ଶାଶୁ ବୋହୂ କଳିରେ ପିଉସୀ ଶାଶୁ ମୃତ

ଅପରାଧ ଜଗତସିଂହପୁର ରାଜ୍ୟ
Spread the love

ଜଗତସିଂହପୁର, ୧୮/୧୨ : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ମୃତକ ସବିତା ବିଶ୍ଵାଳ(୫୫) ବୋଲି ଜଣାପଡିଛି। ଜଗତସିଂହପୁର ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି। ଓଡିଶୋ ଗାଁର ସ୍ଵର୍ଣ୍ଣଲତା ସ୍ଵାଇଁ ଏବଂ ତାଙ୍କ ବୋହୂ ଐଶ୍ଵର୍ଯ୍ୟା ରାୟଙ୍କ ମଧ୍ୟରେ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଘଟଣାର ସମାଧାନ ପାଇଁ ପିଉସୀ ଶାଶୁ ତାଙ୍କ ଘରକୁ ଯାଇଥିଲେ। ଅଭିଯୁକ୍ତ ପୁତୁରା ବୋହୂ ଐଶ୍ଵର୍ଯ୍ୟା ରାୟ ପିଉସୀ ଶାଶୂ ସବିତାଙ୍କୁ ପଥର ମାରିଥିଲେ। ତଳେ ପଡି ସେ ବେହୋସ୍‌ ହେବାରୁ ତାଙ୍କ ପୁଅ ମେଡିକାଲ କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *