ବାର୍‌ ଓ ପବ୍‌ରେ ଅବକାରୀ ବିଭାଗର ଧରପଗଡ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୨/୧୨: ଆଉ ଦିନ କେଇଟା ପରେ ଆସୁଛି ବଡଦିନ ଏବଂ ନୂଆବର୍ଷ। ତେଣୁ ଏବେ ଠାରୁ ରାଜ୍ୟ ଅବକାରୀ ବିଭାଗ ତତ୍ପରତା ଦେଖାଇଛି। ବଡଦିନ ଏବଂ ନୂତନ ବର୍ଷ ବଡ ଧୂମଧାମ ସହକାରେ ପାଳନ କରିବା ଲାଗି ଯୁବପିଢ଼ିମାନେ ବାର୍‌ ଏବଂ ପବ୍ ଗୁଡିକରେ ବେଶ୍ ଭିଡ ଜମାଇଥାନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀରେ ଥିବା ବିଭିନ୍ନ ବାର ଓ ପବ୍ ରେ ଧରପଗଡ ଆରମ୍ଭ ହୋଇଛି ।

ବାର ଏବଂ ପବ୍ ଗୁଡିକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ସୁପରିନଟେଣ୍ତେଣ୍ଟ ଦେବାଶିଷ ପଟେଲ। ବିନା ଲାଇସେନ୍ସରେ ମଦ ବିକ୍ରି କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ନଜର ରଖାଯାଇଛି । ରାଜଧାନୀରେ ଥିବା ହୋଟେଲ ଗୁଡ଼ିକୁ ଅଚାନକ ପରିଦର୍ଶନ କରାଯିବ।

Leave a Reply

Your email address will not be published. Required fields are marked *