ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ : ଯୋଗଦେଲେ ମୁଖ୍ୟମନ୍ତ୍ରୀ

୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ ‘ସେବା ଓ ସୁରକ୍ଷା’ ମନ୍ତ୍ରରେ ଦୁର୍ବଳଙ୍କ ସହାୟତା ଏବଂ ଆଇନ-ଶୃଙ୍ଖଳା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପୋଲିସ ବାହିନୀ ପାଇଁ ‘SMART POLICING’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର :  ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ […]

ସଂପୂର୍ଣ୍ଣ ପଢନ୍ତୁ

ଗଣେଶ ପୂଜା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ସହିଦ୍ ଭବନ ଠାରେ ପ୍ରସ୍ତୁତି ବୈଠକ

କଟକ ସଦର: ପାର୍ବଣ ଋତୁର ପ୍ରଥମ ପୂଜା ଗଣେଶ ପୂଜାକୁ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ, କଟକ କମିଶନରେଟ ପୋଲିସ ପକ୍ଷରୁ ସହିଦ୍ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଟକର ପୂଜା କମିଟି, ଶାନ୍ତି କମିଟିର କାର୍ଯ୍ୟକର୍ତ୍ତା, ବିଭିନ୍ନ ପୂଜା ମଣ୍ଡପ ଓ କ୍ଲବର କର୍ମକର୍ତ୍ତାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଭୁବନେଶ୍ବର କଟକ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ, କଟକ ଡିସିପି […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବ ଶତ୍ରୁତାରେ ଅନ୍ଧ ହେଲା ଯୁବକ,ଭୁଜାଲିରେ ଆକ୍ରମଣ କରି  ଗିରଫ

ଝଙ୍କଡ଼ :  ପ୍ରତିହିଂସା ପାରାୟଣ ହୋଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣାନନ୍ଦପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି  |  ଗିରଫ ଅଭିଯୁକ୍ତ ହେଲେ ମିର୍ଜାପୁର ଗ୍ରାମର ୨୩ ବର୍ଷୀୟ ପର୍ଶୁରାମ ରାଉତ | ସୂଚନା ଅନୁଯାୟୀ, ମିର୍ଜାପୁର ଗ୍ରାମର ସୁରେଶ କୁମାର ରାଉତ ଏଭଳି ବିଷୟକୁ ନେଇ କୃଷ୍ଣାନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ଆଧାରରେ କୃଷ୍ଣାନନ୍ଦପୁର ଥାନାରେ କେସ୍ ନଂ-୧୦୩/୨୬ ରେ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରୀ ଜବତ ବାଲିକୁ ଉଠେଇ ନେବାକୁ ମାଫିଆଙ୍କ ଉଦ୍ୟମ ବିଫଳ !!

ଝଙ୍କଡ଼ :  ବାଲି ମାଫିଆଙ୍କ ଚୋରା ଚାଲାଣ ବାଲିକୁ, ସରକାରୀ ଭାବେ ଜବତ ହୋଇ ସୁରକ୍ଷିତ ରଖା ଯାଇ ଥିବା ସ୍ଥାନରୁ,ବେଆଇନ ଭାବେ ଉଠାଇ ହାଇୱାରେ ଲୋଡ୍ କରି ନେବାକୁ ଉଦ୍ୟମ କରୁଥିବା ବେଳେ, ତିର୍ତ୍ତୋଲ ପୁଲିସର ଚଢ଼ାଉ | ଘଟଣା ସ୍ଥଳରୁ ହାଇୱା ଚାଳକ ସମେତ ଅନ୍ୟମାନେ ଛୁ ମନ୍ତର ହେଇଥିବା ବେଳେ, ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ  | ଏଥିସହ ଜବତ ହେଇଛି ବାଲି ବୋଝେଇ ହାଇୱା ଓ ଦୁଇଟି ମୋବାଇଲ ଫୋନ […]

ସଂପୂର୍ଣ୍ଣ ପଢନ୍ତୁ

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ:୩୭ଟି ପ୍ରକଳ୍ପକୁ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ)ର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷ ଶ୍ରୀମତୀ ଉଷା ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଏହି ପ୍ରସ୍ତାବ […]

ସଂପୂର୍ଣ୍ଣ ପଢନ୍ତୁ

୪୧ଲକ୍ଷରୁ ଅଧିକ କୃଷକ ପରିବାରକୁ ମିଳିବ ସିଏମ୍ କିସାନର ପଞ୍ଚମ କିସ୍ତି

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସିଏମ୍ କିସାନ୍ (ରବି ୨୦୨୬-୨୭) ଯୋଜନାର ଆର୍ଥିକ ସହାୟତା ଆସନ୍ତାକାଲି ପ୍ରଦାନ କରାଯିବ। ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ। ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ (ପିଭିଟିଜି) ଏବଂ ଭୂମିହୀନ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ମୋଟ […]

