୨୭୭ଗ୍ରାମ୍‌ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ

ଜଗତସିଂହପୁର: ଓଡ଼ିଶା ପୁଲିସର ଧଳା ଜହର ମିସନ ଅଭିଯାନ ବଳରେ ଆଜି ୨୭୭.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜଗତସିଂହପୁର ପୁଲିସ ଦ୍ବାରା ଜବତ ହୋଇଥିବା ଏହି ବ୍ରାଉନସୁଗାରର ମୂଲ୍ୟ ୪୧ ଲକ୍ଷ ୫୫ ହଜାର ଟଙ୍କା ହେବ। ଏହି ମାମଲାରେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ କହିଛି ଯେ, ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଜଗତସିଂହପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଏକ ପୁଲିସ ଟିମ୍‌ ଦ୍ବାରା ଚଢ଼ଉ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ: ଶିକ୍ଷାବିତ ପଣ୍ଡିତ ଭାସ୍କର ଶତପଥୀଙ୍କୁ ‘ସାରସ୍ୱତ ସମ୍ମାନ’

ଝଙ୍କଡ଼, ୦୧/୦୬ (ନି.ପ୍ର): ସାରଦା ଏକାଡେମୀ, କନକପୁରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୃତି ଶିକ୍ଷକ ତଥା ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଆଦିକବି ଶୂଦ୍ରମୁନି ସାରଳାଦାସଙ୍କ ସମାଧିପୀଠ, ମୁନିଗୋସାଇଁ ମଠ ଓ ଆଦିକବି ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଡଃ […]

ସଂପୂର୍ଣ୍ଣ ପଢନ୍ତୁ