ବୟାଳିଶ ମୌଜା : ଦେଉଳି ନିବାସୀ ସମାଜସେବୀ ରବୀନ୍ଦ୍ର ନାଥ ପତିଙ୍କର 85 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ଏକ ମାତ୍ର ପୁତ୍ର ସନ୍ତୋଷ କୁମାର ପତି 42ମୌଜା ବିକାଶ ପରିଷଦ ତଥା ଶାନ୍ତି କମିଟିର ସମ୍ପାଦକ ଅଛନ୍ତି।
ସ୍ବର୍ଗତ ପତି ଅନେକ ଜନହିତକର କାର୍ଯ୍ୟ ସହ ସମ୍ପୃକ୍ତ ଥିଲେ। ତାଙ୍କ ଶବ ଶୋଭାଯାତ୍ରାରେ ଗ୍ରାମବାସୀ ତଥା ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଗ୍ରାମ୍ୟ ଶ୍ମାଶନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଅଛି। ପୁତ୍ର ସନ୍ତୋଷ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି।
