ସ୍ନାତକ ନିମନ୍ତେ ଗଣିତ ପୁସ୍ତକ ଉନ୍ମୋଚିତ

ରାଜ୍ୟ
Spread the love

ଭୁବନେଶ୍ବର: ନୂତନ ଭାବେ ଲାଗୁକରାଯାଇଥିବା ଏନ୍‌ଇପି ପାଠ୍ୟକ୍ରମ ଅନୁସାରେ ଯୁକ୍ତ ତିନ ସ୍ନାତକ ଶିକ୍ଷା ନିମନ୍ତେ ପ୍ରସ୍ତୁତ ଗଣିତ ସମ୍ମାନ ପୁସ୍ତକ ଉନ୍ମୋଚିତ ହୋଇଛି।
ଚଳିତ ବର୍ଷ ୨୬ ଅଗଷ୍ଟରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ନିରାଡମ୍ବର ତଥା ଅନୌପଚାରିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଯ ଗଣିତ ସମ୍ମାନ ପାଇଁ ଉଦ୍ଧିଷ୍ଟ ସାତ ଗୋଟି ପୁସ୍ତକ ଲୋକାର୍ପିତ କରିଛନ୍ତି।
ଏହି ପୁସ୍ତକ ମାନଙ୍କ ମଧ୍ୟରେ ଅଛି କାଲକୁଲସ-୧, ଆଲଜେବ୍ରା ଆଣ୍ଡ ନମ୍ବର ଥିଓରୀ, ଡିସକ୍ରିଟ ମାଥମାଟିକ୍ସ, ରିଅଲ ଅନାଲିସିସ-୨, ରିଅଲ ଅନାଲିସିସ-୩,କମ୍ପ୍ଲେକ୍ସ ଅନାଲିସିସ-୧ ଓ ପ୍ରୋବାବିଲିଟି। ଏହି ପୁସ୍ତକଗୁଡ଼ିକ ପି ଏନ୍‌ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା କ୍ରିଷ୍ଣା ମଞ୍ଜରୀ ସାହୁ ଏବଂ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ପ୍ରଧାନଙ୍କ ଦ୍ୱାରା ଲିଖିତ ହୋଇଛି।
ଏହି ପୁସ୍ତକଗୁଡ଼ିକ ଦ୍ବାରା ଓଡିଶା ତଥା ଭାରତର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *