96a55a79 A914 43b3 Bb5a 5f6d50ddbfb1

ମାତୃ ଦିବସ ଅବସରରେ ଉଫ ସେବାଶ୍ରମର ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ
Share

ବୟାଳିଶମୌଜା  : ୪୨ ମୌଜା ଝିଙ୍କିରିଆ ଗ୍ରାମର କଲିମି ତୋଟା ସ୍ଥିତ ୟୁନିଭର୍ଷାଲ ଫ୍ରେଣ୍ଡସ ଫାଉଣ୍ଡେସନ ସେବାଶ୍ରମ(ଉଫ ସେବାଶ୍ରମ)ର ପ୍ରତିଷ୍ଠା ଉତ୍ସବ ମାତୃ ଦିବସ ଅବସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ ମହାରଣା ଓ ଚିନ୍ମୟୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଶେଷଦେବ ଓଝା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ମୁଖ୍ୟ ବକ୍ତା ଭାବରେ କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ପ୍ରଦୀପ ବେହେରା, ଅଭିମନ୍ୟୁ ଦାସ ଓ ଡାକ୍ତର ସ୍ଵାସତୀ ସୁଚିଶ୍ମିତା ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥଙ୍କ ଆଳତି ଓ ବନ୍ଦନା, ମାତୃ ପୂଜନ, ଶହୀଦ ଯବାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହିତ ବର୍ତ୍ତମାନ ସମୟରେ ବୃଦ୍ଧ ତଥା ବୃଦ୍ଧା ପିତାମାତାଙ୍କ ପ୍ରତି କରାଯାଉଥିବା ନିର୍ଯ୍ୟାତନା ଉପରେ ଅତିଥିମାନେ ଉଦବେଗ ପ୍ରକାଶ ଓ ଅଭିମତ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜସେବୀ ଲଳିତ ରାୟ, ବସନ୍ତ କୁମାର ପଣ୍ଡା, ପ୍ରଦୀପ କୁମାର ଦାସ ପ୍ରଭୃତିଙ୍କ ସହ ରାଜ୍ୟର ବହୁ ପ୍ରତିଷ୍ଠିତ ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ “ଦେବଦୂତ ସେବା ସମ୍ମାନ”ରେ ଉପଢୌକନ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *