Dd5807db A885 4989 974e 710d445583ac

ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ନପାଇବାରୁ, ଅସହାୟl ମହିଳାଙ୍କ ଆତ୍ମାହୁତି ପାଇଁ ଚେତାବନୀ

ରାଜ୍ୟ
Spread the love

ଜଗତସିଂହପୁର :  ସ୍ୱାମୀ ଗଣେଶ୍ୱର ସାହୁଙ୍କୁ ମେଡ଼ିସିନ ଦେଇ ମୁଣ୍ଡକୁ ଖରାପ କରି ପୈତୃକ ସମ୍ପତ୍ତି ଲୋଭରେ କେଉଁ ଆଡେ ଅପହରଣ କରି ନିଖୋଜ କରେଇ ଦେଇଥିବାର ଏକ ଏତେଲା ତିର୍ତ୍ତୋଲ ଥାନାରେ ଦାଖଲ କରିଛନ୍ତି ଚିନ୍ମୟୀ ସାହୁ ନାମ୍ନୀ ଜଣେ ମହିଳା | ଏତେଲା ର ଅଭିଯୋଗରେ ଆହୁରି ଅନେକ ସଂଗୀନ ମାମଲା ଲିପିବଦ୍ଧ ହୋଇଥିବାର ଦେଖିବାକୁ ମିଳିଛି | ଦୀର୍ଘ ଚାରିବର୍ଷ ହେବ ନିଖୋଜ ସ୍ୱାମୀଙ୍କ ବିନା ଚିନ୍ମୟୀ ସାହୁ ଅସହାୟ ଜୀଵନ କାଟୁଥିବା ବେଳେ, ଅପହର୍ତ୍ତା ସ୍ୱାମୀ ସ୍ତ୍ରୀ ଦୁହେଁ ଇତିମଧ୍ୟରେ ବାପଅଜାର ସମ୍ପତ୍ତିକୁ ଚଞ୍ଚକତା ପୂର୍ବକ ଗୃହକର୍ତ୍ତା ଙ୍କୁ ଔଷଧ ଖୁଆଇ ନିଜ ନାମରେ ଉଇଲ କରାଇ ନେଇଛନ୍ତି | ଚିନ୍ମୟୀ ଓ ତାଙ୍କର ପୁଅ ଝିଅଙ୍କୁ ଘରୁ ବାହାରି ଯିବାକୁ ଧମକ ଦେବା ସହିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଚାଲିଛନ୍ତି | ଏହି ସମସ୍ତ ବିଷୟ ଗ୍ରାମବାସୀ ଜାଣିଥିଲେ ବି ଚିନ୍ମୟୀ କୁ କୌଣସି ନ୍ୟାୟ ନ ମିଳିବାରୁ ସନ୍ତାନ ମାନଙ୍କୁ ନେଇ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିବାର ଏତେଲାରୁ ଦେଖିବାକୁ ମିଳିଛି  | ଏପରି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତଥା ତିର୍ତ୍ତୋଲ ଗ୍ରାମର ୭ ନମ୍ୱର୍ ୱାଡ଼ରେ | ଖବର ଅନୁସାରେ ଚିନ୍ମୟୀ ସାହୁ ନାମକ ଜଣେ ଅସହାୟା ମହିଳା ଗତ ୫ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତାଙ୍କର ସ୍ବାମୀ ଗଣେଶ୍ୱର ସାହୁ ଙ୍କୁ ମେଡ଼ିସିନଦେଇ, ତାଙ୍କ ମୁଣ୍ଡକୁ ଖରାପ କରି, କେଉଁଆଡେ ଅପହରଣ କରି ନିଖୋଜ ରଖିଛନ୍ତି।ସେ ଓ ମୋର ପୁଅ ଝିଅ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ଆଜକୁ ପ୍ରାୟ ୪ ବର୍ଷ ହେଲା ଦିଅର ଅମୁଲ୍ୟ ସାହୁ ଓ ତାର ସ୍ତ୍ରୀ ବବିତା ସାହୁ ଙ୍କ ଠାରୁ ଶାରୀରିକ ଆଉ ମାନସିକ ନିର୍ଯ୍ୟାତନା ସହି ଆସୁଛନ୍ତି  | ଏହି ସମସ୍ତ ବିଷୟକୁ ନେଇ ଗ୍ରାମରେ ଏକ ଲିଖିତ ଫଇସଲା ହୋଇଥିଲେ ବି ଅମୁଲ୍ୟ ଓ ତାର ସ୍ତ୍ରୀ ବବିତା ସେସବୁକୁ ଅମାନ୍ୟ କରି ପୂର୍ବପରି ନିର୍ଯ୍ୟାତନା ଦେବା ସହିତ ଘରୁ ବାହାରି ଯିବାକୁ ଧମକ ଦେଉଛନ୍ତି | ଯୋଉ ସମ୍ପତ୍ତି ପାଇବା ଉଦ୍ଦେଶ୍ୟରେ ବଡ ଭାଇ ଗଣେଶ୍ୱରକୁ ଅପହରଣ କରାଇ ନିଖୋଜ କରାଇଛନ୍ତି, ସେଇ ସମ୍ପତ୍ତି କୁ ନିଜ ନାମରେ କରାଇବାବୁ ପେନସନ ଭୋଗୀ ବୃଦ୍ଧ ବାପାକୁ ବଶୀଭୂତ କରାଇ କାର୍ଯ୍ୟ ହାସଲ କରିଛନ୍ତି ଅମୁଲ୍ୟ ଆଉ ତାର ସ୍ତ୍ରୀ ବବିତା | ଏସବୁ ଜାଣିବା ପରେ ନ୍ୟାୟ ପାଇବା ଆଶାରେ ତିର୍ତ୍ତୋଲ ଥାନାର ଦ୍ୱାରସ୍ତ ହେବାସହିତ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅସହାୟ ଚିନ୍ମୟୀ | ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ରଙ୍କ ସମେତ ଗ୍ରାମର କିଛି ସ୍ୱୟଂ ସହାୟକ ଗୋଷ୍ଟୀ ର ମହିଳାମାନେ ଚିନ୍ମୟୀକୁ ଉପଯୁକ୍ତ ନ୍ୟାୟ ଦେବାକୁ ତାଙ୍କ ଗୃହ ପାଖରେ ଏକତ୍ରିତ ହୋଇ ଥିବାର ଦେଖିବାକୁ ମିଳିଛି | ଏପରି ବିଶ୍ୱାସଘାତ କାର୍ଯ୍ୟରେ ଲିପ୍ତ ଅମୁଲ୍ୟ ଆଉ ତାର ସ୍ତ୍ରୀ ବବିତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପ୍ରଶାସନ ନିକଟରେ ଦାବୀ କରିଛନ୍ତି  |

Leave a Reply

Your email address will not be published. Required fields are marked *