769e1628 Ca6d 4228 8867 608a5d0d1dd4

ହଗ୍ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପୁରୀ ବଡଦାଣ୍ଡରେ ପାନୀୟ ଜଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ରାଜ୍ୟ
Spread the love

କଟକ : ହଗ୍ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପୁରୀ ବଡଦାଣ୍ଡରେ ପାନୀୟ ଜଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି | ପୁରୀକୁ ରଥଯାତ୍ରାରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବାରୁ ଫାଉଣ୍ଡେସନ୍ ପକ୍ଷରୁ ଭକ୍ତମାନଙ୍କ ସୁବିଧା ଲାଗି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା |  ମ୍ୟାନେଜିଂ ଟ୍ରଷ୍ଟି ସୁଧାଂଶୁ କୁମାର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବରରେ ପାର୍ଥସାରଥୀ କର (ଟ୍ରଷ୍ଟି), ବିଜେଶ କୁନାଲ୍ ସାହୁ, ଅନ୍ତର୍ଯ୍ୟାମୀ ଲେଙ୍କା, ସବ୍ୟସାଚୀ ପଣ୍ଡା, ଧନଞ୍ଜୟ ଏବଂ ଅନ୍ୟମାନେ ଭାଗ ନେଇଥିଲେ |

Leave a Reply

Your email address will not be published. Required fields are marked *