ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ଅନ୍ତର୍ଗତ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶl ପ୍ରିୟଦର୍ଶିନୀ ୨୦୨୫ ମସିହା ମାଟ୍ରିକ ପରୀକ୍ଷାରେ ସଫଳତାର ସହ ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟ ର ଗୌରବ ବଜାୟ ରଖିଥିବାରୁ, ୧୯୮୧ ବ୍ୟାଚ ତରଫରୁ ସଂଯୋଜକ ତଥା ମାଲଣ୍ଡ , ଭାରତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ, ତାଙ୍କୁ ମାନପତ୍ର, ଉତ୍ତରୀୟ ପୁଷ୍ପଗୁଛ ଓ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ପ୍ରଧାନଶିକ୍ଷକ ଶରତ କୁମାର ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚସଖା ଶିକ୍ଷାସେତୁ ଅଭିଯାନ ର ସଭାପତି ଧୀରେନ୍ଦ୍ର ନାଥ ବିଶ୍ବାଳ ଓ ମୁଖ୍ୟବକ୍ତା ଭାବେ ଅଲାଭର ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ନାୟକ ଯୋଗଦେଇ ଏହି ପୁରସ୍କାର ପ୍ରଦାନ ପରମ୍ପରା ଅନ୍ୟ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମତ ବ୍ୟକ୍ତ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ପୁଲିନ କୁମାର ପରିଜା, ରାକେଶ କୁମାର ବେହେରା, ପ୍ରକାଶ ଚନ୍ଦ୍ର ରାଉତ, ସିଗ୍ନଧା ପ୍ରଜ୍ଞା ନାୟକ, ଶୁଭଶ୍ରୀ ଶୁଭସ୍ମିତା ଦାସ , ଦୁର୍ଗାପ୍ରାସାଦ ସେଠୀ, ପ୍ରିୟଙ୍କା ବେହେରା, ଅଞ୍ଜନା ରାଣୀ ଦାସ ଓ ସୁମିତ୍ରା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଶେଷରେ ଶିକ୍ଷକ ଶିବ ପ୍ରସାଦ ତ୍ରୀପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
