ରାମନାଗୁଡା,୧୬/୯: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗଲୁମୁଣ୍ଡାଠାରେ କୃଷିଭିତ୍ତିକ ପର୍ବ ତଥା ମାଁ ମଝିଘରିଆଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଉଦଯାପିତ ହୋଇଯାଇଛି। ପାରମ୍ପରିକ ଶୁଳ୍କ ଭୋଗ ସହିତ କୁକୁଡା ,ଛେଳି ବଳି ଦେଇ ପୂଜାର୍ଚ୍ଚନା କରାଯାଇଛି। ପୂଜକ ନିଆରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲିଛନ୍ତି । ଏହାକୁ ଦେଖିବାକୁ ଶତାଧିକ ଲୋକଙ୍କ ଗହଳି ହୋଇଥିଲା । ମାଁ ମଝିଘରିଆଣୀଙ୍କ ଖଣ୍ଡା ଧରି ପୂଜକ ଗ୍ରାମ ପରିକ୍ରମା କରିଥିଲେ। କଣ୍ଟା ଦୋଳିରେ ଝୁଲିବା ପରେ ନିଆଁରେ ଚାଲିଥିଲେ।ମା’ଙ୍କ ନିକଟରେ ଶୁଖିଲା ଭୋଗ କରାଯାଇଥିଲା। ଏଥିରେ ପୂଜକ ଭାବେ କୋଲନରା ଶିବେଶ୍ବର ନେମାଲପୁରୀ, ରାଜକୁମାର ହୁଇକା, ବେଣୁଧର କଣ୍ଡାଗରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ପରିଚାଳନା କମିଟିର ବରିଷ୍ଠ ନାଗରିକ ଗୋବିନ୍ଦ ସେନାପତି, ରାମାରାଓ ପାଲକା,ବିଶିକେଶନ ରଥ, ଭାସ୍କର ରଥ,ମାଧବ ସେନାପତି,ସମ୍ବିତ ସେନାପତି,ପଦ୍ମ ସେନାପତି, ଡମ୍ବରୁଧର ସେନାପତି, ଦୁର୍ଗାପ୍ରସାଦ ମିଶ୍ର ସନ୍ତୋଷ ତ୍ରିପାଠୀ, ନିଖିଲ ରଥ, ସାହିଲ ରଥ ପ୍ରମୁଖ ସହଯୋଗ କରିଥିଲେ। ପରିଚାଳନା ଭାର ବିଶ୍ବନାଥ ସେନାପତି, ତୁଲାଇଥିଲେ।ଦୀର୍ଘ ୪୫ବର୍ଷହେଲା ଯାତ୍ରା ପାଳିତ ହୋଇଆସୁଛି। ଚଳିତ ବର୍ଷ ବର୍ଷା କାରଣରୁ ସାମନ୍ୟ ଲୋକଙ୍କ ଭିଡ଼ ଦେଖବାକୁ ମିଳିଥିଲା। ସେତେବେଳେ କେବଳ ନିଆଁ ଉପରେ ପୂଜକ ଚାଲୁଥିଲେ।ଏବେ ଆଧୁନିକ ଢାଞ୍ଚାରେ ଯାତ୍ରା ହେଉଛି। ବାଲିଯାତ୍ରା ଲୋପ ପାଇ ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ବଞ୍ଚି ରହିଛି। ନିଆଁ ମଡ଼ା କାର୍ଯ୍ୟକ୍ରମ ହୋଇଥିବାରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । ପରମ୍ପରା ବଞ୍ଚାଇ ରଖିବାକୁ ସ୍ଥାନୀୟ। ପ୍ରଶାସନ ହସ୍ତକ୍ଷେପ କରିବା ଦରକାର ହୋଇପଡିଛି।
