ବାୟା ଅବଧୂତ କଲେଜରେ ଜାତୀୟ ସେବାଯୋଜନା ପ୍ରଶିକ୍ଷଣ ଶିବିର ଉଦଯାପନ

ରାଜ୍ୟ
Spread the love

ଜଗତସିଂହପୁର,୧/୯: ତିର୍ତ୍ତୋଲ ବ୍ଲକ, କନୀମୂଳ ସ୍ଥିତ ବାୟା ଅବଧୂତ ସ୍ମାରକୀ ମହାବିଦ୍ୟାଳୟ ରେ ଗତ ୨୯ ଅଗଷ୍ଟ ରୁ ଆରମ୍ଭ ହୋଇଥିବା ଜାତୀୟ ସେବାଯୋଜନା ସ୍ବେଚ୍ଛାସେବୀ ନେତୃତ୍ଵ ବିକାଶ, ପ୍ରଶିକ୍ଷଣ ଶିବିର ୩୧ ଅଗଷ୍ଟ ରବିବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି।

ଉଦଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବରେ ଇଂ ଡଃ ପ୍ରଭାକର ସ୍ୱାଇଁ ଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ଉତ୍କକ ବିଶ୍ଵବିଦ୍ୟାଳୟ, ଜାତୀୟ ସେବାଯୋଜନା ବ୍ୟୁରୋ ର ମୂଖ୍ୟସଂଯୋଜକ ଡଃ ବ୍ରଜ ନାରାୟଣ ପାତ୍ର, ଶୈଳବାଳା ମହିଳା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ଡଃ ଗାୟତ୍ରୀ ବିଶ୍ଵାଳ, ଡଃ ସୁଲୋଚନା ଦାସ , ସାହିତ୍ୟିକ ଡଃ ସଞ୍ଜିତ୍ ପଟ୍ଟନାୟକ, ଡି ପି ଓ ବିଜୟିନୀ ପଢ଼ିଆରି +୨ କଲେଜର ଅଧ୍ୟକ୍ଷ ଡଃ ବିବେକାନନ୍ଦ ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବାବେଳେ, ସାୟଂକାଳୀନ ଅଧିବେଶନ ରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସାରଳା ଦେବୀ, ସାରଳା ଦାସ ଓ ସାରଳା ସାହିତ୍ୟ ବିସୟରେ ଆଲୋକପାତ କରିଥିଲେ।

ଦିତୀୟ ଦିବସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ପ୍ରାକ୍ତନ ନିର୍ଦ୍ଦେଶକ ଡଃ ରଞ୍ଜିତ କୁମାର ପ୍ରଧାନ, ମୂଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ୟାପକ ହୃଦାନନ୍ଦ ସ୍ଵାଇଁ , ସମାଜସେବୀ ମଧୁସୂଦନ ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ ଜୟନ୍ତ କୁମାର ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଉଦଯାପନୀ ଉତ୍ସବରେ ମୂଖ୍ୟଅତିଥି ଭାରତ ସରକାରଙ୍କ ଯୁବବିକାଶ ବିଭାଗ ଅଧିକାରୀ ଅଜିତ୍ ଖୁଶୱା, ଓ ସମ୍ମାନିତ ଅତିଥି ଶୈଳବାଳା ମହିଳା କଲେଜ ର ସହଯୋଗୀ ପ୍ରଫେସର ଡଃ ଯୋଗମାୟା ପଣ୍ଡା ଓ ନିଖିଲ ପାଣିଗ୍ରାହି ପ୍ରମୁଖ ଜାତୀୟ ସେବା ଶିବିର ର ଲକ୍ଷ୍ୟ, ଆଭିମୁଖ୍ୟ ଓ ମହତ୍ତ୍ୱ ବିଷୟରେ ଆଲୋଚନା କରି ସମାଜ ସେବା କାର୍ଯ୍ୟରେ ନିଜନିଜକୁ ନିୟୋଜିତ ଓ ଉତ୍ସର୍ଗ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆବେଗ ପୂର୍ଣ୍ଣ ଆହ୍ଵାନ ଦେଇଥିଲେ ଏହି ଅବସରରେ ନୃତ୍ୟ, ସଙ୍ଗୀତ, ବାକ୍ତୃକ୍ତା, କୁଇଜ୍ ଓ ମିୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥି ମାନଙ୍କୁ, ପ୍ରଶଂସାପତ୍ର, ଶିଲ୍ କପ୍ ଓ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା।

ଏହି ତିନିଦିନିଆ ଶିବିରରେ, ବାୟା ଅବଧୂତ କଲେଜ, ପାରାଦୀପ କଲେଜ, ଏରସମା କଲେଜ, ନାଉଗାଁ କଲେଜ , ବାଲିକୁଦା କଲେଜ, କେନ୍ଦ୍ରାପଡ଼ା ସାନ୍ଧ୍ୟ କଲେଜ, ବ୍ରାହ୍ମଣୀ କଲେଜ, ନିଶ୍ଚନ୍ତକୋଇଲି ପଞ୍ଚାୟତ ପ୍ରହ୍ଲାଦ କଲେଜ, ଅସୁରେଶ୍ୱର ସୁଭଦ୍ରା ମହତାବ କଲେଜ ଓ କରିଲୋପାଟଣା ଡ଼ିଗ୍ରୀ କଲେଜ ଆଦିର ଏ ନ୍ ଏସ ଏସ ର କ୍ୟାଡେଟ ମାନେ ଅଂଶ ଗ୍ରହଣ କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ଅଧ୍ୟାପକ ନଟବର ସୁତାର, ମୃତ୍ୟୁଞ୍ଜୟ ମହାନ୍ତି, ସତ୍ୟନାରାୟଣ ମହାପାତ୍ର ଅଧ୍ୟାପକ ସଞ୍ଜୟ ଦାସ ଓ ପି ଓ ପ୍ରଗତିକl ମହାନ୍ତି ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସ୍ବେଚ୍ଛାସେବୀ ବିଦ୍ୟାର୍ଥୀ ମାନେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *