ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ କଟକ – ପାରାଦ୍ୱୀପ ରାସ୍ତା ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଅନନ୍ତ ଚରଣ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ୧୯୭୬ ମସିହାରେ ଗଠିତ ହୋଇଥିଲା l ୨୦୨୬ ଅଗଷ୍ଟ ୧୨ ତାରିଖରେ ମହାବିଦ୍ୟାଳୟକୁ ୫୦ ବର୍ଷ ପୂରିଯାଉଥିବାରୁ ସୁବର୍ଣ୍ଣଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଅଧକ୍ଷ ଶ୍ରୀଯୁକ୍ତ ଆଚାର୍ଯ୍ୟ ଅଧକ୍ଷତା କରି ସମସ୍ତଙ୍କ ମତାମତ ମାଗିଥିଲେ l ଏବଂ କିଭଳି ଭାବେ ସୁଚାରୁରୂପେ ହୋଇପାରିବ ସେଥିପାଇଁ ସମସ୍ତ ୧୯୭୬ ମସିହାରୁ ଅଦ୍ୟାବଧି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରାଯିବା ସହିତ ଏକ ହ୍ବାଟସପ ଗ୍ରୁପ୍ ତିଆରିକାରାଯାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବାପାଇଁ ପ୍ରସ୍ତାବ ଦିଆଯାଇଥିଲା l

ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଏକ ସୁବର୍ଣ୍ଣ ଜୟନ୍ତୀ କମିଟି ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା l ଏହା ମହାବିଦ୍ୟାଳୟରେ ଅଧକ୍ଷ ଶ୍ରୀଯୁକ୍ତ ଆଚାର୍ଯ୍ୟ ଯେଉଁ କମିଟି ଗଠନ କରାଯିବ ତାହାର ଅଧକ୍ଷଭାବେ ଦାୟିତ୍ୱ ତୁଲାଇବାପାଇଁ ପ୍ରସ୍ତାବ ଦିଆଯାଇଥିଲା l ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, ପୂର୍ବତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଉତ୍ସବ ପାଳନର ରୂପରେଖା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପୂର୍ବତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ, ସ୍ମରଣିକା ପ୍ରକାଶ ଏବଂ ଅନ୍ୟାନ୍ୟ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ମହାବିଦ୍ୟାଳୟର ୫୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ସହ ଏହାର ଐତିହ୍ୟ, ଶିକ୍ଷାର ଉତ୍କର୍ଷ ଏବଂ ସମାଜ ପ୍ରତି ଅବଦାନକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ପ୍ରକାଶ କରିଥିଲେ।
ସୁବର୍ଣ୍ଣ ଜୟନ୍ତୀ କେବଳ ଏକ ଉତ୍ସବ ନୁହେଁ, ବରଂ ମହାବିଦ୍ୟାଳୟର ଗୌରବମୟ ଇତିହାସ, ବର୍ତ୍ତମାନର ସଫଳତା ଏବଂ ଭବିଷ୍ୟତର ସ୍ୱପ୍ନକୁ ଏକାଠି କରିବାର ଏକ ସ୍ୱର୍ଣ୍ଣିମ ଅବସର, ସମସ୍ଥଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ଅଧକ୍ଷ ଶ୍ରୀଯୁକ୍ତ ଆଚାର୍ଯ୍ୟ ମତପ୍ରକାଶ କରିଥିଲେ l
