ସାରଳା ପୀଠରେ ସ୍ବର୍ଗତ ଗୁରୁଚରଣ ଜେନାଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି

ଝଙ୍କଡ଼  :  ବହୁମୁଖୀ ପ୍ରତିଭାର ଅଧିକାରୀ, କର୍ତ୍ତବ୍ୟନିଷ୍ଠ, ଧର୍ମପ୍ରାଣ ଓ ସାରଳାଦାସ ଶ୍ରାଦ୍ଦୋତ୍ସବ କମିଟିର ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ଗୁରୁଚରଣ ଜେନା ଙ୍କ ଏକାଦଶାହ ଉପଲକ୍ଷେ, ତାଙ୍କର ଜନ୍ମସ୍ଥାନ ସାରଳା ମନ୍ଦିର ସମ୍ମୁଖରେ, ବିପୁଳ ଜନ ସମାବେଶ ମଧ୍ୟରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ କେନ୍ଦ୍ରମନ୍ତୀ ଶ୍ରୀକାନ୍ତ ଜେନା, ତାଙ୍କର ଶୋକସନ୍ତପ୍ତ ପରିବାର ଙ୍କୁ ପୃଥକ ପୃଥକ ଶୋକ ବାର୍ତ୍ତା ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଆଦିକବି ସାରଳାଦାସ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ କଟକ – ପାରାଦ୍ୱୀପ ରାସ୍ତା ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଅନନ୍ତ ଚରଣ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ୧୯୭୬ ମସିହାରେ ଗଠିତ ହୋଇଥିଲା l ୨୦୨୬ ଅଗଷ୍ଟ ୧୨ ତାରିଖରେ ମହାବିଦ୍ୟାଳୟକୁ ୫୦ ବର୍ଷ ପୂରିଯାଉଥିବାରୁ ସୁବର୍ଣ୍ଣଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ୫ ଲକ୍ଷ ଟଙ୍କାରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ନିଜ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ପ୍ରଦର୍ଶନ କରିଥିଲେ ଜ୍ୟୋତିର୍ମୟୀ । ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଦୀଘା ନିକଟରେ ସ୍ଥଳଭାଗ ଛୁଇଁଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ପଶ୍ଚିମ ବଙ୍ଗୋପସାଗର ନିକଟରେ ଥିବା ଡିପ୍ ଡିପ୍ରେସନ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୀଘାର ନିକଟତର ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ 0030 ରୁ 0130 ଘଣ୍ଟା IST ମଧ୍ୟରେ ଅତିକ୍ରମ କରିଥିଲା। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୮ ଜୁଲାଇ […]

ସଂପୂର୍ଣ୍ଣ ପଢନ୍ତୁ

ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା: ବାଲେଶ୍ୱରରେ ସର୍ବାଧିକ ୨୦୦ ମିମିରୁ ଅଧିକ ରେକର୍ଡ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଥରହର ଉତ୍ତର ଓଡ଼ିଶା। ଆକାଶରୁ ଯେମିତି କେବଳ ପାଣି ନୁହେଁ, ବରଂ ବିପଦ ଖସୁଛି। ବିଶେଷ କରି ବାଲେଶ୍ୱର ଜିଲ୍ଲା ପାଇଁ ଏହି ଲଗାଣ ବର୍ଷା ଏକ ବଡ଼ ଦୁର୍ଦ୍ଦଶା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ରେକର୍ଡ ବର୍ଷା ହେବା ପରେ ସମଗ୍ର ବାଲେଶ୍ୱର ସହର ଏବେ ଜଳାର୍ଣ୍ଣବ। ରାସ୍ତାଘାଟରୁ ଆରମ୍ଭ କରି ଲୋକଙ୍କ ରୋଷେଇ ଘର ପର୍ଯ୍ୟନ୍ତ, ସବୁଠି ଏବେ ଲହଡ଼ି ମାରୁଛି […]

