ଵୟାଲିଶମୌଜା, (୨୬।୭) : କଟକ ବୟାଲିଶମୋୖଜ଼ା ଏକ୍ସ ସର୍ଭିସମେନ ଆସୋସିଏସନ ତରଫରୁ ଆଜି ଶନିବାର ରଣେଷେଣ୍ଢ ମହାବୀର ମନ୍ଦିର ପ୍ରାଙ୍ଗଣ ରେ କାରଗିଲ ବିଜୟ ଦିବସ ପାଳନ ହୋଇଯାଇଛି । ଆୟୋଜିତ ସଭାରେ କ୍ୟାପଟେନ ସଞ୍ଜୟ ମହାନ୍ତି ଙ୍କ ସଭାପତିତ୍ୱ ରେ କାରଗିଲ ଯୁଦ୍ଧ ରେ ବଳିଦାନ ଦେଇଥିବା ୫୨୭ ଜଣ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ବିଜୟ ଦିବସ ରେ ଦୀପଦାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା |
ସମ୍ମାନିତ ଅତିଥିଭାବେ ବୟାଲିଶ ମୋୖଜ଼ା ଥାନା ଅଧିକାରୀ ଗିରିଶଚନ୍ଦ୍ର ମହାରଣା, ଯୋଗ ଦେଇ କାରଗିଲ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସହିଦ ମାନଙ୍କ ଉଦ୍ଦେଶ୍ୟ ରେ ସ୍ମୃତି ଚାରଣ କରିଥିଲେ | ଏହି ଅବସରରେ ଆସୋସିଏସନ ର ସଭାପତି ମଙ୍ଗରାଜ ବେହେରା, ସମ୍ପାଦକ ରଞ୍ଜିତ ମହାନ୍ତି,କୋଷାଧକ୍ଷ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ, ସନାତନୀ ସେନା ସଭାପତି ତଥା ସମାଜ ସେବୀ ସମୀର କୁମାର ପଣ୍ଡା, ସମାଜସେବୀ ସତ୍ୟଦୀପ ସାହୁ, ବ୍ରହ୍ମପୁର ସରପଞ୍ଚ ରବୀନ୍ଦ୍ର ପ୍ରଧାନ, ସମାଜସେବୀ ଶଶିକାନ୍ତ ଦାସ, ଝିଙ୍କିରିଆ ଗ୍ରାମ ଅଧିକାରୀ ଚିନ୍ମୟ ଦେବତା, ସଭାପତି ବିଭୁତି ଦେବତା, ଲକ୍ଷ୍ମୀ ଧର ସାହୁ, ବିଶ୍ଵଜିତ ଦେବତା, ଅଶୋକ ଦେବତା, ପିକୁନ ଦେବତା, ହୁର୍ଶି ସ୍ୱାଇଁ, ଆନନ୍ଦ ଦେବତା, ଝିଙ୍କୀରିଆ ଗ୍ରାମର ମହନ୍ତ ଯୁଷ୍ମନ୍ତ ନନ୍ଦ ଏବଂ ପ୍ରମୁଖ ଉପସ୍ଥିତ ଥିଲେ |
