ତେହେରାନ:ଆମେରିକା ଏବଂ ଇରାନ ଗତ ଦୁଇ ଦିନ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ହୋଇଥିବା ନେଇ ଟ୍ରମ୍ପ ବୟାନ ପରେ। ଏହି ବୟାନକୁ ଇରାନର ବୈଦେଶିକ ମନ୍ତ୍ରଣାଳୟ ଏପରି ଆଲୋଚନା ହୋଇଥିବା କଥାକୁ ଅସ୍ୱୀକାର କରିଛି।ଇରାନର ସରକାରୀ ଗଣମାଧ୍ୟମ ତୁରନ୍ତ ଟ୍ରମ୍ପଙ୍କ ଘୋଷଣାକୁ ପରିହାସ କରି କହିଛି ଯେ ଟ୍ରମ୍ପ ପୁଣି ଥରେ ପଛକୁ ହଟିଛନ୍ତି। ଇରାନ ପକ୍ଷରୁ କୁହାଯାଇଛି ଯେ ”
କିଛି ସମୟ ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଏକ ବିବୃତ୍ତିରେ, ଟ୍ରମ୍ପ ଲେଖିଛନ୍ତି: “ମୁଁ ଏହା ଜଣାଇ ଖୁସି ଯେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ସହ ଗତ ଦୁଇ ଦିନ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି । ମୁଁ ପ୍ରତିରକ୍ଷା ବିଭାଗକୁ ଇରାନର ଶକ୍ତି କେନ୍ଦ୍ର ଏବଂ ଶକ୍ତି ଭିତ୍ତିଭୂମି ଉପରେ ଯେକୌଣସି ସାମରିକ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି, ଯାହା ପରବର୍ତ୍ତି ବୈଠକ ଆଲୋଚନାର ସଫଳତା ଉପରେ ନିର୍ଭର କରେ।
