Highcourt 750x430 1

୬ ରୁ ସକାଳୁଆ କୋର୍ଟ ନେଇ ନିର୍ଦ୍ଦେଶ

କଟକ: ରାଜ୍ୟର ଜିଲ୍ଲା ଦୌରାଜଜ୍ ଓ ଅନ୍ୟାନ୍ୟ ନିମ୍ନ ଅଦାଲତ ସକାଳୁଆ ହେବ । ଏପ୍ରିଲ ୬ ରୁ ସକାଳୁଆ କୋର୍ଟ ନେଇ ନିର୍ଦ୍ଦେଶ ।  ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଦୌରାଜଜଙ୍କୁ ଏନେଇ ନୋଟିସ  ।  ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ ।  ମଝିରେ ଅଧ ଘଣ୍ଟାର ବିରତି ମଧ୍ୟ ରହିବ ।  ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଓ ପୁରୀ ସଦର ବ୍ୟତୀତ ଅନ୍ୟ ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀରାମନବମୀରେ ଶାନ୍ତିଶୃଙ୍ଖଳାକୁ ପ୍ରମୁଖତା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଶ୍ରୀରାମନବମୀ ଉତ୍ସବ ପାଳିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳରେ ପାଳିତ ହେଉଥିବା ଶ୍ରୀରାମ ନବମୀ ଉତ୍ସବ ସମ୍ପର୍କରେ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହି ସମୟରେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ମେଳି ବାନ୍ଧିଲେ ୧୨ଜଣ କର୍ପୋରେଟର; ନେଇପାରନ୍ତି ବଡ଼ ନିଷ୍ପତ୍ତି

କଟକ: କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ମହାନଦୀ ବିହାର ବାସଭବନରେ ୧୨ଜଣ ବିଜେଡି କର୍ପୋରେଟରଙ୍କ ମେଳି ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି କର୍ପୋରେଟରଙ୍କ ଭିତରୁ ୧୨ ଜଣ କର୍ପୋରେଟର ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟସଭା ନିର୍ବାଚନ ଘୋଡ଼ାବେପାରକୁ ନେଇ ବିଜେଡ଼ିରେ ଅସ୍ଥିରତା ସୃଷ୍ଠି ହୋଇଥିଲା। ଦଳ ଶୃଙ୍ଖଳା ଭଙ୍ଗ କରି ଭୋଟ କରିଥିବାରୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସମେତ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0 ର ଶହେ ଦିନିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ

ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0 ର ଶହେ ଦିନିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ କେବଳ ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ, ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜନ ଭାଗୀଦାରି ଆବଶ୍ୟକ- ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆମ ସରକାର ପ୍ରାଥମିକତା ଦେଇ ଆସିଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଭୁ ଶ୍ରୀରାମ ଓ ମହାପ୍ରଭୁ ପତିତପାବନ ଜୀଉଙ୍କ ନବନିର୍ମିତ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ବିଶ୍ବଶାନ୍ତି ଯଜ୍ଞ

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ସ୍ଥିତ  ପ୍ରଭୁ ଶ୍ରୀରାମ ଓ ମହାପ୍ରଭୁ ପତିତପାବନ ଜୀଉ ଙ୍କ ନବନିର୍ମିତ ଭବ୍ୟ ଦିବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଗତରବିବାର ଦିନ ଅଙ୍କୁରାରୋପଣ ପରେ ସୋମବାର ଠାରୁ ବିଶ୍ଵଶାନ୍ତିଯଜ୍ଞ ରେ ଅଗ୍ନିସ୍ଥାପନ ଆହୁତି  ପ୍ରଦାନ ଆରମ୍ଭ ହୋଇଛି | ତତ୍ତ୍ବାବଧାରକ ଶ୍ରୀରାମ ସେବା ସଙ୍ଗଠନ ର ସଭାପତି ଭାସ୍କର ଚନ୍ଦ୍ର ଙ୍କ ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ଜଟକେଶ୍ବର ପାଢ଼ୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱଜିତ ଦାଶ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚl ସଭାପତି ଭାବେ ନିଯୁକ୍ତ

