Police

ହିଂସା ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ରାଜ୍ୟ
Spread the love

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା କ୍ୟାଡରଙ୍କ ସମେତ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପି ଜିତେନ୍ଦ୍ର ଚନ୍ଦ୍ରକାର ସମେତ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ନେଇ ଆତ୍ମସମର୍ପଣ କରିଥିଲେ। ଏମାନେ ହେଲେ ମହିଳା ନକ୍ସଲ ରନୀତା ଓରଫ ପାୟକି, ସୁଜାତା ଓରଫ ଅରେ କୁରାମ, ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ।

Leave a Reply

Your email address will not be published. Required fields are marked *