପୁଲିସ କେବେ ମାମଲା କରିଦେଇ ବସିଛି କିନ୍ତୁ ଚୋରଙ୍କୁ ଧରିବାର ନାଁ ଧରୁନାହାନ୍ତି l
