Screenshot 2025 08 23 171441

ସୀତା ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ; ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ରାଜ୍ୟ
Spread the love

କେନ୍ଦୁଝର:ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଫୁଲୁଛି ନଦୀ ନାଳ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ବାରା ପାଟଣା ବ୍ଲକ ଚୀନା ମାଳି ପୋଷି ପଞ୍ଚାୟତ ନୂଆପଡ଼ାରୁ ଢେଙ୍କିକୋଟ, କପାସପଡ଼ା ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଏଥିସହ ଘଟଗାଁ, ଢେଙ୍କିକୋଟ ପାଶର୍‌ବରୁ ପର୍ଯ୍ୟଟନ ଭୀମ କୁଣ୍ଡ ସୀତା ନଦୀ ଉପରେ ନବ ନିର୍ମିତ ପୋଲର ଆପ୍ରୋଚ ରୋଡ୍‌ କାମ ସରି ନାହିଁ । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଛି। ପୁରୁଣା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି।

ସୂଚନଥାଉକି, ସାହାରପଡ଼ା ବ୍ଲକ ଦାମା ହୁଦା ପଞ୍ଚାୟତ କୁମୁଳା ବାହାଳିର ତେଲ ନଦୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ଯାହାଦ୍ବାରା ଦାମାହୁଦା ଅଞ୍ଚଳରୁ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳକୁ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଛି।

ସୂଚନାଥାଉକି, ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

 

Leave a Reply

Your email address will not be published. Required fields are marked *