Mkg 22 Naxal Surrender 2 2025 07

୮ ମହିଳା କ୍ୟାଡରଙ୍କ ସମେତ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ

ରାଜ୍ୟ
Spread the love

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସକୁ ମିଳିଛି ବଡ ସଫଳତା। ଏସିପିଙ୍କ ସମ୍ମୁଖରେ ୨୨ ଜଣ ନକ୍ସଲ ଆତ୍ସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ଆବୁଝମାଡ ଅଂଚଳରେ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ କିଛି ତେଲନାର, ଆମଦାଇ ଏବଂ କୁତୁର ଏରିଆ କମିଟିର ରହିଥିବା ପୁଲିସ କହିଛି। ସମସ୍ତ ୨୨ ଜଣ ନକ୍ସଲ ନାମରେ ସରକାର ୩୭ ଲକ୍ଷ ୫୦ ହଜାର ଟଂକା ପୁରସ୍କାର ଘୋଷଣା କରିଥିଲେ।

ଲଗାତାର ପୁଲିସର ଅପରେସନ ଏବଂ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବବିତ ହୋଇଥିବା ଏହି ନକ୍ସଲମାନେ ପୁଲିସ ନିକଟରେ କହିଥିଲେ। ଜଂଗଲରେ ରହି ନିଜର ଜୀବନକୁ ଛାର କରିଥିବା ଏମାନେ କହିଥିଲେ। ହିଂସାକୁ ସମର୍ଥନ କରି ଏମାନେ ବଡ ଭୁଲ କରିଥିବା ସ୍ବୀକାର କରିଥିଲେ।
ଆଗକୁ ବିକାଶ ଧାରାକୁ ସହଯୋଗ କରିବା ସହ ନକ୍ସଲ ବିରୋଧରେ ସ୍ବରତ୍ତୋଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଗାମୀ ଦିନରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ନାରାୟଣପୁର ଜିଲ୍ଲାରେ ଚଳିତ ବର୍ଷର ଆଜି ପର୍ଯ୍ୟନ୍ତ ୧୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା କୁହାଯାଇଛି। ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୁଲିସ ଏବଂ ପ୍ରଶାସନ ପୁଣି ନକ୍ସଲଙ୍କୁ ଅନୁରୋଧ କରିଛନ୍ତି। ହିଂସା ଛାଡି ବିକାଶ ଧାରାରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାନ୍ତୁ ବୋଲି ପୁଣି ସମସ୍ତଙ୍କୁ ଆହ୍ବାନ କରାଯାଇଛି।

Leave a Reply

Your email address will not be published. Required fields are marked *