ଝଙ୍କଡ଼ : ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ସ୍ଥିତ ପ୍ରଭୁ ଶ୍ରୀରାମ ଓ ମହାପ୍ରଭୁ ପତିତପାବନ ଜୀଉ ଙ୍କ ନବନିର୍ମିତ ଭବ୍ୟ ଦିବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଗତରବିବାର ଦିନ ଅଙ୍କୁରାରୋପଣ ପରେ ସୋମବାର ଠାରୁ ବିଶ୍ଵଶାନ୍ତିଯଜ୍ଞ ରେ ଅଗ୍ନିସ୍ଥାପନ ଆହୁତି ପ୍ରଦାନ ଆରମ୍ଭ ହୋଇଛି | ତତ୍ତ୍ବାବଧାରକ ଶ୍ରୀରାମ ସେବା ସଙ୍ଗଠନ ର ସଭାପତି ଭାସ୍କର ଚନ୍ଦ୍ର ଙ୍କ ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ଜଟକେଶ୍ବର ପାଢ଼ୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଯଜ୍ଞରେ ବିଶ୍ୱଜିତ ପଣ୍ଡା ପୁସ୍ତକାଚାର୍ଯ୍ୟ, ସହକାରୀ ଶିବାଶିଷ ଦାଶ ଙ୍କ ସମେତ ପଣ୍ଡିତ ପରୀକ୍ଷିତ ନନ୍ଦ, ଓ ରବିନାରାୟଣ ମିଶ୍ର ପ୍ରମ୍ମୁଖ ଅଂଶଗ୍ରହଣ କରିଥିବାବେଳେ, ସୁମନ୍ତ କୁମାର ସାହୁ ଓ ସୁଭାଶିନୀ ସାହୁ କର୍ତ୍ତାକର୍ତ୍ତୀ ଭାବରେ ଦାଇତ୍ୱ ବହନ କରିଥିଲେ | ଗୋବିନ୍ଦପୁର ସଂକୀର୍ତ୍ତିନ ମଣ୍ଡଳୀ ର ଅନନ୍ତ ବେହେରା, ବରଦା ନାୟକ, ରାଜକିଶୋର ଦାସ, ଶିଶିର ଦାସ ଓ ପ୍ରତାପ ଦାସ ପ୍ରମୁଖ ନାମସଂକୀର୍ତ୍ତନ କରିଥିବା ବେଳେ, ମୁଖ୍ୟଆକର୍ଷଣ ପୁରୀ ଶ୍ରୀକ୍ଷେତ୍ର ର ବାବାଜୀ ବେଣୁଧର ଦାସମହାରାଜ ଆଧ୍ୟାତ୍ମିକ ଦିବ୍ୟପ୍ରବଚନ ପ୍ରଦାନ କରିଥିଲେ | ଯୁବସଙ୍ଗୀତନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ପରିଜା, ସୁମନ୍ତ କୁମାର ମଲ୍ଲିକ ଓ ବାଳକୃଷ୍ଣ ଦାସ ଭକ୍ତିସଙ୍ଗୀତ ପରିଚାଳନା ରେ ସହଯୋଗ କରିଥିଲେ |ତେବେ ଆସନ୍ତା ପଚିଶତାରିଖ ରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ ସହିତ ଶ୍ରୀ ଜୀଉ ମାନଙ୍କୁ ସିଂହାସନ ରେ ପ୍ରତିଷ୍ଠା କରାଯିବ ବୋଲି କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି |
