ଜଗତସିଂହପୁର/ଝଙ୍କଡ଼ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଲଙ୍କାପଡା ସ୍ଥିତ କ୍ଷେତ୍ରବାସୀ ପାଠାଗାରଠାରେ ସମାଜସେବୀ କ୍ଷେତ୍ରବାସୀ ସ୍ୱାଇଁ ଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଅଛି । ଏହି ଉତ୍ସବ କୁ ଜଗତସିଂହପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏ ସ୍ ପି) ଶ୍ରୀ ଭବାନୀ ଶଙ୍କର ଉଦଗାତା ଉଦଘାଟନ କରିଥିଲେ । ପାଠାଗାର ର ପ୍ରତିଷ୍ଠାତା କ୍ଷେତ୍ରବାସୀ ଙ୍କ ଜ୍ୟେଷ୍ଠ ପୁତ୍ର ଡ. ଇଂ : ପ୍ରଭାକର ସ୍ୱାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ମଧ୍ୟମ ପୁତ୍ର ଡ. ଦିବାକର ସ୍ୱାଇଁ , ସମ୍ମାନିତ ଅତିଥି କବି ଶ୍ରୀ ପ୍ରସନ୍ନ କୁମାର ଜେନା , ବିଶିଷ୍ଟ ଅତିଥି ସାହିତ୍ୟିକ ଶ୍ରୀ ପୀତାମ୍ବର ମହାପାତ୍ର, ମୁଖ୍ୟବକ୍ତା ଶିକ୍ଷାବିତ୍ ଡ. ଚୌଧୁରୀ ସତ୍ୟଦାସ, ସମାଜସେବୀ ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି , ଅଧ୍ୟାପକ ପ୍ରଶାନ୍ତ କୁମାର ଜେନା ଓ ଅଧ୍ୟାପକ ଡ. ବିବେକାନନ୍ଦ ସିଂ ବରେଣ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀ ଉଡଗାତା ତାଙ୍କ ଭାଷଣରେ କ୍ଷେତ୍ରବାସୀ ସ୍ୱାଇଁ ଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହିତ ଗ୍ରାମାଞ୍ଚଳରେ ପାଠାଗାର ର ପ୍ରତିଷ୍ଠା ଏକ ଅଭିନନ୍ଦନୀୟ ପଦକ୍ଷେପ ବୋଲି ମତ ଦେଇଥିଲେ । ସଭାପତି ଡ. ସ୍ୱାଇଁ ତାଙ୍କ ଅଭଭାଷଣରେ ଗ୍ରାମାଞ୍ଚଳ ରେ ପାଠାଗାର ର ବିନିଯୋଗ ଉପରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ବର୍ଗ କ୍ଷେତ୍ରବାସୀ ସ୍ୱାଇଁ ଙ୍କୁ ଜଣେ ସଂଗଠକ, ପରୋପକାରୀ ଓ ଜ୍ଞାନ ପିପାସୁ ବ୍ୟକ୍ତିତ୍ଵ ଭାବେ ବର୍ଣ୍ଣନା କରିଥିଲେ । ସମ୍ପାଦକ ଦିଲ୍ଲୀପ କୁମାର ସ୍ବାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ଡ. ସୁଧାକର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ , ଶ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
