J1yjjfjubhqayc6dkyxe

କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ପ୍ରଫେସର

ଦେଶବିଦେଶ
Spread the love

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି।

ଗିରଫ ଅଲି ଖାନ ମହମୁଦାବାଦ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଭାବେ କାମ କରନ୍ତି । ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଯାଇ ଅପରେସନ ସିନ୍ଦୂର ଜରିଆରେ ପ୍ରତିଶୋଧ ନେଇଥିଲା।

ଅପରେସନ ସିନ୍ଦୂର ପରେ ପ୍ରଫେସର ଅଲି ଖାନ ମହିଳା ଅଧିକାରୀମାନଙ୍କୁ ପ୍ରେସ ବ୍ରିଫିଂ ପାଇଁ ପଠାଇବା ଏକ ପ୍ରହସନ ଏବଂ ବାହାନା ବୋଲି ଆଲୋଚନା କରିଥିଲେ।ଏଭଳି ମନ୍ତବ୍ୟ ପରେ ପ୍ରଫେସରଙ୍କ ପାଖକୁ ହରିୟାଣା ରାଜ୍ୟର ମହିଳା କମିଶନ ନୋଟିସ ପଠାଇ ସମନ କରିଥିଲେ।

ସୂଚନାଯୋଗ୍ୟ, କର୍ଣ୍ଣେଲ ସୋଫିଆ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ପଦୋନ୍ନତି ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଫେସର ଅଲି ଖାନ ଅନେକ ପୋଷ୍ଟ କରିଥିଲେ। ପହଲଗାମରେ ଆତଙ୍କବାଦୀମାନେ କେବଳ ପୁରୁଷ ଲୋକଙ୍କୁ ହତ୍ୟା କରି ଅନେକ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ।

ସେଥିପାଇଁ ଭାରତୀୟ ସେନା ଦ୍ୱାରା ଆତଙ୍କବାଦୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେବା ପାଇଁ ମହିଳା ଅଧିକାରୀମାନଙ୍କୁ ଆଗକୁ ଅଣାଯାଇଥିଲା। ମୋ ମତରେ ଏପରି କରି ସରକାର କେବଳ ଅଭିନୟ, ପ୍ରହସନ ଏବଂ ବାହାନା କରୁଛନ୍ତି।
ସୋସିଆଲ ମିଡିଆରେ ପ୍ରଫେସରଙ୍କ ଏଭଳି ପୋଷ୍ଟକୁ ନେଇ ଲୋକମାନେ ଆପତ୍ତି ଉଠାଇବା ସହିତ ଗିରଫ ଦାବି କରିଥିଲେ।

ଅଲି ଖାନ ମହମୁଦାବାଦ ଅଶୋକା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏବଂ ଜଣେ ରାଜନୈତିକ ସମାଲୋଚକ ଏବଂ ସ୍ତମ୍ଭକାର। ସେ କେମ୍ବ୍ରିଜରୁ ପିଏଚଡି ଲାଭ କରିବା ସହିତ ରାଜନୀତି ବିଜ୍ଞାନ ଏବଂ ଇତିହାସରେ ଡିଗ୍ରି ହାସଲ ମଧ୍ୟ କରିଛନ୍ତି। ପ୍ରଫେସର ଅଲି ଖ‌ାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ।

Leave a Reply

Your email address will not be published. Required fields are marked *