ସାରଳା ପୀଠରେ ସ୍ବର୍ଗତ ଗୁରୁଚରଣ ଜେନାଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି

ରାଜ୍ୟ
Spread the love

ଝଙ୍କଡ଼  :  ବହୁମୁଖୀ ପ୍ରତିଭାର ଅଧିକାରୀ, କର୍ତ୍ତବ୍ୟନିଷ୍ଠ, ଧର୍ମପ୍ରାଣ ଓ ସାରଳାଦାସ ଶ୍ରାଦ୍ଦୋତ୍ସବ କମିଟିର ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ଗୁରୁଚରଣ ଜେନା ଙ୍କ ଏକାଦଶାହ ଉପଲକ୍ଷେ, ତାଙ୍କର ଜନ୍ମସ୍ଥାନ ସାରଳା ମନ୍ଦିର ସମ୍ମୁଖରେ, ବିପୁଳ ଜନ ସମାବେଶ ମଧ୍ୟରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ କେନ୍ଦ୍ରମନ୍ତୀ ଶ୍ରୀକାନ୍ତ ଜେନା, ତାଙ୍କର ଶୋକସନ୍ତପ୍ତ ପରିବାର ଙ୍କୁ ପୃଥକ ପୃଥକ ଶୋକ ବାର୍ତ୍ତା ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସମବେଦନା ବ୍ୟକ୍ତ କରିଛନ୍ତି ।
ପୂର୍ବତନ ପି ସି ସି ସଭାପତି ତଥା ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତୀ ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ, ଜିଲ୍ଲାକଂଗ୍ରେସ କମିଟି ର ପୂର୍ବତନ ସଭାପତି ନଟବର ବାରିକ, ପିସିସି ସାଧାରଣ ସମ୍ପାଦକ ମହମଦ ଇମଦାଦ, ସମୟ ର ନିର୍ଦ୍ଦେଶିକା ଅନିତା ମହାନ୍ତି, ଜିଲ୍ଲା ଭିଜିଲାନ୍ସ କମିଟି ସଭ୍ୟ ଦେବେନ୍ଦ୍ର କୁମାର ମହାନ୍ତି, ବିଶ୍ୱ ଓଡ଼ିଆ ମହାସଂଘ ର ସୁର ପ୍ରସାଦ ମହାପାତ୍ର, ଜଗତସିଂହପୁର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବିଜେଡି ମିଡ଼ିଆସେଲ ଇନଚାର୍ଜ ପ୍ରିୟବ୍ରତ ମାଝୀ, ସଅଁରା ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ, ଇଂ ସୁମିତ ଦାସ, ରଶ୍ମୀରଞ୍ଜନ ରାଉଳ, ଆଇନୀଜୀବି ମହେଶ ମହାନ୍ତି, ସତ୍ୟଭୂଷଣ ଦାସ, ଆଇନୀଜୀବି ରଞ୍ଜନ କୁମାର ପଣ୍ଡା, ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ନୃସିଂହ ଚରଣ ରାଉଳ, ବ୍ରଜକିଶୋର ମଲ୍ଲିକ, ଦେବୀପ୍ରସାଦ ରାଉଳ, ଅରୁଣ ମହାପାତ୍ର, ବିକ୍ରମ ମହାନ୍ତି ( କୁନମୁନ )
ରାଜ୍ୟ ଜଳସମ୍ପଦ ବିଭାଗ ର ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ଜିଲ୍ଲା ବିଜେଡିର ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜଭୋଇ, ପୂର୍ବତନ, ସରପଞ୍ଚ ବିଜୟ ନାୟକ, ଯୁବନେତା ନିହାର ରଞ୍ଜନ ମହାନ୍ତି ,ବିଜେଡି ମୁଖପାତ୍ର ଲେଲିନ ମହାନ୍ତି, ପ୍ରମ୍ମୁଖ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଏହି ଅବସରରେ ସମର୍ପଣ ଭଜନସନ୍ଧ୍ୟା ର ସଙ୍ଗୀତନିର୍ଦ୍ଦେଶକ ପ୍ରହ୍ଲାଦ ନାୟକ ଙ୍କ ଉପସ୍ଥାପନା ରେ ବହୁ ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା l ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ନାରାୟଣ ପ୍ରସାଦ ଜେନା, ଅରୁଣପ୍ରସାଦ ଜେନା ଓ ବୀରକିଶୋର ଜେନା ସ୍ୱାଗତ କରିଥିଲେ l ସମସ୍ତଗ୍ରାମବାସୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *