ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ୬୮୦ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨/୧୨: ବହୁ ଚର୍ଚ୍ଚିତ ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ହତ୍ୟାମାମଲାରେ କମିଶନରେଟ୍‌ ପୁଲିସ ଚାର୍ଜ ସିଟ୍‌ ଦାଖଲ କରିଛି । ଏହି ମାମଲାରେ ମୋଟ୍‌ ୬୮୦ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରାଯାଇଛି । ଏଥିରେ ଦୀପକ ସହ ବିନୋଦ, ଜଟି ଓ ଶମ୍ଭୁ ମହନ୍ତଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇଛି । ଏଥିରେ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପୁଲିସ ଏହି ମାମଲାରେ ବିଏନ୍‌ଏସ୍‌ ୧୦୨(୧),୨୩୮, ୬୧-୨ ଧାରା ଲଗାଇଥିବା ସୂଚନା ମିଳିଛି ।ଶୁଭମିତ୍ରାଙ୍କୁ ପୁଲିସ କମିଶନରେଟ୍‌ରେ ଆକାଉଣ୍ଟ ବିଭାଗରେ କିରାଣୀ କାମ କରୁଥିବା ଦୀପକ ରାଉତ ଦ୍ୱିତୀୟ ବିବାହ କରିଥିଲା । ଧାର ଟଙ୍କା ମାଗିବାରୁ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା । ଏହାପରେ ତାଙ୍କ ଶବ ସହ ହତ୍ୟା ପ୍ରମାଣ ଲୁଚାଇବା ପାଇଁ ଜଟି ଓ ଶମ୍ଭୁର ସହାୟତା ନେଇଥିଲା । ପରେ ଶୁଭମିତ୍ରାଙ୍କ ପରିବାର ଲୋକ ତାଙ୍କର ନିଖୋଜ ଖବର ଥାନାରେ ଜଣାଇଥିଲେ ।

ରାଜଧାନୀରୁ ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରରେ ଠାବ ହୋଇଥିଲା । କେନ୍ଦୁଝର ଘଟଗାଁରୁ ଠାବ ହୋଇଥିବା ମହିଳାଙ୍କ ମୃତଦେହ ନିଖୋଜ କନଷ୍ଟେବଳଙ୍କର ବୋଲି ତଦନ୍ତରୁ ଜଣାପଡିଥିଲା । ତାଙ୍କୁ ବିବାହ କରିଥିବା ଦୀପକ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିଲା । ଅଭିଯୁକ୍ତ ଦୀପକ ରାଉତକୁ ପୁଲିସ ପ୍ରଥମେ ଗିରଫ କରିଥିଲା ।ପୁଲିସ ଜେସିବି ସାହାଯ୍ୟରେ ମୃତଦେହ ବାହାର କରି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତକୁ ଗିରଫ କରାଯାଇଥିଲା । ଗତ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ବିବାହ କରିଥିଲେ ଦୀପକ । ହତ୍ୟା ପଛରେ ଶୁଭମିତ୍ରାଙ୍କ ନାଁରେ ହୋଇଥିବା ୧କୋଟି ଟଙ୍କାର ଇନସୁରାନ୍ସ ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଥିଲା।

