କାହିଁକି ନିଲମ୍ବନ ହେଲି ଜାଣିନି : ଅରବିନ୍ଦ, ପୁଅ ସେପରି କିଛି କରିନି : ବିଜୟ ମହାପାତ୍ର

ରାଜ୍ୟ
Spread the love

ଭୁବନେଶ୍ବର : ଦଳରୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର । କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା କହିଲେ ଅରବିନ୍ଦ । ବିଜେଡ଼ିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଲେ ଅରବିନ୍ଦ । କାହିଁକି ନିଲମ୍ବନ ହୋଇଛନ୍ତି ଜାଣି ନଥିବା କହି, ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଥିବା କହିଲେ ଅରବିନ୍ଦ । ସେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ଦଳ ତରଫରୁ ଏପର୍ଯ୍ୟନ୍ତ ମୋତେ କିଛି ସୂଚନା ଦିଆ ଯାଇନାହିଁ । ନିଲମ୍ବନ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିଲି । ଦଳକୁ ଅସୁବିଧାରେ ପକାଇଲା ଭଳି କୌଣସି କାର୍ଯ୍ୟ କରିନାହିଁ । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିଲି । ମେଳି ବାବଦରେ ଉତ୍ତର ରଖି କହିଛନ୍ତି ଯେ, ମୁଁ କୌଣସି ମେଳିକୁ କିମ୍ବା ଭୋଜିକୁ ଯାଇନାହିଁ । ନିଲମ୍ବନର କାରଣ ବାପା ବିଜୟ ମହାପାତ୍ର କି ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା । ସେ କଣ କରିବେ ତାଙ୍କ କଥା । ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ଚାହୁଁନି ବୋଲି କହିଲେ ଅରବିନ୍ଦ । 5T ବିରୋଧରେ ମନ୍ତବ୍ୟ ପ୍ରସଙ୍ଗରେ ଉତ୍ତର ଦେଇ କହିଛନ୍ତି, ମୁଁ ସେଭଳି କିଛି କରିନାହିଁ । ବିଜେଡିରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ ।

ଅନ୍ୟପକ୍ଷରେ ବିଜେଡିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ହେବା ପରେ ଉତ୍ତର ରଖିଲେ ବାପା ବିଜୟ ମହାପାତ୍ର । ପୁଅର ନିଲମ୍ବନ ଖବର ଜାଣି ଆଶ୍ଚର୍ଯ୍ୟ ହୋଇଥିବା କହିଲେ ବିଜୟ । ବିଜୁ ଜନତା ଦଳରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ହେବା ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ବିଜୟ ମହାପାତ୍ର । ଅରବିନ୍ଦଙ୍କ ବାପା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେଡିରୁ ପୁଅର ନିଲମ୍ବନ ଖବର ପାଇଁ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ବିଜୟ କହିଛନ୍ତି, ବିଜୁ ଜନତା ଦଳରୁ ପୁଅର ନିଲମ୍ବନ ଖବର ଶୁଣି ମୁଁ ହତବାକ । ଏପରି ଖବର ଶୁଣି ଆଶ୍ଚର୍ଯ୍ୟ ହେଲି । କାହିଁକି ଅରବିନ୍ଦ ଦଳରୁ ନିଲମ୍ବନ ହେଲା ମୁଁ ଜାଣିନାହିଁ । ମୁଁ ଜାଣିବାରେ ପୁଅ ସେପରି କିଛି ଦଳବିରୋଧୀ କରିନାହିଁ । ନିଜ ରାଜନୈତିକ ଗତିବିଧି ବିଷୟରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ କୌଣସି ଦଳରେ ନାହିଁ । ନିର୍ବାଚନ ମଣ୍ଡଳୀର ଜନତାଙ୍କ ସ୍ୱାର୍ଥ ପାଇଁ କାମ କରୁଛି ।

Leave a Reply

Your email address will not be published. Required fields are marked *