ସଂପୂର୍ଣ୍ଣ ପଢନ୍ତୁ

୬ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଗିରଫ

ଭୁବନେଶ୍ବର: ପାଇକାରୀ ‌ଔଷଧ ବିକ୍ରି ନିମନ୍ତେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅଭିଯୋଗକାରୀ/ଆବେଦନକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ଯାଜପୁର ସହକାରୀ ଡ୍ରଗ୍‌ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା। ଭିଜିଲାନ୍‌ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଲାଞ୍ଚୁ୍ଆ ସହକାରୀ ଡ୍ରଗ୍‌ସ କଣ୍ଟ୍ରୋଲରଜଣକ ଉକ୍ତ ଆବେଦନକାରୀଙ୍କ ଠାରୁ ପାରାଦୀପ-କଟକ ସଂଯୋଗ କରିଥିବା ଜାତୀୟ ରାଜପଥ-୫୩ ଛକର ରାସ୍ତାକଡ଼ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ସ୍ନାତକ ନିମନ୍ତେ ଗଣିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ନୂତନ ଭାବେ ଲାଗୁକରାଯାଇଥିବା ଏନ୍‌ଇପି ପାଠ୍ୟକ୍ରମ ଅନୁସାରେ ଯୁକ୍ତ ତିନ ସ୍ନାତକ ଶିକ୍ଷା ନିମନ୍ତେ ପ୍ରସ୍ତୁତ ଗଣିତ ସମ୍ମାନ ପୁସ୍ତକ ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ୨୬ ଅଗଷ୍ଟରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ନିରାଡମ୍ବର ତଥା ଅନୌପଚାରିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଯ ଗଣିତ ସମ୍ମାନ ପାଇଁ ଉଦ୍ଧିଷ୍ଟ ସାତ ଗୋଟି ପୁସ୍ତକ ଲୋକାର୍ପିତ କରିଛନ୍ତି। ଏହି ପୁସ୍ତକ ମାନଙ୍କ ମଧ୍ୟରେ ଅଛି କାଲକୁଲସ-୧, ଆଲଜେବ୍ରା ଆଣ୍ଡ ନମ୍ବର ଥିଓରୀ, ଡିସକ୍ରିଟ […]

ସଂପୂର୍ଣ୍ଣ ପଢନ୍ତୁ

ସେପ୍ଟେମ୍ବର ୨୨ରୁ ବିଧାନସଭାର ୯ଦିନିଆ ୭ମ ଅଧିବେଶନ

ଭୁବନେଶ୍ୱର: ରାଜ୍ୟର ୧୭ଶ ବିଧାନସଭାର ୭ମ ଅଧିବେଶନ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ଆଜି (ଗୁରୁବାର) ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅଧିବେଶ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୮ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି କାର୍ଯ୍ୟଦିବସ ରହିବ । ସେପ୍ଟେମ୍ବର ୨୬ ଓ ୨୭ […]

ସଂପୂର୍ଣ୍ଣ ପଢନ୍ତୁ

ଅପରେସନ୍‌ ସିନ୍ଦୂରରେ କମାଲ କରିଥିଲେ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ର, ରାମମନ୍ଦିରରେ ମିଳିଲା ବଡ଼ ଦାୟିତ୍ବ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଅବସରପ୍ରାପ୍ତ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ଟ୍ରଷ୍ଟରେ ସାଂଗଠନିକ ପରିବର୍ତ୍ତନ ଆଣିବା ପ୍ରକ୍ରିୟାର ଅଂଶ ଭାବେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ମନ୍ଦିର ପରିଚାଳନା ଓ ଆର୍ଥିକ ଉତ୍ତରଦାୟିତ୍ବକୁ ଅଧିକ ସୁଦୃଢ଼ କରିବା ତାଙ୍କର ପ୍ରମୁଖ ଦାୟିତ୍ବ ହେବ। ଏହି ପଦ ପାଇଁ ଟ୍ରଷ୍ଟ ପାଖରେ ମୋଟ ୫,୫୮୫ଟି ଆବେଦନ ପହଞ୍ଚିଥିଲା। ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲିଙ୍କ ଅଧ୍ୟକ୍ଷତାରେ […]

ସଂପୂର୍ଣ୍ଣ ପଢନ୍ତୁ