ଝଙ୍କଡ଼  :   ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା ଗ୍ରାମର ସୁସଙ୍ଗଠକ ବିଶ୍ୱଜିତ ଦାଶ ଙ୍କୁ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଭାବେ ନିଯୁକ୍ତି କରାଯାଇଛି | ଏହି ଅବସରରେ ପାରାଦ୍ୱୀପ ଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେଇ ଶ୍ରୀ ଦାଶ ନିଜର ପ୍ରତିକ୍ରିୟା ରେ କହିଲେଯେ, ମୋ ଉପରେ ଅତୁଟ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି, ମୋତେ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିବାରୁ, ମୁଁ ଦଳର ଶୀର୍ଷ ନେତୃତ୍ୱ […]

ସଂପୂର୍ଣ୍ଣ ପଢନ୍ତୁ

ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ଗଲା କାଠ

ଭଞ୍ଜନଗର : ପୁରୀଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିମନ୍ତେ ରଥ ନିର୍ମାଣ ସକାଶେ ଆଜି ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳର ଆମ୍ବଝରା ଜଙ୍ଗଲରୁ କାଠ ସଂଗ୍ରହ କରି ୨ଟି ଟ୍ରକରେ କାଠ ପୁରୀ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ଟି ଢଉରା କାଠ ଯାଇଥିବା ଜଣାପଡିଛି। ସେଥରୁ ୧୫ଟି ସିଧା ସଳଖ ପୁରୀ ଯିବ ଆଉ ୧୪ ଟି ଆଗାମୀ ରାମନବମୀ ଅବସରରେ କାଠକଟା ଅନୁକୂଳ ପାଇଁ ଚିରଟ ହେବାକୁ କଟକ ଖପୁରିଆ କରତକଳକୁ ପଠା ଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ

ଭୁବନେଶ୍ଵର:ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ । ଦିନ ୧୧ ରୁ ଅପରାହ୍ନ ୩ ଟା ଯାଏ କାମ ବନ୍ଦ ନିର୍ଦ୍ଦେଶ । ଏପ୍ରିଲ ୧ ତାରିଖରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ ବଳବତ୍ତର ରହିବ । ଚଳିତ ବର୍ଷ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ଏଣୁ ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ସହ ଇରାନ କୌଣସି ଆଲୋଚନା କରିନାହିଁଁ

ତେହେରାନ:ଆମେରିକା ଏବଂ ଇରାନ ଗତ ଦୁଇ ଦିନ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ  ଆଲୋଚନା ହୋଇଥିବା ନେଇ ଟ୍ରମ୍ପ ବୟାନ ପରେ। ଏହି ବୟାନକୁ  ଇରାନର ବୈଦେଶିକ ମନ୍ତ୍ରଣାଳୟ ଏପରି ଆଲୋଚନା ହୋଇଥିବା କଥାକୁ ଅସ୍ୱୀକାର କରିଛି।ଇରାନର ସରକାରୀ ଗଣମାଧ୍ୟମ ତୁରନ୍ତ ଟ୍ରମ୍ପଙ୍କ ଘୋଷଣାକୁ ପରିହାସ କରି କହିଛି ​​ଯେ ଟ୍ରମ୍ପ ପୁଣି ଥରେ ପଛକୁ ହଟିଛନ୍ତି।  ଇରାନ ପକ୍ଷରୁ କୁହାଯାଇଛି ଯେ ” କିଛି ସମୟ ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ […]

ସଂପୂର୍ଣ୍ଣ ପଢନ୍ତୁ

୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ:ଟ୍ରମ୍ପ

ୱାଶିଂଟନ:ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି। ଇରାନର ଶକ୍ତି କେନ୍ଦ୍ର ଏବଂ ଏନର୍ଜି ଭିର୍ତ୍ତିଭୂମି ଉପରେ ଯେକୌଣସି ଯୋଜନାବଦ୍ଧ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଏକ ବିବୃତ୍ତିରେ, […]

ସଂପୂର୍ଣ୍ଣ ପଢନ୍ତୁ