ସ୍ଵାମୀ ତଥା ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ଉଭୟଙ୍କ ହ୍ବାଟ୍ସଆପ ଚାଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା କୁହାଯାଉଛି। ହତ୍ୟାକାଣ୍ଡ ପରେ ପ୍ରାଥମିକ ତଦନ୍ତରୁ ଦୀପକ ଶୁଭମିତ୍ରାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେ ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ପୁଲିସ ବି ସ୍ପଷ୍ଟ କରିଥିଲା। ଶୁଭମିତ୍ରାଙ୍କ ମା’ ଦୀପକଙ୍କଠାରୁ ଏହି ଅର୍ଥ ଆଣିବାକୁ କହୁଥିଲେ ବୋଲି ପୁଲିସଠାରୁ ସୂଚନା ଦେଇଥିଲା ।ଅନ୍ୟପଟେ ଦୀପକ ଶୁଭମିତ୍ରାଙ୍କ ନାମରେ ବୀମା କରାଇଥିବା ଜଣାପଡ଼ିଛି। ହତ୍ୟା କଲେ ବୀମା ଅର୍ଥ ମିଳିବନି ବୋଲି ଦୀପକ ଜାଣିଥିଲେ। ସେପଟେ ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ୟୁନିଟ-୬ ଅଞ୍ଚଳରେ କାର ଭିତରେ ୪୦ ମିନିଟ ଧରି ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଶୁଭମିତ୍ରା ଦୀପକଙ୍କୁ ଗୋଇଠା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ।ସୂଚନାଯୋଗ୍ୟ, ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ନିଖୋଜ ହୋଇଯିବା ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଶୁଭମିତ୍ରାଙ୍କୁ ତାଙ୍କ ସ୍ଵାମୀ ଦୀପକ ରାଉତ ଭୁବନେଶ୍ଵରରେ ହତ୍ୟା କରି କେନ୍ଦୁଝରର ଘଟଗାଁ ଥାନା ଅଞ୍ଚଳରେ ପୋତି ଦେଇଥିଲେ। ପୁଲିସ ମାମଲାର ତଦନ୍ତ କରି ମୃତଦେହକୁ ଜବତ କରିବା ସହିତ ଦୀପକଙ୍କୁ ଗିରଫ କରିଥିଲା। ଦୀପକ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆକାଉଣ୍ଟ ସେକ୍ସନରେ କିରାଣି ଭାବେ କାର୍ଯ୍ୟରତ ଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଶୁଭମିତ୍ରାଙ୍କୁ ବିବାହ କରିଥିଲେ।

ଦୀପକକୁ ଅନେକ ସମୟରେ ଜମି କିଣିବା ବାବଦରେ ଦେଇଥିବା ୨୦ ଲକ୍ଷ ଟଙ୍କା ଶୁଭମିତ୍ରା ମାଗିବା ସହ ବିବାହକୁ ସାର୍ବଜନୀନ ଲାଗି ଜିଦ୍ କରୁଥିଲେ। ଏହାକୁ ନେଇ ଗତ ୬ମାସ ହେବ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ତେଣୁ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବା ଲାଗି ସୁକଳ୍ପିତ ଷଡ଼ଯନ୍ତ୍ର ରଚିଥିଲା ଦୀପକ। ମାଉସୀ ପୁଅ ପପୁକୁ ଯୋଗାଯୋଗ କରି କେନ୍ଦୁଝରରେ ମୃତଦେହ ପୋତି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲା। ଶୁଭମିତ୍ରାଙ୍କୁ ହତ୍ୟା କରିବାର ସପ୍ତାହେ ପୂର୍ବରୁ ପପୁକୁ ଯୋଜନା ବିଷୟରେ କହିବା ସହ ବ୍ଲୁ-ପ୍ରିଣ୍ଟ‌ ପ୍ରସ୍ତୁତ କରିଥିଲା। ଶୁଭମିତ୍ରା ମରିଯାଇଥିବା ଜାଣିବା ପରେ ସମ୍ପର୍କୀୟ ଭାଇ ପପୁକୁ ଜଣାଇଥିଲା। ଜେସିବି ସହାୟତାରେ ଅନ୍ୟତମ ସହଯୋଗୀ ଜଟିଆ ଘର ପଛପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହକୁ ପୋତି ଦେଇଥିଲେ। କୁଶୁନପୁର ଗ୍ରାମରୁ ଏସ୍‌ଏଫ୍‌ଏସ୍‌ଏଲ୍‌ ଦଳ ଓ ସାକ୍ଷୀଙ୍କ ଉପସ୍ଥିତିରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶୁଭମିତ୍ରାଙ୍କ ମୃତଦେହ ବାହାର କରାଯାଇଥିଲା।

Leave a Reply

Your email address will not be published. Required fields are marked *