ସଂପୂର୍ଣ୍ଣ ପଢନ୍ତୁ

ବାପାକୁ ହତ୍ୟା କଲା ପୁଅ

ଭୁବନେଶ୍ୱର  : ରାଜଧାନୀରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ମଞ୍ଚନାଥ ବିହାରରୁ ଆସିଛି ଏହି ଅଭିଯୋଗ । ମୃତକ ହେଉଛନ୍ତି କଣ୍ଟ୍ରାକ୍ଟର କେ ବିଶ୍ବନାଥ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିବା ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ମଞ୍ଚେଶ୍ବର ଥାନା ପୋଲିସ ସହ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରୁଛି । ବିଶ୍ବନାଥଙ୍କୁ ପୁଅ ହତ୍ୟା କରିଥିବା ସନ୍ଦେହ ହୋଇଛି । ଏନେଇ ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର : ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା । ଭଦ୍ରକ ରାଜଘାଟରେ ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର ରହିଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି । ଏଥିଯୋଗୁ ଭଦ୍ରକ, ଧାମନଗର, ଚାନ୍ଦବାଲି, ଦଶରଥପୁରରେ ପ୍ରଭାବିତ ହେବ। ଚାଷ ଜମି ଜଳାର୍ଣ୍ଣବ ହେବ । ସେହିପରି ବସ୍ତା ଓ ନୀଳଗିରିରେ ବି ଜଳବନ୍ଦୀ ସ୍ଥିତି ଦେଖାଦେବ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଅବବାହିକାରେ […]

ସଂପୂର୍ଣ୍ଣ ପଢନ୍ତୁ

ଜ୍ୟୋତିର୍ମୟୀଙ୍କ କଣ୍ଠରେ ଦୁଲୁକିଲା ମୁମ୍ବାଇ, ପ୍ରଥମ ଓଡ଼ିଆ ଭାବେ ଜିତିଲେ ଇଣ୍ଡିଆନ ଆଇଡଲ୍ ମୁକୁଟ

ପୁରସ୍କାର ରାଶି: ବିଜେତା ଟ୍ରଫି ସହ ଜ୍ୟୋତିର୍ମୟୀଙ୍କୁ ସୋନି ଟିଭି ପକ୍ଷରୁ ୨୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିଛି। ରନର୍ସଅପ୍: ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସଅପ୍ ଏବଂ ମନରାଜ ବୀର ସିଂ ଦ୍ୱିତୀୟ ରନର୍ସଅପ୍ ବିବେଚିତ ହୋଇଛନ୍ତି। ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି। ସଙ୍ଗୀତ ଥେରାପି: ଜ୍ୟୋତିର୍ମୟୀ ସୋ’କୁ ଆସିବା ପୂର୍ବରୁ କର୍କଟ (କ୍ୟାନସର) ରୋଗୀମାନଙ୍କୁ ସଙ୍ଗୀତ ମାଧ୍ୟମରେ ଚିକିତ୍ସା କରୁଥିଲେ। ବିଚାରକ ମଣ୍ଡଳୀ: ଏହି ସିଜନରେ ଶ୍ରେୟା ଘୋଷାଲ, ବିଶାଲ ଦଦଲାନି ଏବଂ ବାଦଶାହ ବିଚାରକ […]

ସଂପୂର୍ଣ୍ଣ ପଢନ୍ତୁ

ଆକାଉଣ୍ଟ ଖାଲି କରିଦେଲେ ସାଇବର୍ ଲୁଟେରା, ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍

ଭୁବନେଶ୍ୱର : ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍ । ହେଲେ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ହଜାରେ କି ଦୁଇ ହଜାର ନୁହେଁ । ପାଖାପାଖି ୨ ଲକ୍ଷ ୯୧ ହଜାର ଟଙ୍କା ଗାୟବ କରିଦେଲେ ସାଇବର୍ ଲୁଟେରା । ଭୁବନେଶ୍ବର ବାପୁଜୀନଗର ଅଞ୍ଚଳରୁ ଆସିଛି ଅଭିଯୋଗ ।  ଗ୍ୟାସ ବୁକ୍ କରିବା ପାଇଁ ସୋସିଆଲ୍ ସାଇଟ୍ ରୁ ଆପ୍ ଡାଉନଲୋଡ୍ କରିବା ପଡ଼ିବ ମହଙ୍ଗା  । ଏକଥା […]

ସଂପୂର୍ଣ୍ଣ ପଢନ୍ତୁ

ସରିଲା ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି: ୧୮ ପାଳିରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣିର ୧୯ତମ ପାଳି ସୋମବାର ଛଅ ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଶେଷ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ପୂର୍ବରୁ ହୋଇଥିବା ୧୮ଟି ପାଳିରେ ମୋଟ ଅଭିଯୋଗ ମଧ୍ୟରୁ ୯୬ ପ୍ରତିଶତର ସମାଧାନ କରାଯାଇଛି।ସେ କହିଛନ୍ତି ଯେ, ଜିଲ୍ଲାସ୍ତରରେ ମଧ୍ୟ ଜନଅଭିଯୋଗର ନିଷ୍ପତ୍ତିରେ ସନ୍ତୋଷଜନକ ଅଗ୍ରଗତି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୮୯ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜନଅଭିଯୋଗ ଶୁଣାଣି ସମୟରେ ଚିକିତ୍ସା […]

ସଂପୂର୍ଣ୍ଣ ପଢନ୍ତୁ