ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ, ୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଜିଲା ଖବର ଭଦ୍ରକ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୨୩/୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି।

ରିପୋର୍ଟ ଅନୁଯାୟୀ, ଖଟୁଆ ବିଭିନ୍ନ ଖାତାରେ ରେକର୍ଡ ମିଛରେ ପରିବର୍ତ୍ତନ କରି ଏହି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଅନୁନତି ବିନା ସଦସ୍ୟମାନଙ୍କ ସଞ୍ଚୟ ଜମାରୁ ଅର୍ଥ ଉଠାଇ, ଦୈନିକ ଖାତାରେ ଜମା ରାଶି କମ ଦେଖାଇବା ଏବଂ ମଣ୍ଡି ଶ୍ରମିକ ଖର୍ଚ୍ଚକୁ ସରକାରୀ ନିୟମ ଠାରୁ ଅଧିକ ଦରରେ ଦେଖାଇବା ଭଳି ଅନିୟମିତତା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ବାଲେଶ୍ଵର ଭିଜିଲାନ୍ସ ଏକ ବିସ୍ତୃତ ତଦନ୍ତ ପରେ ଖଟୁଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *