ବଣୁଆ ହାତୀ ଆକ୍ରମଣରେ ଜଣକର ମୃତୁ

ରାଜ୍ୟ ସମ୍ବଲପୁର
Spread the love

ବାମରା, ୧୪/୯: ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଗୋବିନ୍ଦପୁର ରେଞ୍ଜ ଗଡପୋଷ ବିଟ୍ ଅନ୍ତର୍ଗତ ବନ୍ଧାବାର ସଂରକ୍ଷିତ ଜଙ୍ଗଲ କୁ ମସନିକାନି ଗାଁ ର ହେରମାନ ଡାଙ୍ଗ (୫୫) ଉକ୍ତ ଜଙ୍ଗଲ କୁ ଛତୀ ସଂଗ୍ରହ କରିବା ପାଇଁ ଗତକାଲି ଭୋର ୫ ଟା ସମୟରେ ଯାଇଥିଲେ। ସେହି ସମୟରେ ସେ ବଣୁଆ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତକାଲି ହେରମାନ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଜି ବନବିଭାଗ କର୍ମଚାରୀମାନେ ହେରମାନ ର ମୃତ ଦେହକୁ ଜଙ୍ଗଲରୁ ଉଦ୍ଧାର କରିଥିଲେ। ମୃତଦେହ କୁ ଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *