Screenshot 2025 06 11 074052

ଜୁଲାଇ ୮ରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚେତାବନୀ ଦେଲା ରାଜ୍ୟ ପରିବହନ ମଞ୍ଚ

ରାଜ୍ୟ
Spread the love

ଭୁବନେଶ୍ଵର: ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୋଲିସକୁ ଦେବା ପ୍ରସଙ୍ଗକୁ ବିରୋଧ ସହିତ ୭ ଦଫା ଦାବିରେ ଏକାଠି ହୋଇଛନ୍ତି ବସ୍‌, ଟ୍ରକ୍‌, ମିନିଟ୍ରକ୍‌ ମାଲିକଙ୍କ ସମେତ ଡ୍ରାଇଭର ସଂଘ। ଆସନ୍ତା ମାସ ୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲା ରାଜ୍ୟ ପରିବହନ ମଞ୍ଚ। ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା ଏହି ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯିବାକୁ ଚେତାବନୀ ଦେଲା ରାଜ୍ୟ ପରିବହନ ମଞ୍ଚ।

ଓଡ଼ିଶା ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରାଯାଇଛି। ଡ୍ରାଇଭରମାନଙ୍କର ଏକ ୱେଲ୍‌ଫେୟାର ବୋର୍ଡ ରହିଥିବା ବେଳେ ଏଥିରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଇନାହିଁ। ସେମାନଙ୍କୁ ଏଥିରେ ସାମିଲ କରିବାକୁ ଦାବି କରାଯିବା ସହିତ ୬୦ ବର୍ଷରେ ଡ୍ରାଇଭରଙ୍କୁ ପେନସନ୍ ପ୍ରଦାନ, ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିବାକୁ ଦାବି କରାଯାଇଛି।

ଡ୍ରାଇଭର ସୁରକ୍ଷା ଆଇନ ପ୍ରଣୟନ କରିବା, ମୁଖ୍ୟ ରାସ୍ତା ମାନଙ୍କରେ ବିଶ୍ରାମ ସ୍ଥଳୀ ଉପଲବ୍ଧ କରାଇବାକୁ ଦାବି ହୋଇଛି। ଏସମସ୍ତ ଦାବି ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ବିଚାର କରିବାକୁ ଆଜି ନବଗଠିତ ପାରିବହନ ମଞ୍ଚ ଦାବି କରିଛି। ଯଦି ଦାବି ପୂରଣ ନହୁଏ, ତେବେ ଜୁଲାଇ ୮ ତାରିଖରୁ ସମଗ୍ର ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *